ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର ଦ୍ଵିତୀୟ ବୃହତ୍ତମ ସହର ହେଉଛି ରାଇରଙ୍ଗପୁର। ଏହାବ୍ୟତୀତ ବାମନଘାଟି ଉପଖଣ୍ଡ ମଧ୍ୟ ଆଦିବାସୀ ବହୁଳ ଅଞ୍ଚଳ। ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ଉପରେ ସମସ୍ତେ ନିର୍ଭର କରିଥାନ୍ତି। ମହିଳା ଓ ଶିଶୁ ଚିକିତ୍ସା କେନ୍ଦ୍ର ପାଇଁ ହସ୍ପିଟାଲରେ ୫ ମହଲା ବିଶିଷ୍ଟ ଏକ କୋଠା ନିର୍ମାଣ କରାଯାଇଛି। ରୋଗୀଙ୍କ ସୁବିଧା ନିମନ୍ତେ ୫ ମହଲା କୋଠା ଉପରକୁ ଯିବ ପାଇଁ ଲିଫ୍ଟ ବ୍ୟବସ୍ଥା କରାଯାଇଥିଲା।
ତେବେ ବିଦ୍ୟୁତ୍ କଟିଲେ ମହିଳା ଓ ଶିଶୁ ଚିକିତ୍ସା ବିଭାଗର ଲିଫ୍ଟ ଅଚଳ ହେଉଥିବା ଯୋଗୁଁ ରୋଗୀ ଓ ସମ୍ପର୍କୀୟମାନେ ଉପରକୁ ଉଠିବା ପାଇଁ ହନ୍ତସନ୍ତ ହେଉଛନ୍ତି। ବାଧ୍ୟ ହୋଇ ହନ୍ତସନ୍ତ ହୋଇ ସିଡ଼ିରେ ଉଠିବାକୁ ବାଧ୍ୟ ହେଉଛନ୍ତି ରୋଗୀ। ଏହାବ୍ୟତୀତ ରୋଗୀ ବହିବା ନିମନ୍ତେ ଷ୍ଟ୍ରଚର୍ ମଧ୍ୟ ପ୍ରଯାପ୍ତ ପରିମାଣରେ ନଥିବାରୁ ରୋଗୀ ମାନେ ବହୁ କଷ୍ଟରେ କୋଠା ଉପରକୁ ଯାଇ ଚିକିତ୍ସିତ ହେଉଛନ୍ତି।
ଏ ସମ୍ବନ୍ଧରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସମ୍ଭବ ହୋଇନଥିଲା। ଜଣେ ହସ୍ପିଟାଲର କର୍ମଚାରୀଙ୍କୁ ପଚାରିବାରୁ ବିଦ୍ୟୁତ୍ କଟିଲେ ଲିଫ୍ଟ ଅଚଳ ହେଉଥିବାରୁ ଏଭଳି ସମସ୍ୟା ହେଉଥିବା ନେଇ ପ୍ରକାଶ କରିଥିଲେ। ଉକ୍ତ କୋଠା ନିର୍ମାଣ କରିଥିବା ସଂସ୍ଥା ନିମ୍ନ ମାନର କାର୍ଯ୍ୟ କରିଥିବାରୁ ବର୍ଷା ହେଲେ ମଧ୍ୟ ଲିଫ୍ଟ ଭିତରକୁ ପାଣି ପଶିଯାଉଥିବାରୁ ଅଚଳ ହେଉଥିବାର ଅଭିଯୋଗ ହେଉଛି। ଏଣୁ ସବୁ ସମୟରେ ଉକ୍ତ ଲିଫ୍ଟକୁ କାର୍ଯ୍ୟକ୍ଷମ କରାଯାଉ ବୋଲି ଦାବି ହେଉଛି।
Health | Mayurbhanj
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/05/08/C1iNkqLXkxgrgkRt1IIg.jpg)