ପୁରୀ/ବାମନାଳ: ଦୁଇ ସପ୍ତାହ ଧରି ସଂଘର୍ଷ ପରେ ଜୀବନ ଯୁଦ୍ଧରେ ହାରି ଯାଇଥିବା ବଳଙ୍ଗା ପୀଡ଼ିତାଙ୍କ ଅନ୍ତିମ ସଂସ୍କାର ହୋଇଛି। ସମୂହ ନମାଜପାଠ ପରେ ତାଙ୍କର ମରଶରୀରକୁ କବର ଦିଆଯାଇଛି। ଏହାପୂର୍ବରୁ ବଳଙ୍ଗାରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ପହଞ୍ଚିଥିଲେ। ଗତକାଲି ମରଶରୀର ରାତି ୧୧ଟାରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଥିଲା। ସମସ୍ତ ପ୍ରକ୍ରିୟା ଶେଷ ପରେ ରାତି ୯ଟାରେ ଇଣ୍ଡିଗୋ ବିମାନରେ ମୃତଦେହ ଦିଲ୍ଲୀ ବିମାନ ବନ୍ଦର ଛାଡ଼ିଥିଲା। ମୃତ ଦେହ ପହଞ୍ଚିବା ପରେ ଶେଷ ସତ୍କାର ପାଇଁ ତାଙ୍କ ଗ୍ରାମକୁ ନିଆଯାଇଥିଲା।
ଗାଁରେ ମରଶରୀର ପହଞ୍ଚିବା ପରେ ଛାଇଯାଇଥିଲା ଅସମ୍ଭବ ନିରବତା। ଶୋକରେ ଡୁବିଥିଲେ ପ୍ରିୟ ପରିଜନ। ସବୁଠାରୁ ଦୁଃଖଦାୟକ ଥିଲା ପୀଡ଼ିତାଙ୍କର କବର ଖୋଳା। ପରିଣତ ବୟସରେ ମୃତ୍ୟୁ ପରେ ପର ପିଢ଼ିଙ୍କ ହାତରେ କବର ଖୋଳାକୁ ସହଜରେ ଗ୍ରହଣ କରିହୁଏ। ହେଲେ ଆଜି ପୀଡ଼ିତାଙ୍କ ପରିଜନ (ବଡ଼ବାପା) ମୀର ଲିଆକତ ଅଲ୍ଲୀ କବର ଖୋଳୁଥିବାର ଦୃଶ୍ୟ ସମସ୍ତଙ୍କ ଆଖି ଓଦା କରିଥିଲା। ଯେଉଁ ହାତ ନାବାଳିକାକୁ କୋଳେଇ କାଖେଇ ମଣିଷ କରିବା କଥା, ସେହି ହାତ ଆଜି କବର ଖୋଳିବା ବେଳେ ଥରୁଥିଲା ଯେମିତି। ଲୁହ ଜକେଇ ଆସୁଥିଲା, ବାଷ୍ପରୁଦ୍ଧ ହୋଇଯାଉଥିଲା କଣ୍ଠ। କବର ଯେତିକି ଯେତିକି ଖୋଳା ହେଉଥିଲା ପରିବେଶ ସେତିକି ଭାବପ୍ରବଣ ହୋଇ ପଡ଼ୁଥିଲା। ୭ ଫୁଟ ଲମ୍ବା, ୩ ଫୁଟ ଓସାରର କବର ଖୋଳିବା ପାଇଁ ଘଣ୍ଟାଏରୁ ଊର୍ଦ୍ଧ୍ବ ସମୟ ଲାଗି ଯାଇଥିଲା ତାଙ୍କୁ। ପରିଜନଙ୍କ ସମେତ ପଡ଼ୋଶୀ ଓ ଆଖପାଖର ଲୋକେ ଗଦା ହୋଇଥିଲେ। କାହା ପାଟିରୁ ପଦେ ହେଲେ କଥା ବାହାରୁ ନଥିଲା। ସମସ୍ତେ ପୀଡ଼ିତାଙ୍କ ମୃତ୍ୟୁରେ ମ୍ରିୟମାଣ ହୋଇପଡ଼ିଥିଲେ।
ଗତରାତିଠାରୁ ପୀଡ଼ିତାଙ୍କ ଘରେ ତାଲା ପଡ଼ିଥିବାବେଳେ ପରିବାରବର୍ଗଙ୍କୁ ପୁଲିସ କେଉଁ ଏକ ଅଜଣା ସ୍ଥାନରେ ରଖିଥିଲା। ଥାନା ଇନ୍ସପେକ୍ଟର ବି ଘଣ୍ଟା ଘଣ୍ଟା ଧରି ଥାନାରୁ ଗାଏବ ଥିଲେ। ମଧ୍ୟାହ୍ନ ଭୋଜନ ସମୟରେ ଥାନାରେ ପହଞ୍ଚି କିଛି ସମୟ ପରେ ପୁଣି ଉଭାନ୍ ହୋଇ ଯାଇଥିଲେ। ଅନ୍ୟ ଯେଉଁ ସମ୍ପର୍କୀୟ ଥିଲେ ସେମାନେ ବି କେହି ଗଣମାଧ୍ୟମ ସାମନାକୁ ଆସି ନଥିଲେ। ସେପଟେ ତିନିଜଣ ଯୁବକ ବାଇକ୍ରେ ଆସି ପୀଡ଼ିତାଙ୍କ ଦେହରେ ନିଆଁ ଲଗାଇଥିବା ପ୍ରସଙ୍ଗ ଉଠାଇଥିବା ଦୁଃଖୀଶ୍ୟାମଙ୍କୁ ମଧ୍ୟ ଦେଖିବାକୁ ମିଳି ନଥିଲା। ଗତ ରାତିରେ ପ୍ରାୟ ଅଧଘଣ୍ଟାଏ ଧରି ଡିଏସ୍ପିଙ୍କ ଜେରାର ଶିକାର ହୋଇଥିବା ଦୁଃଖୀଶ୍ୟାମ ହୁଏତ ପୁଲିସ ଚାପରେ ଗଣମାଧ୍ୟମକୁ ସାମନା କରୁ ନ ଥିବା ଚର୍ଚ୍ଚା ଜୋର ଧରିଛି। ପୁଲିସ ତାଙ୍କୁ କଣ ପଚାରିଲା, ସେ କାହିଁକି ନିରବ ହୋଇଗଲେ, ଏଭଳି ଅନେକ ପ୍ରଶ୍ନ ଉଙ୍କି ମାରୁଥିଲେ ମଧ୍ୟ ଉତ୍ତର ଦେବାକୁ କେହି ନଥିଲେ। ପୂର୍ବରୁ ପୁଲିସ ଏହି ଅଘଟଣ ପଛରେ ଅନ୍ୟ କାହାର ସମ୍ପୃକ୍ତି ନାହିଁ ବୋଲି ସ୍ପଷ୍ଟ କରିବା ସହ ପୀଡ଼ିତାଙ୍କ ବାପା ଭିଡିଓ ବାର୍ତ୍ତା ଜାରି କରି ତାଙ୍କ ଝିଅ ମୃତ୍ୟୁରେ କେହି ରାଜନୀତି ନ କରିବାକୁ ନିବେଦନ କରିଥିଲେ। ସୁତରାଂ, ପୀଡ଼ିତାଙ୍କ ମୃତ୍ୟୁ ପରେ ପରେ ଡିଏସ୍ପି କରିଥିବା ଅଧଘଣ୍ଟିଆ ଜେରାରେ ଦୁଃଖୀଶ୍ୟାମଙ୍କଠାରୁ କଣ ଜାଣିବାକୁ ଚାହିଲେ ତାହା ରହସ୍ୟାବୃତ ହୋଇ ରହିଛି।
ଗାଁରେ ମରଶରୀର ପହଞ୍ଚିବା ପରେ ଛାଇଯାଇଥିଲା ଅସମ୍ଭବ ନିରବତା। ଶୋକରେ ଡୁବିଥିଲେ ପ୍ରିୟ ପରିଜନ। ସବୁଠାରୁ ଦୁଃଖଦାୟକ ଥିଲା ପୀଡ଼ିତାଙ୍କର କବର ଖୋଳା। ପରିଣତ ବୟସରେ ମୃତ୍ୟୁ ପରେ ପର ପିଢ଼ିଙ୍କ ହାତରେ କବର ଖୋଳାକୁ ସହଜରେ ଗ୍ରହଣ କରିହୁଏ। ହେଲେ ଆଜି ପୀଡ଼ିତାଙ୍କ ପରିଜନ (ବଡ଼ବାପା) ମୀର ଲିଆକତ ଅଲ୍ଲୀ କବର ଖୋଳୁଥିବାର ଦୃଶ୍ୟ ସମସ୍ତଙ୍କ ଆଖି ଓଦା କରିଥିଲା। ଯେଉଁ ହାତ ନାବାଳିକାକୁ କୋଳେଇ କାଖେଇ ମଣିଷ କରିବା କଥା, ସେହି ହାତ ଆଜି କବର ଖୋଳିବା ବେଳେ ଥରୁଥିଲା ଯେମିତି। ଲୁହ ଜକେଇ ଆସୁଥିଲା, ବାଷ୍ପରୁଦ୍ଧ ହୋଇଯାଉଥିଲା କଣ୍ଠ। କବର ଯେତିକି ଯେତିକି ଖୋଳା ହେଉଥିଲା ପରିବେଶ ସେତିକି ଭାବପ୍ରବଣ ହୋଇ ପଡ଼ୁଥିଲା। ୭ ଫୁଟ ଲମ୍ବା, ୩ ଫୁଟ ଓସାରର କବର ଖୋଳିବା ପାଇଁ ଘଣ୍ଟାଏରୁ ଊର୍ଦ୍ଧ୍ବ ସମୟ ଲାଗି ଯାଇଥିଲା ତାଙ୍କୁ। ପରିଜନଙ୍କ ସମେତ ପଡ଼ୋଶୀ ଓ ଆଖପାଖର ଲୋକେ ଗଦା ହୋଇଥିଲେ। କାହା ପାଟିରୁ ପଦେ ହେଲେ କଥା ବାହାରୁ ନଥିଲା। ସମସ୍ତେ ପୀଡ଼ିତାଙ୍କ ମୃତ୍ୟୁରେ ମ୍ରିୟମାଣ ହୋଇପଡ଼ିଥିଲେ।
ଅନ୍ତିମ ସଂସ୍କାର ପରେ ଘଟଣା ପଛର କାରଣ ଓ କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସ ପ୍ରସ୍ତୁତ ହେଉଛି। କିନ୍ତୁ ତା’ ପୂର୍ବରୁ ଏହି ଘଟଣା ଓ ଏହା ପଛରେ ଥିବା ଚରିତ୍ରମାନଙ୍କୁ ନେଇ ଏକାଧିକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏତେ କମ୍ ବୟସରେ ପୀଡ଼ିତାଙ୍କର କାହିଁକି ମାନସିକ ଦୁଶ୍ଚିନ୍ତା ଥିଲା? ଯଦି ପୀଡ଼ିତା ନିଜ ଜୀବନକୁ ହାରିଛନ୍ତି ତେବେ ତିନିଜଣିଆ ବାଇକ୍ ଗ୍ୟାଙ୍ଗ୍ କାହାଣୀ କିଏ ରଚନା କଲା? ଏଭଳି ଅନେକ ପ୍ରଶ୍ନର ଉତ୍ତର ଖୋଜା ଚାଲିଛି। ଗାଁ ଚଉତରାରୁ ଆରମ୍ଭ କରି ହାଟ ପର୍ଯ୍ୟନ୍ତ ଏଭଳି ଚର୍ଚ୍ଚା ଜାରି ରହିଥିଲେ ମଧ୍ୟ ସମସ୍ତେ ନିରବ ରହିବାକୁ ଶ୍ରେୟ ମଣିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/08/04/new-project-6-2025-08-04-09-45-02.jpg)