ମୁମ୍ବାଇ: ପ୍ରଖ୍ୟାତ ଚଳଚ୍ଚିତ୍ର ଅଭିନେତା-ନିର୍ମାତା-ନିର୍ଦ୍ଦେଶକ ମନୋଜ କୁମାର ଆଉ ନାହାନ୍ତି। ଶୁକ୍ରବାର ସକାଳ ସାଢ଼େ ୪ଟା ସମୟରେ କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ୮୭ ବର୍ଷ ବୟସରେ କିମ୍ବଦନ୍ତୀ ଅଭିନେତା ଏବଂ ନିର୍ଦ୍ଦେଶକ ମନୋଜ କୁମାରଙ୍କ ପରଲୋକ ଘଟିଛି। ବଲିଉଡର ଏହି ବରିଷ୍ଠ ବ୍ୟକ୍ତି ବିଶେଷ ଭାବରେ ତାଙ୍କର ଦେଶାତ୍ମବୋଧକ ଚଳଚ୍ଚିତ୍ର ଏବଂ 'ଭାରତ କୁମାର' ଉପନାମ ପାଇଁ ଚର୍ଚ୍ଚିତ ଥିଲେ।
ହରିକିଷନ୍ ଗୋସ୍ୱାମୀ ଓରଫ ମନୋଜ କୁମାର ୧୯୩୭ ଜୁଲାଇ ୨୪ ତାରିଖରେ ପଞ୍ଜାବର ଅମୃତସରରେ ଜନ୍ମଗ୍ରହଣ କରିଥିଲେ। ମନୋଜ କୁମାର ହିନ୍ଦୀ ସିନେମାରେ ନିଜ ପାଇଁ ଏକ ସ୍ଥାନ ସୃଷ୍ଟି କରିଥିଲେ। ସହିଦ, ଉପକାର ଏବଂ ରଙ୍ଗ ଦେ ବସନ୍ତୀ ଭଳି ଚଳଚ୍ଚିତ୍ରରେ ତାଙ୍କର ପ୍ରତୀକାତ୍ମକ ଭୂମିକା ଭାରତୀୟ ଜନସାଧାରଣଙ୍କ ଦେଶପ୍ରେମ ଭାବନା ସହିତ ଗଭୀର ଭାବରେ ପ୍ରତିଧ୍ୱନିତ ହୋଇଥିଲା। ମନୋଜ କୁମାର ଶହୀଦ୍, ପୂରବ୍ ଔର୍ ପଶ୍ଚିମ, ମେରା ନାମ ଜୋକର୍, ହିମାଲୟକି ଗୋଦ୍ ମେ, ଗୁମନାମ୍, ଉପକାର, ରୋଟି କପଡ଼ା ଔର୍ ମକାନ୍, କ୍ରାନ୍ତି, ଶୋର୍, ପଥର କେ ସନମ୍, ବେଇମାନ୍, ଶୋର୍, କଲୟୁଗ ଔର୍ ରାମାୟଣ ଏବଂ ଜୟହିନ୍ଦ୍ ଆଦି ସିନେମା ଲାଗି ସ୍ମରଣୀୟ ହୋଇରହିବେ। ଭାରତୀୟ ସିନେମାରେ ଅବଦାନ ଲାଗି ମନୋଜ କୁମାରଙ୍କୁ , ଭାରତ ସରକାର ୧୯୯୨ ମସିହାରେ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିଥିଲେ। ଏଣେ ୨୦୧୫ରେ ମସିହାରେ ତାଙ୍କୁ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଏହାପୂର୍ବରୁ ସେ ଗୋଟିଏ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଏବଂ ବିଭିନ୍ନ ବର୍ଗରେ ସାତଟି ଫିଲ୍ମଫେୟାର ପୁରସ୍କାର ମଧ୍ୟ ଲାଭ କରିଥିଲେ।
ହରିକ୍ରିଷନ୍ ଗିରି ଗୋସ୍ୱାମୀ ଓରଫ ମନୋଜ କୁମାର ୧୯୩୭ ଜୁଲାଇ ୨୪ ତାରିଖରେ ପଞ୍ଜାବୀ ହିନ୍ଦୁ ପରିବାରରେ ଜନ୍ମଗ୍ରହଣ କରିଥିଲେ। ମନୋଜ କୁମାର ହିନ୍ଦୀ ସିନେମାରେ ନିଜ ପାଇଁ ଏକ ସ୍ଥାନ ସୃଷ୍ଟି କରିଥିଲେ। ସହିଦ, ଉପକାର ଏବଂ ରଙ୍ଗ ଦେ ବସନ୍ତୀ ଭଳି ଚଳଚ୍ଚିତ୍ରରେ ତାଙ୍କର ପ୍ରତୀକାତ୍ମକ ଭୂମିକା ଭାରତୀୟ ଜନସାଧାରଣଙ୍କ ଦେଶପ୍ରେମ ଭାବନା ସହିତ ଗଭୀର ଭାବରେ ପ୍ରତିଧ୍ୱନିତ ହୋଇଥିଲା। ମନୋଜ କୁମାର ଶହୀଦ୍, ପୂରବ୍ ଔର୍ ପଶ୍ଚିମ, ମେରା ନାମ ଜୋକର୍, ହିମାଲୟକି ଗୋଦ୍ ମେ, ଗୁମନାମ୍, ଉପକାର, ରୋଟି କପଡ଼ା ଔର୍ ମକାନ୍, କ୍ରାନ୍ତି, ଶୋର୍, ପଥର କେ ସନମ୍, ବେଇମାନ୍, ଶୋର୍, କଲୟୁଗ ଔର୍ ରାମାୟଣ ଏବଂ ଜୟହିନ୍ଦ୍ ଆଦି ସିନେମା ଲାଗି ସ୍ମରଣୀୟ ହୋଇରହିବେ।
ମନୋଜ କୁମାରଙ୍କ ଅଧିକଂଶ ସିନେମା ଥିଲା ମ୍ୟୁଜିକାଲ୍ ହିଟ୍। ତାଙ୍କ ଅଭିନୀତ/ନିର୍ଦ୍ଦେଶିତ କେତୋଟି ଲୋକପ୍ରିୟ ଗୀତ ହେଲା ଏକ୍ ପ୍ୟାର୍ କା ନଗମା ହେ (ଶୋର୍), ଜିନ୍ଦେଗିକି ନା ଟୁଟେ ଲଡି (କ୍ରାନ୍ତି), ମେରେ ଦେଶ୍ କୀ ଧରତୀ (ଉପକାର୍), ମେଁ ନା ଭୁଲୁଙ୍ଗା (ରୋଟି କପଡ଼ା ଔର୍ ମକାନ୍), ହେ ପ୍ରୀତ୍ ଯାହାଁକି ରୀତ୍ ସଦା..(ପୂରବ୍ ଔର୍ ପଶ୍ଚିମ) ଓ ମେହେବୁବ୍ ମେରେ ମେହେବୁବ୍..(ପଥର କେ ସନମ୍)।
ଭାରତୀୟ ସିନେମାରେ ଅବଦାନ ଲାଗି ମନୋଜ କୁମାରଙ୍କୁ ଭାରତ ସରକାର ୧୯୯୨ ମସିହାରେ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିଥିଲେ। ଏଣେ ୨୦୧୫ରେ ମସିହାରେ ତାଙ୍କୁ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଏହାପୂର୍ବରୁ ସେ ଗୋଟିଏ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଏବଂ ବିଭିନ୍ନ ବର୍ଗରେ ସାତଟି ଫିଲ୍ମଫେୟାର ପୁରସ୍କାର ମଧ୍ୟ ଲାଭ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/post_attachments/wp-content/uploads/2017/10/manoj-kumar-300x191.jpg)