ଜଗତସିଂହପୁର/ବାଲିକୁଦା: ଆତ୍ମହତ୍ୟା କରିଥିବା ଚାଷୀ କୃତିବାସ ସ୍ବାଇଁଙ୍କ ପରିବାରକୁ ଆଜି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଭେଟିଛନ୍ତି। ସେ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଏହି ସମୟରେ ତାଙ୍କ ସହ ବିଧାୟକ  ରମାକାନ୍ତ ଭୋଇ ଓ ଶାରଦା ପ୍ରସନ୍ନ ଜେନା ବି ଉପସ୍ଥିତ ଥିଲେ।

Advertisment

କୃତିବାସ ସ୍ବାଇଁ ପ୍ରାୟ ସାଢେ ୪ ଏକର ଜମିରେ ଚାଷ ଧାନ ଚାଷ କରିଥିଲେ | ନିଜର ପ୍ରାୟ ୩ ଏକର ଓ ଦେଢ ଏକର ଭାଗରେ ଜମି ଚାଷ କରିଥିଲେ | ଏ ବର୍ଷ ଭଲ ଧାନ ମଧ୍ୟ ହୋଇଥିଲା | କୃତିବାସ ପ୍ରାୟ ଦେଢ ଏକର ଧାନ କାଟି କ୍ଷେତରେ ଗଦା କରିଥିଲେ | ଅଦିନିଆ ବର୍ଷାରେ ନଷ୍ଟ ହୋଇ ଯାଇଥିଲା | କୃତିବାସ ଗତ କିଛି ଦିନ ହେଲା ଚାଷ ଜମିକୁ ଯାଉଥିଲେ ଓ ମନଦୁଃଖରେ ଫେରୁଥିଲେ | ଏପରିକି ସବୁ ସରିଗଲା ବୋଲି ପରିବାର ଲୋକଙ୍କୁ କହୁଥିଲେ | ଆଉ କାହିଁକି ବଞ୍ଚିବି ବୋଲି ଘର ଲୋକଙ୍କୁ କହୁଥିବା ମାମୁଁ ବିପିନ କହିଛନ୍ତି | 


ସୂଚନାଯୋଗ୍ୟ, ଧାନକ୍ଷେତରେ ବ୍ୟାପକ ଫସଲ ନଷ୍ଟ ଦେଖି ରଶି ଲଗାଇ ଝୁଲି ପଡ଼ିଥିଲେ ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ତଣ୍ଡିକୂଳ ପଞ୍ଚାୟତ ସାରଣା ଗାଁର କୃତିବାସ ସ୍ବାଇଁ(୩୫) | ଚାଷ ନଷ୍ଟ ଓ ଋଣ ଚାପ ଯୋଗୁ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି |
କୃତିବାସଙ୍କ ସମ୍ପର୍କୀୟ ମାମୁଁ ବିପିନ ରାଉତଙ୍କ ସୂଚନା ଅନୁସାରେ, ସେ ପ୍ରାୟ ସାଢେ ୪ ଏକର ଜମିରେ ଚାଷ ଧାନ ଚାଷ କରିଥିଲେ | ନିଜର ପ୍ରାୟ ୩ ଏକର ଓ ଦେଢ ଏକର ଭାଗରେ ଜମି ଚାଷ କରିଥିଲେ | ଏ ବର୍ଷ ଭଲ ଧାନ ମଧ୍ୟ ହୋଇଥିଲା | କୃତିବାସ ପ୍ରାୟ ଦେଢ ଏକର ଧାନ କାଟି କ୍ଷେତରେ ଗଦା କରିଥିଲେ | ଅଦିନିଆ ବର୍ଷାରେ ନଷ୍ଟ ହୋଇ ଯାଇଥିଲା | କୃତିବାସ ଗତ କିଛି ଦିନ ହେଲା ଚାଷ ଜମିକୁ ଯାଉଥିଲେ ଓ ମନଦୁଃଖରେ ଫେରୁଥିଲେ | ଏପରିକି ସବୁ ସରିଗଲା ବୋଲି ପରିବାର ଲୋକଙ୍କୁ କହୁଥିଲେ | ଆଉ କାହିଁକି ବଞ୍ଚିବି ବୋଲି ଘର ଲୋକଙ୍କୁ କହୁଥିବା ମାମୁଁ ବିପିନ କହିଛନ୍ତି | 

xc
ଗତକାଲି ଅପରାହ୍ନ ପ୍ରାୟ ୫ଟାରେ କୃତିବାସ ଘରକୁ ଫେରିଥିଲେ | ସବୁ ଦିନ ପରି ଘର ଛାତ ଉପରେ ଥିବା ଠାକୁର ଘରେ ସନ୍ଧ୍ୟା ପୂଜା କରିବାକୁ ଯାଇଥିଲେ | କିନ୍ତୁ ଫେରି ନ ଥିଲେ | କାହିଁକି ବିଳମ୍ବ ହେଉଛି ବୋଲି ପରିବାର ଲୋକ ଜାଣିବା ପାଇଁ ଛାତ ଉପରକୁ ଯାଇଥିଲେ | ଠାକୁର ଘର ପାଖରେ ଥିବା ଏକ ଷ୍ଟୋର ରୁମ ଭିତର ପଟୁ ବନ୍ଦ ରହିଥିଲା | ପରିବାର ଲୋକ କବାଟ ଭାଙ୍ଗିବା ପରେ କୃତିବାସଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ | ତୁରନ୍ତ ତାଙ୍କୁ ଜଗତସିଂହପୁର ମେଡିକାଲ ନେଇ ଆସିଥିଲେ | ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ |
 ତଣ୍ଡିକୂଳ ପଞ୍ଚାୟତ ସରପଞ୍ଚ ସୁପ୍ରିୟା ଦାସଙ୍କ କହିବା ଅନୁସାରେ, କୃତିବାସ ମାଇକ୍ରୋ ଫାଇନାନ୍ସରୁ ୫୦ ହଜାର ଟଙ୍କା ଓ ହାତ ଉଧାରି ଆଣିଥିଲେ | ଫସଲ କ୍ଷତି ଦେଖି ଆଉ ସହି ନ ପାରି ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି |