ଭୁବନେଶ୍ବର: ଦୁର୍ବଳ ହୋଇଛି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର ସକ୍ରିୟ ଥିବା ଓ୍ବେଲମାର୍କ ଲୋପ୍ରେସ ବା ସଦୃଶ ଲଘୁଚାପ। ଫଳରେ ପାଗ ବଦଳିଛି। ଓ୍ବେଲମାର୍କ ଲୋପ୍ରେସର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ରହିଥିବା ବେଳେ ପାଗରେ ପରିବର୍ତନ ଦେଖିବାକୁ ମିଳିଛି। ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷା ହେବାର ସମ୍ଭାବନା ନାହିଁ। ପାଣିପାଗ ବିଭାଗ କାଁଭାଁ ସ୍ଥାନରେ ହାଳୁକା ବର୍ଷାର ସମ୍ଭାବନା ଦେଇଛି।
ଏହି ଖବର ପଢ଼ନ୍ତୁ: ବିଜେଡିର ପ୍ରତିଷ୍ଠା ଦିବସ: ଯୁବନେତ୍ରୀଙ୍କୁ ଚାପୁଡ଼ା, ଭଂଜନଗରରେ ଦଳ ଛାଡ଼ିଲେ ନେତା
ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଗଂଜାମ, ଗଜପତି, ରାୟଗଡ଼ା କୋରାପୁଟ ମାଲକାନଗିରି ନବରଙ୍ଗପୁର କଳାହାଣ୍ଡି କନ୍ଧମାଳ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲକା ବର୍ଷା ସମ୍ଭାବନା ରହିଛି। ଆସନ୍ତାକାଲିଠାରୁ ପାଗ ଶୁଖିଲା ରହିବ ବୋଲି ପୂର୍ବାନୁମାନ କରାଯାଇଛି।
ଏହି ଖବର ପଢ଼ନ୍ତୁ: ଜଙ୍ଗଲରେ ପତ୍ର ସଂଗ୍ରହ କରୁଥିଲେ ମହିଳା, କଚାଡ଼ି ଦେଲା ହାତୀ
ଗତ ୨୪ ଘଣ୍ଟା ମଧ୍ୟରେ କଳାହାଣ୍ଡି ଜିଲ୍ଲା ନର୍ଲାରେ ସର୍ବାଧିକ ବର୍ଷା ୮୪.୦୦ ମିଲିମିଟର ବର୍ଷା ରେକର୍ଡ ହୋଇଛି। ସେହିପରି ଜଗତସିଂହପୁରରେ ସର୍ବନିମ୍ନ ତାପମାତ୍ରା ୧୪.୦୦ ଡିଗ୍ରି ଓ ପାହାଡିଆ ଅଂଚଳର କୋରାପୁଟରେ ୧୨.୪ ଡ଼ିଗ୍ରି ରେକର୍ଡ ହୋଇଛି।
-ମନୋରମା ମହାନ୍ତି, ନିର୍ଦ୍ଦେଶିକା, ଆଞ୍ଚଳିକ ପାଣିପାଗ କେନ୍ଦ୍ର
ଏହି ଖବର ପଢ଼ନ୍ତୁ: ଡ଼ିଏମକେ କ୍ଷମତାରୁ ନ ଯିବା ପର୍ଯ୍ୟନ୍ତ ଚପଲ ପିନ୍ଧିବି ନାହିଁ: ଅନ୍ନାମଲାଇ
ପାଣିପାଗ ବିଭାଗ ଆଜିଠାରୁ ଶୀତ ବୃଦ୍ଧି ପାଇବା ସହ ଘନ କୁହୁଡି ନେଇ ସର୍ତକ ସୂଚନା ଜାରି କରିଛି। ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୟାଗଡ଼, କେନ୍ଦୁଝର, କନ୍ଧମାଳ, କଳାହାଣ୍ଡି ଓ ରାୟଗଡ଼ାରେ ହାଲୁକାରୁ ମଧ୍ୟମଧରଣର କୁହୁଡ଼ି ଦୃଶ୍ୟମାନ ହେବା ସହ କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର, ସୋନପୁର ଓ ସମ୍ବଲପୁରରେ ଘନ କୁହୁଡ଼ିକୁ ନେଇ ସତର୍କ କରାଇବା ସହ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହାସହ ସର୍ବନିମ୍ନ ତାପମତ୍ରାରେ ୫ ଦିନ ଯାଏ କୌଣସି ପରିବର୍ତ୍ତନ ନାହିଁ ବୋଲି ବିଭାଗ ପୂର୍ବାନୁମାନ କରିଛି।
ଏହି ଖବର ପଢ଼ନ୍ତୁ: ଝୁଲନ୍ତା ଅବସ୍ଥାରେ ତେନ୍ତୁଳିଖୁଣ୍ଟି ଥାନା ଏଏସ୍ଆଇଙ୍କ ମୃତଦେହ ଉଦ୍ଧାର