ରାଇରଙ୍ଗପୁର/ଗୋରୁମହିଷାଣୀ: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ବ୍ଳକ ଗୋରୁମହିଷାଣୀ ନିକଟସ୍ଥ ବଡ଼ମୌଦା ପଞ୍ଚାୟତ ଗୋରୁମହିଷାଣୀଠାରୁ ବଡମୌଦା ପଞ୍ଚାୟତ, ହାତିଆ ପଞ୍ଚାୟତ ମୁଖ୍ୟରାସ୍ତା ତଥା ଆଖପାଖ ଗ୍ରାମକୁ ଯାତାୟାତ ସୁବିଧା ପାଇଁ ବଡମୌଦା ପଞ୍ଚାୟତଠାରୁ ମୁଖ୍ୟ ରାସ୍ତାରେ ଥିବା ରେଲୱେ ମୁଖ୍ୟ ଫାଟକକୁ ବନ୍ଦ କରି ଯାତାୟାତ ସୁବିଧା ପାଇଁ ପ୍ରଧାନମନ୍ତ୍ରୀ ଅମୃତ ଭାରତ ଯୋଜନାରେ ଗୋଳାପୋଲ ନିର୍ମାଣ କରାଯାଇଥିଲା।
/sambad/media/media_files/2025/03/22/img-20250322-wa0275-422534.jpg)
ଦୂଭାଗ୍ୟର ବିଷୟ ଗ୍ରାମବାସୀଙ୍କର ବହୁ ପ୍ରତିବାଦ ସ୍ଵତେ ଗୋଳାପୋଲ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲା ଓ ମୁଖ୍ୟ ଫାଟକଟିକୁ ବନ୍ଦକରି ଦିଆଗୋଲା। ଫଳରେ ଗୋଳାପୋଲ ମଧ୍ୟରେ ବର୍ଷା ଦିନରେ ୬ ଫୁଟ୍ ଅନ୍ତରାଳରେ ପାଣି ଜମି ରହିବା ସହିତ ଗୋଳାପୋଲ ଟି ଅଣ ଓସାରିଆ ହୋଇଥିବାରୁ ଫାଟକ ପାର ହୋଇ ପଞ୍ଚାୟତ ମାନଙ୍କରେ ରାଜ୍ୟସରକାରଙ୍କ ପକ୍ଷରୁ ଆସୁଥିବା ପିଡ଼ିଏସ ଚାଉଳ ଗାଡ଼ି ତଥା ସରକାରୀ ପାଞ୍ଚଟକିଆ ଯାତ୍ରୀବାହୀ ଲକ୍ଷ୍ମୀ (ଓଏସଆରଟିସି)ବସ୍ ତଥା ଅନ୍ୟାନ୍ୟ ଯାନବାହାନ ଚଳାଚଳରେ ବ୍ୟାଘାତ ସୃଷ୍ଟି ହୋଇଥିଲା।
ଗ୍ରାମବାସୀମାନଙ୍କ ଅସୁବିଧାକୁ ଉଲ୍ଲେଖକରି ରେଲୱେର ଉଚ୍ଚ ଅଧିକାରୀ ଓ ରାଇରଙ୍ଗପୁର ଉପଖଣ୍ଡର ଉପଜିଲ୍ଲାପାଳ, ରାଇରଙ୍ଗପୁର ଓ ଗୋରୁମହିଷାଣୀ ଥାନା ଅଧିକାରୀଙ୍କ ଉପସ୍ଥିତରେ ଗୋଳାପୋଲଟିକୁ ନିଷିଦ୍ଧ କରି ମୁଖ୍ୟ ଫାଟକକୁ ଖୋଲାଯାଇଥିଲା କିନ୍ତୁ ବିଡ଼ମ୍ବନାର ବିଷୟ ଆଜିକୁ ୧୨ ଦିନ ହେବ ରେଳ ବିଭାଗ ପକ୍ଷରୁ ପୁଣିଥରେ ମୁଖ୍ୟ ଫାଟକ ଟିକୁ ବନ୍ଦକରି ଗୋଳାପୋଲ ଟିକୁ ଚାଲୁ କରିବା ଫଳରେ ବଡମୈଦା, ହାତିଆ ପଞ୍ଚାୟତ ତଥା ଆଖପାଖ ଅଂଚଳରେ ବସବାସ କରୁଥିବା ଗ୍ରାମବାସୀମାନେ ପୁଣିଥରେ ଅସୁବିଧାର ସମ୍ମୁଖୀନ ହେବାର ଦେଖିବା ପାଇଁ ମିଳିଛି।
ସମସ୍ୟାର ସମାଧାନ ଓ ମୁଖ୍ୟଫାଟକକୁ ଖୋଲିବା ପାଇଁ ଚଳିତ ମାସ ୧୦ ତାରିଖରେ ହାତିଆ ସମିତିସଭ୍ୟ ସୁଗଦା ମାରାଣ୍ଡି, ସରପଞ୍ଚ ଲାଲ ବାହାଦୁର ସୋରେନ ଓ ଶତାଧିକ ଗ୍ରାମବାସୀଙ୍କ ଦସ୍ତଖତ ସମ୍ବଳିତ ଦରଖାସ୍ତ ଲୋକସଭା ସଦସ୍ୟ ଓ ଦକ୍ଷିଣ ପୂର୍ବ ରେଳବାଇ ଚକ୍ରଧରପୁର ଡିଆରଏମକୁ ପ୍ରେରଣ କରିବା ସହିତ ଏହାର ନକଲ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ ଏବଂ ଉପଜିଲ୍ଲାପାଳଙ୍କ ସହିତ ତହସିଲଦାର ମଧ୍ୟ ତଦନ୍ତ ପାଇଁ ଆସିଥିଲେ ଓ ଖୁବଶୀଘ୍ର ଏହାର ସମାଧାନ କରାଯିବ ବୋଲିି ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ଇତି ମଧ୍ୟରେ ୧୨ ଦିନ ଅତିବାହିତ ହୋଇଯାଇଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ କିମ୍ବା ରେଳ ବିଭାଗ ପକ୍ଷରୁ କୈାଣସି ପଦକ୍ଷେପ ନିଆଯାଇନଥିବାରୁ ପଞ୍ଚାୟତର ଗ୍ରାମବାସୀକୁ ଆନ୍ଦୋଳିତ କରିଛି। ଯଥାଶିଘ୍ର ଗୋଳାପୋଲଟିକୁ ବନ୍ଦ କରି ମୁଖ୍ୟଫାଟକକୁ ନଖୋଲିଲେ ପଞ୍ଚାୟତବାସୀ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।
Mayurbhanj
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2025/03/22/img-20250322-wa0274-391167.jpg)