ନୂଆପଡ଼ା: ନୂଆପଡ଼ା ରେଞ୍ଜ ଧରମବନ୍ଧା ବିଟ ପଣ୍ଡରିପାଣି ଗାଁରେ ବାଘ ଆତଙ୍କ। ବିଳମ୍ବିତ ରାତିରେ ଏକ କଲରାପତରିଆ ବାଘ ଗୁହାଳରେ ପଶି ଗାଈକୁ ଶିକାର କରିଛି। ତେବେ ଗତକାଲି ରାତିରେ ପଣ୍ଡରିପାଣି ଗାଁର ମୁଞ୍ଚୁ ରାଉତ ନିଜ ଗୁହାଳରେ ଗାଈକୁ ବାନ୍ଧି ଶୋଇଥିଲେ।
ଗତକାଲି ରାତିରେ ପଣ୍ଡରିପାଣି ଗାଁର ମୁଞ୍ଚୁ ରାଉତ ନିଜ ଗୁହାଳରେ ଗାଈକୁ ବାନ୍ଧି ଶୋଇଥିଲେ। ବିଳମ୍ବିତ ରାତିରେ ଏକ କଲରାପତରିଆ ବାଘ ଗୁହାଳରେ ପଶି ଗାଈକୁ ଆକ୍ରମଣ କରିଥିଲା। ସେଠି ଗାଈ ରଡି ଛାଡ଼ିବାରୁ ପରିବାର ଲୋକେ ଉଠି ଯାଇଥିଲେ।ଏହାପରେ ଗୁହାଳରେ ଟର୍ଚ୍ଚ ଲାଇଟ ମାରିବାରୁ ବାଘ ଗାଈକୁ ଛାଡ଼ି ଜଙ୍ଗଲକୁ ଚାଲିଯାଇଥିଲା । କିନ୍ତୁ ବାଘ ଆକ୍ରମଣରେ ଗାଈର ମୃତ୍ୟୁ ହୋଇ ସାରିଥିଲା। ଏନେଇ ପରିବାର ଲୋକେ ବନ ବିଭାଗକୁ ଖବର ଦେଇଥିଲେ ବି ସକାଳ ୧୦ଟା ସୁଦ୍ଧା ଘଟଣାସ୍ଥଳରେ କୌଣସି ବନ କର୍ମଚାରୀ ପହଞ୍ଚିନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେବେ କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି ଗ୍ରାମବାସୀ।
ବିଳମ୍ବିତ ରାତିରେ ଏକ କଲରାପତରିଆ ବାଘ ଗୁହାଳରେ ପଶି ଗାଈକୁ ଆକ୍ରମଣ କରିଥିଲା। ସେଠି ଗାଈ ରଡି ଛାଡ଼ିବାରୁ ପରିବାର ଲୋକେ ଉଠି ଯାଇଥିଲେ।ଏହାପରେ ଗୁହାଳରେ ଟର୍ଚ୍ଚ ଲାଇଟ ମାରିବାରୁ ବାଘ ଗାଈକୁ ଛାଡ଼ି ଜଙ୍ଗଲକୁ ଚାଲିଯାଇଥିଲା । କିନ୍ତୁ ବାଘ ଆକ୍ରମଣରେ ଗାଈର ମୃତ୍ୟୁ ହୋଇ ସାରିଥିଲା। ଏନେଇ ପରିବାର ଲୋକେ ବନ ବିଭାଗକୁ ଖବର ଦେଇଥିଲେ ବି ସକାଳ ୧୦ଟା ସୁଦ୍ଧା ଘଟଣାସ୍ଥଳରେ କୌଣସି ବନ କର୍ମଚାରୀ ପହଞ୍ଚିନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେବେ କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି ଗ୍ରାମବାସୀ।
leopard
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/leopard-in-sanjay-gandhi-national-park_9c77e69c-c717-11e7-a37e-1053cac6ca52.jpg)