ମାଲକାନଗିରି: ପୁରୀ ଶ୍ରୀମନ୍ଦିର ସମ୍ମୁଖରେ ମହିଳା ସାମ୍ବାଦିକା ଓ କ୍ୟାମେରାମ୍ୟାନଙ୍କ ଉପରେ ସେବାୟତଙ୍କ ଆକ୍ରମଣ ଘଟଣାକୁ ନେଇ ଷ୍ଟେଟ ୟୁନିଅନ ଅଫ୍ ଜର୍ନାଲିଷ୍ଟସ (ଏସୟୁଜେ) ମାଲକାନଗିରି ଜିଲ୍ଲା ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି।
ଚଳିତ ମାସ ୬ ତାରିଖ ରବିବାର ଦିନ ପୁରୀ ଶ୍ରୀମନ୍ଦିର ସମ୍ମୁଖରେ ବଡ଼ ଖବରର ସ୍ଥାନୀୟ ପ୍ରତିନିଧି ଲିନୁ ନାୟକ ଏବଂ ତାଙ୍କ କ୍ୟାମେରାମ୍ୟାନ ଶିବ କିଶୋର ପଲେଇ ଖବର ସଂଗ୍ରହ କରୁଥିବା ବେଳେ ନିଜକୁ ସେବାୟତ କହୁଥିବା କେତେକ ଗୁଣ୍ଡା ଶ୍ରେଣୀର ବ୍ୟକ୍ତି ଲିନୁଙ୍କୁ ଟଣା ଟଣି କରିବା ସହ ଘୋଷରା କରିବା ମାଡ଼ ମାରିଥିଲେ। ଏଥି ସହିତ କ୍ୟାମେରମ୍ୟାନ ଶ୍ରୀ ପଲେଇଙ୍କୁ ତଳେ ପକେଇ ତାଙ୍କ ଉପରେ କେତେକ ସେବାୟତ ଚଢି ଯାଇଥିଲେ। କେବଳ ସେତିକି ନୁହେଁ ସୁଟିଂ କରାଯାଉଥିବା କ୍ୟାମେରା, ଉଭୟ ଙ୍କ ମୋବାଇଲ ଫୋନକୁ ମଧ୍ୟ ଉଦ୍ଧତ ସେବାୟତ ଛଡ଼ାଇ ନେଇଛନ୍ତି।
ଜଣେ ମହିଳା ସାମ୍ବାଦିକାଙ୍କୁ ଏକାଧିକ ପୁରୁଷ ସେବାୟତ ମିଳିମିଶି ମାଡ଼ ମାରିବା, ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ଏବଂ ଫଟୋ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ କରି ଗୁରୁତର ଆହତ କରିବା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ଼ ତଥା ଦୃଷ୍ଟାନ୍ତମୂଳକ କାର୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ ଷ୍ଟେଟ ୟୁନିଅନ ଅଫ୍ ଜର୍ନାଲିଷ୍ଟସ (ଏସୟୁଜେ) ଜିଲ୍ଲା ଶାଖା ସରକାରଙ୍କ ନିକଟରେ ଦାବି କରୁଛି।
ସେହିପରି ନିଷ୍ଠାର ସହିତ ନିଜର କର୍ତ୍ତବ୍ୟ ସମ୍ପାଦନା କରୁଥିବା କାର୍ଯ୍ୟରତ ସାମ୍ବାଦିକମାନଙ୍କ ଉପରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବିଭିନ୍ନ ସମୟରେ ଆକ୍ରମଣ ହେଉଥିବା ଯୋଗୁଁ ସାମ୍ବାଦିକ ମାନେ ସ୍ୱାଧୀନ ଭାବେ କାମ କରିବା କଷ୍ଟକର ହୋଇପଡିଛି। ଏପରି ସ୍ଥଳେ ସରକାର ଯଥାଶୀଘ୍ର ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବାକୁ ମଧ୍ୟ ଷ୍ଟେଟ ୟୁନିଅନ ଅଫ୍ ଜର୍ନାଲିଷ୍ଟସ (ଏସୟୁଜେ) ଦାବି କରିଛି। ଦାବିପତ୍ର ପ୍ରଦାନ ସମୟରେ ଷ୍ଟେଟ ୟୁନିଅନ ଅଫ୍ ଜର୍ନାଲିଷ୍ଟସର ଜିଲ୍ଲା ଶାଖା ସଂଙ୍ଘର ସଭାପତି ଏମ୍. ଅମରେଶ କୁମାର,ସାଧାରଣ ସମ୍ପାଦକ ବଂଶୀଧର ମୁଦୁଲି, ଉପଦେଷ୍ଟା ପ୍ରଭାକର ହନ୍ତାଳଙ୍କ ସହ ଅନ୍ୟ କର୍ମକର୍ତ୍ତା ଓ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ।
Malkangiri
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/04/09/5Nc8M6lrtdWWsperOkBt.jpg)