ବଣାଇଁ: ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ବନ ବିଭାଗର ତାମରା ରେଞ୍ଜ କୁସୁମଡିହି ସଂରକ୍ଷିତ ଜଙ୍ଗଲରେ ଏକ କଲରାପତରିଆ ବାଘୁଣୀର ମୃତ୍ୟୁ ହୋଇଥିବାର ଖବର ମିଳିଛି। ମୃତ ବାଘୁଣୀର ବୟସ ପ୍ରାୟ ୧୨ ବର୍ଷ ବୋଲି ଜଣାଯାଇଛି। ମୃତ୍ୟୁର କାରଣ ବିଷକ୍ରିୟା ବୋଲି ପ୍ରାଥମିକ ତଦନ୍ତରୁ ଜଣାଯାଇଛି। ଘଟଣାସ୍ଥଳରେ ଆରସିସିଏଫ୍ ଓ ଡିଏଫ୍ଓ ପହଞ୍ଚି ତଦନ୍ତ ଚଳାଇଛନ୍ତି।

Advertisment

ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ବନ ବିଭାଗ

ଆହୁରି ପଢ଼ନ୍ତୁ: ମଝି ଆକାଶରେ ମାଡ଼ ହେଲା ପକ୍ଷୀ, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ବିମାନ


ଏକ ବଳଦକୁ ବାଘୁଣୀ ଖାଇଦେଇଥିବାରୁ ତାକୁ ବିଷ ଦେଇ ହତ୍ୟା କରାଯାଇଥିବାର ଖବର ମିଳିଛି। ମୃତ ବଳଦରେ ବିଷ ଦେଇ ବାଘୁଣୀକୁ ମାରିଦିଆଯାଇଥିବା କଥା ଚର୍ଚ୍ଚା ହେଉଛି। ତେବେ ଉଭୟ ବଳଦ ଓ ବାଘୁଣୀର ମୃତଦେହ ଜବତ କରାଯାଇଛି। ଏହି ଘଟଣାରେ ଜଣଙ୍କୁ ବନ ବିଭାଗ ଅଟକ ରଖି ପଚରାଉଚରା କରୁଛି। 

ଆହୁରି ପଢ଼ନ୍ତୁ: ରାଇରଂଗପୁରରେ ଉପଖଣ୍ଡସ୍ତରୀୟ ନାରଦ ଜୟନ୍ତୀ ସମାରୋହ ଆୟୋଜିତ