ରାୟଗଡ଼ା: ଓଡ଼ିଶା ବେସରକାରୀ ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସଙ୍ଘ ପକ୍ଷରୁ କାର୍ଯ୍ୟବନ୍ଦ ଡାକରା ଆନ୍ଦୋଳନକୁ ସମର୍ଥନ ଜଣାଇ ଗୁରୁବାର ଦିନ ରାୟଗଡ଼ା ମହିଳା ମହାବିଦ୍ୟାଳୟରେ କାର୍ଯ୍ୟରତ ଅଧ୍ୟାପିକା ଓ କର୍ମଚାରୀ ତରଫରୁ ଧାରଣା ଦିଆଯାଇଥିଲାl ଏହି ପରିପ୍ରେକ୍ଷୀରେ ମହାବିଦ୍ୟାଳୟ ଫାଟକ ସମୁଖରେ ସଙ୍ଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନରେ ଯୋଗଦେଇ ଧାରଣାରେ ବସିଥିଲେl
୨୦୦୮ ମସିହାରୁ ୨୦୧୮ ମସିହା ପର୍ଯ୍ୟନ୍ତ ନିଯୁକ୍ତି ପାଇଥିବା ସମସ୍ତ ଅଧ୍ୟାପକ ଓ କର୍ମଚାରୀଙ୍କୁ ସରକାରୀ ଭୁକ୍ତ କରିବା ପାଇଁ ବାରମ୍ବାର ରାଜ୍ୟ ସରକାରଙ୍କ ନିକଟରେ ଦାବି କରାଯାଉଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ ଫଳରେ ବାଧ୍ୟ ହୋଇ ଆନ୍ଦୋଳନକୁ ଓଲ୍ହାଇଥିବା ସଙ୍ଘ ପକ୍ଷରୁ କୁହାଯାଇଛିl
ଏଥିସହ ପୂର୍ବ ସରାକର କମିଟି ମାଧ୍ୟମରେ ଦାବି ପୂରଣ ନେଇ ଆଲୋଚନା କରିଥିଲେl ସଙ୍ଘ ପକ୍ଷରୁ ଏହି ଧାରଣା ପର୍ଯ୍ୟାୟ କ୍ରମେ ସାରା ଓଡ଼ିଶାରେ ସମସ୍ତ କଲେଜରେ ଧାରଣା ଦିଆଯାଉଥୁବା ନେଇ ସୂଚନା ମିଳିଛି l ଶୀଘ୍ର ଦାବି ପୂରଣ ନହେଲେ ଆନ୍ଦୋଳନକୁ ଆହୁରୀ ତୀବ୍ର କରାଯିବ ବୋଲି ସଙ୍ଘ ପକ୍ଷରୁ ଚେତାବନୀ ଦିଆଯାଇଛିl ଆଜିର ଧାରଣାବେଳେ ଅଧ୍ୟାପିକା ରୋଜାଲିନି ରାଉତ, ସୋନାଲି ବିଶ୍ୱାସ, ସାଗରିକା ଦାଶ, ରୀତା ପ୍ରଧାନ, ସୁନନ୍ଦା ମହାପାତ୍ର, ଧରିତ୍ରୀ ଲିମାଇ, ଶ୍ରଦ୍ଧାଞ୍ଜଳି ପଣ୍ଡା, କର୍ମଚାରୀ ସୂଦୀପ୍ତା ଦାଶ, ଏସ. ମୁରଲୀଧରନ ଓ ଅନ୍ୟମାନେ ଉପସ୍ଥିତ ରହିଥିଲେ l
Rayagada
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/08/21/rgd-2025-08-21-18-00-55.jpg)