କୋଇଡା: ଲଘୁଚାପଜନିତ ଲଗାଣ ବର୍ଷାରେ କୋଇଡ଼ା ଖଣି ଅଞ୍ଚଳ ବ୍ୟାପକ ଭାବରେ ପ୍ରଭାବିତ ହୋଇଛି। ପ୍ରବଳ ବର୍ଷାର ପ୍ରଭାବରେ ଜାତୀୟ ରାଜପଥ ଉପରେ ବହୁମାତ୍ରାରେ ଭୂସ୍ଖଳନ ହେଉଥିବା ଦେଖିବାକୁ ମିଳିଛି। ସୁନ୍ଦରଗଡ଼ଜିଲ୍ଲା ଖଣି ଅଞ୍ଚଳର ଲାଇଫ୍ଲାଇନ୍ କୁହାଯାଉଥିବା ୫୨୦ ଜାତୀୟ ରାଜପଥ ରଜାମୁଣ୍ଡାରୁ କୋଇଡ଼ା ଆସିବା ରାସ୍ତା ତୋଡା, ଚୁନାଘାଟି ନିକଟରେ ଭୂସ୍ଖଳନ ହେଉଛି। ବର୍ଷା ଜଳର ସ୍ରୋତରେ ରାସ୍ତା ଉପରକୁ ବଡ଼ବଡ଼ ପଥର ସାଙ୍ଗକୁ ପାହାଡ଼ର ମାଟି ଚାଲି ଆସିଥିବା ଦେଖିବାକୁ ମିଳିଛି।
/filters:format(webp)/sambad/media/media_files/2025/07/26/2ac5366f-3f0c-413a-97d0-bc1daf4eb612-2025-07-26-19-05-15.jpg)
ଖଣିଖଦାନରେ ପରିପୂର୍ଣ୍ଣ ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ା ଅଞ୍ଚଳ ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶ ଭଳି ଏବେ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଛି। ଅଞ୍ଚଳର ଲାଇଫ୍ଲାଇନ୍ କୁହାଯାଉଥିବା ୫୨୦ ଜାତୀୟ ରାଜପଥ ରଜାମୁଣ୍ଡାରୁ କୋଇଡ଼ା ଆସିବା ରାସ୍ତା ତୋଡା, ଚୁନାଘାଟି ନିକଟରେ ଭୂସ୍ଖଳନ ହେଉଛି।
/filters:format(webp)/sambad/media/media_files/2025/07/26/370261e3-4861-4f95-ac31-9abbb98c8278-2025-07-26-19-05-00.jpg)
ରାସ୍ତା ଉପରେ ବର୍ଷାଜଳର ସ୍ରୋତ ଏତେ ତୀବ୍ର ରହିଛି ଯେ ପାହାଡ଼ରୁ ପଥର ଭସାଇ ଆଣି ରାସ୍ତାଉପରେ କଚାଡୁଛି। ଜାତୀୟ ରାଜପଥ କର୍ତ୍ତୃପକ୍ଷ ରାସ୍ତାରୁ ମାଟି ପଥର ଗୁଡ଼ିକ ରାସ୍ତାକଡରେ ରଖି ଚଳାଚଳ ସ୍ଵାଭାବିକ କରିବା ପାଇଁ ଜେସିବି ଓ ହାଇୱା ଛିଡ଼ା କରିଛନ୍ତି ସତ। ହେଲେ ବର୍ଷା ଯୋଗୁଁ ଏବେବି ଭୂସ୍ଖଳନ ଜାରି ରହିଥିବା ବେଳେ ମାଟି ହଟାଇବା ସମ୍ଭବ ପର ହେଉନାହିଁ। ଏମିତିକି ଗାର୍ଡ ୱାଲ୍ ସମ୍ପୁର୍ଣ୍ଣ ଭାଙ୍ଗି ପଡ଼ି ବଡ଼ବଡ଼ ଗଛ ଉପୁଡି ପଡ଼ିଥିବା ଦେଖିବାକୁ ମିଳିଥିଲା, ଯାହା ବଡ଼ ଭବିଷ୍ୟତରେ ବଡ଼ ଅଘଟଣ ଘଟାଇପାରେ ବୋଲି ଅନୁମାନ କରାଯାଉଛି।
Koida
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/07/26/new-project-33-2025-07-26-19-17-18.jpg)