ଭଦ୍ରକ: ଭଦ୍ରକ ଜିଲ୍ଲାରେ ବଜ୍ରାଘାତରେ ଦିନକୁଦିନ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗତ ୧୫ ବର୍ଷରେ ଜିଲ୍ଲାରେ ୧୪୮ ଜଣଙ୍କର ମୃତ୍ୟୁ ଘଟିଛି। ବଜ୍ରାଘାତରେ ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ବାବଦରେ ପ୍ରାୟ ୬ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଅନୁଦାନ ବାବଦରେ ପ୍ରଦାନ କରାଯାଇଛି।
ପ୍ରକାଶ ଥାଉକି ୨୦୧୨-୧୩ ମସିହାରେ ବଜ୍ରାଘାତରେ ୧୩ ଜଣଙ୍କର ବଜ୍ରାଘାତରେ ମୃତ୍ୟୁ ଘଟିଥିଲା। ସେତେବେଳେ ପ୍ରତି ମୃତକଙ୍କ ପରିବାରକୁ ୧ ଲକ୍ଷ ୫୦ ହଜାର ଟଙ୍କାର ଆର୍ଥିକ ଅନୁଦାନ ପ୍ରଦାନ କରାଯାଇଥିଲା। ୨୦୧୩-୧୪ ମସିହାରେ ୬ ଜଣଙ୍କର ବଜ୍ରାଘାତରେ ମୃତ୍ୟୁ ହୋଇଥିଲା। ୨୦୧୫ରେ ଜିଲ୍ଲାରେ ୧୦ ଜଣ ଲୋକଙ୍କର ମୃତ୍ୟୁ ଘଟିଥିଲା। ୨୦୧୬ ମସିହାରେ ଜିଲ୍ଲାରେ ୧୪ ଜଣ ଲୋକଙ୍କର ବଜ୍ରାଘାତରେ ମୃତ୍ୟୁ ଘଟିଥିଲା।
ସେହିପରି ୨୦୧୭ ମସିହାରେ ୨୬ ଜଣ ଲୋକଙ୍କର ବଜ୍ରାଘାତରେ ମୃତ୍ୟୁ ଘଟିଥିଲା। ରାଜ୍ୟ ସରକାର ୧୫-୧୬ ମସିହାରେ ବଜ୍ରାଘାତରେ ମୃତ୍ୟୁ ଜନିତ ଅନୁକମ୍ପା ରାଶିକୁ ଦେଢ଼ଲକ୍ଷରୁ ୪ ଲକ୍ଷକୁ ବୃଦ୍ଧି କରିଥିଲେ। ୨୦୧୮ ମସିହାରେ ୧୪ ଜଣଙ୍କର ବଜ୍ରାଘାତରେ ମୃତ୍ୟୁ ଘଟିଥିବା ବେକେ ୨୦୧୯ ରେ ୮ ଜଣଙ୍କର ମୃତ୍ୟୁ ଘଟିଥିଲା।
ସେହିପରି ୨୦୨୦ ମସିହାରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦୨୧ରେ ୯ ଜଣଙ୍କର ମୃତ୍ୟୁ ଘଟିଛି। ୨୦୨୨ରେ ୮ ଜଣ, ୨୦୨୩ରେ ୧୨ ଜଣ, ୨୦୨୪ରେ ୧୧ ଜଣ ଓ ୨୦୨୫ ମସିହା ଜୁଲାି ମାସ ସୁଦ୍ଧା ଜଣେ ଲୋକଙ୍କର ବଜ୍ରାଘାତରେ ମୃତ୍ୟୁ ଘଟିଛି ବୋଲି ଜିଲ୍ଲା ଜରୁରୀକାଳୀନ ବିଭାଗ ସୂତ୍ରରୁ ସୂଚନା ମିଳିଛି।
ବଜ୍ରପାତ ଯୋଗୁଁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ବଜ୍ରାଘାତ ଜନିତ ମୃତ୍ୟୁ ସଂଖ୍ୟା କମାଇବା ପାଇଁ ସରକାରଙ୍କ ପକ୍ଷରୁ ସଚେତନତା କରାଯାଉଛି। ବଜ୍ରାଘାତରେ ମୃତକଙ୍କ ପରିବାରକୁ ତୁରନ୍ତ ସହାୟତା ରାଶି ପ୍ରଦାନ କରାଯାଉଛି। ବଜ୍ରାଘାତଜନିତ ମୃତ୍ୟୁ ସଂଖ୍ୟା ହ୍ରାସ କରିବା ପାଇଁ ଆହୁରି ବ୍ୟାପକ ଜଣ ସଚେତନତାର ଆବଶ୍ୟକ ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।
Lightning
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/08/12/new-project-40-2025-08-12-20-44-05.jpg)