ମାଲକାନଗିରି: ସୀମାନ୍ତ ଛତିଗଡ଼ରେ ନକ୍ସଲଙ୍କର ଏକ ବଡ଼ ଯୋଜନାକୁ ପଣ୍ଡ କରିଛନ୍ତି ଯବାନ। ବିଜାପୁର ଜିଲ୍ଲାର ଗାଙ୍ଗଲୁର ଥାନା ଅନ୍ତର୍ଗତ ଚେରପାଲ ଏବଂ ପାଲନାର ରାସ୍ତାରେ ନକ୍ସଲ ୪୫ କିଲୋ ଓଜନର ଏକ ଲ୍ୟାଣ୍ଡମାଇନକୁ ଖଞ୍ଜିଥିଲେ। ସୁରକ୍ଷାକର୍ମୀ ଏହି ରାସ୍ତାରେ ସର୍ଚ୍ଚ ଅପରେସନକୁ ଯିବା ସମୟରେ ଟାର୍ଗେଟ କରିବା ପାଇଁ ଯୋଜନା କରିଥିଲେ।
ଆଜି ସକାଳ ୮ରୁ ସାଢେ ୮ଟା ସମୟ ମଧ୍ୟରେ ଯବାନ ଏହି ଅଂଚଳରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ଯବାନ ଏହି ରାସ୍ତାରେ ଲ୍ୟାଣ୍ଡମାଇନ ଖଞ୍ଜା ହୋଇଥିବା ଦେଖିବାକୁ ପାଇଥିଲେ।
ବିଜାପୁରର ୨୨୨ ସିଆରପିଏଫ ବାଟାଲିୟନର ବୋମା ନିଷ୍କ୍ରିୟ ଦଳକୁ ତୁରନ୍ତ ଘଟଣାସ୍ଥଳକୁ ଡକାଯାଇଥିଲା। ଲ୍ୟାଣ୍ଡମାଇନର କମାଣ୍ଡ ସ୍ବିଚକୁ ପ୍ରାୟ ଦେଢ ଶହ ମିଟର ଦୁରରେ ଖଞ୍ଜାଯାଇଥିଲା। ସ୍ବିଚ ଚିପିବା ମାତ୍ରେ ବୋମା ବିସ୍ଫୋରଣ ହୋଇଥାନ୍ତା। ଏକ ବଡ ଅଘଟଣକୁ ଯବାନ ଦୁରେଇ ଦେଇଛନ୍ତି। ବୋମା ନିଷ୍କ୍ରିୟ ଦଳ ବୋମାକୁ ଅତି ସତର୍କତାର ସହ ନିଷ୍କ୍ରିୟ କରିଥିଲେ। ବୋମା ବିସ୍ଫୋରଣ ୧୦ କିଲୋମିଟର ପର୍ଯ୍ୟନ୍ତ ଶୁଭାଯାଇଥିଲା।
Malkangiri
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/03/28/WpeImBVWsMloVGy7RHZV.jpg)