ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର କାଉରଗୁଟ୍ଟା ଜଂଗଲରେ ଯବାନ ୪ କିଲୋ ଓଜନର ଏକ ଲ୍ୟାଣ୍ଡମାଇନକୁ ନିଷ୍କ୍ରିୟ କରିଛନ୍ତି। ୧୫୧ ସିଆରପିଏଫ ବାଟାଲନୟର ଯବାନ ସର୍ଚ୍ଚ ଅପରେସନ ପାଇଁ କାଉରଗୁଟ୍ଟା ଅଂଚଳକୁ ଯାଇଥିଲେ।
ତେବେ ହଠାତ୍ ରାସ୍ତାରେ ଯବାନଙ୍କୁ ଟାର୍ଗେଟ କରି ଏକ ଲ୍ୟାଣ୍ଡମାଇନ ଖଞ୍ଜାଯାଇଥିଲା। ତୁରନ୍ତ ଯବାନ ବୋମା ନିଷ୍କ୍ରିୟ ଦଳକୁ ଡାକି ବୋମାକୁ ନିଷ୍କ୍ରିୟ କରିଥିଲେ।
ତେବେ ଏହି ବୋମାର ଓଜନ ୪ କିଲୋ ଥିଲା ବୋଲି ଯବାନ କହିଛନ୍ତି। ଏହି ବୋମାକୁ ପ୍ରେସର ସ୍ବିଚରେ ଲଗାଯାଇଥିଲା। ଯବାନଙ୍କ ପାଦ ଏହି ବୋମା ଉପରେ ପଡ଼ିଥିଲେ ବୋମା ବିସ୍ଫୋରଣ ହୋଇଥାନ୍ତା। ତେବେ ଏକ ବଡ଼ ରଣର ଅଘଟକୁ ଟାଳି ଦେଇଛନ୍ତି ଯବାନ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2025/01/14/OujqOOq3ywfhfeY41ALn.jpg)