ବଳଙ୍ଗା: ପୁରୀଜିଲ୍ଲା ବଳଙ୍ଗା ଥାନା ଅଧୀନ କଠୋକୁସାଙ୍ଗ ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଜମାଣ ସମୟରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ପାଟିତୁଣ୍ଡ ଏବଂ ଦୁଇ ନାବାଳକଙ୍କୁ ଖୁଣ୍ଟରେ ବାନ୍ଧି ବାଡ଼େଇବା ନେଇ ବଳଙ୍ଗା ଥାନାରେ ପୃଥକ ପୃଥକ ଦୁଇଟି ଅଭିଯୋଗ ହୋଇଛି। ଏହି ଘଟଣାରେ ବଳଙ୍ଗା ପୁଲିସ ତିନି ଜଣଙ୍କୁ ଅଟକ ରଖିଛି।
ସୂଚନା ମୁତାବକ ଶନିବାର ଦିନ ବିଳମ୍ବିତ ରାତିରେ କୋଠକୁସାଙ୍ଗ ଗ୍ରାମରେ ମେଳଣ ଜମାଣ ଚାଲିଥିବା ସମୟରେ ବଳଙ୍ଗା ପ୍ରଧାନସାହି ଓ ବେହେରାସାହି ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଫଳରେ କୋଠକୁସାଙ୍ଗ ଗ୍ରାମର ଦୁଇ ଜଣ ଗୁରୁତର ଆହତ ହୋଇଥିଲେ। ବଳଙ୍ଗା ପୁଲିସ ଖବର ପାଇଁ ଗାଡ଼ି ପହଞ୍ଚିବାପରେ ସେଠାରୁ ସମସ୍ତେ ପଳାଇଯାଇଥିଲେ ଏବଂ ବଳଙ୍ଗା ପୁଲିସ ଜଣକୁ ଉଠାଇ ଆଣିଥିଲା। ପରେ ବଳଙ୍ଗା ଅଞ୍ଚଳରୁ ଦୁଇଜଣ ନାବାଳିକ ଜମାଣ ଦେଖିବା ପାଇଁ ଜାଇଥିବା ବଳଙ୍ଗା ପ୍ରଧାନସାହି ଛୁଆ ଭାବି କୋଠକୁସାଙ୍ଗ ବେହେରାସାହିର ଲୋକମାନେ ନାବାଳକ ଦୁଇଜଣଙ୍କୁ ଖୁଣ୍ଟିରେ ବାନ୍ଦି ସହିତ ୧୫ ଜଣ ଲୋକ ଅଶ୍ଳିଳ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଆମକୁ ଲୁହା ରଡ୍ରେ ବାଡେଇଲେ ଏବଂ ଆମ ଦେହରେ ସିଗାରେଟ୍ ଚେଙ୍କ ଦେଲେ ଓ ଏହା ପରେ ସେମାନେ ପାଣି ପିଇବା ପାଇଁ ମାଗିବାରୁ ସେମାନଙ୍କୁ ପରିସ୍ରା ପିଆଦେଇଥିଲେ।
କୌଶଳ କ୍ରମେ ସେଠାରୁ ଆସି ନାବାଳକମାନେ ତାଙ୍କ ପରିବାରକୁ ଜଣାଇଥିଲେ। ଫଳରେ ଗ୍ରାମର ଲୋକମାନଙ୍କ ସହିତ ଦୁଇ ନାବାଳକ ଥାନାକୁ ଆସି ଅଭିଯୋଗ କରିବା ତତ୍ କ୍ଷଣାତ ବଳଙ୍ଗା ଥାନା ଅଧିକାରୀ ଦିବ୍ୟରଞ୍ଜନ ପଣ୍ଡା ଘଟଣାସ୍ଥଳରେ ପହଞ୍ଚି ଦୁଇ ଜଣକୁ ଉଠାଇ ଆଣି ଅଟକ ରଖିଛନ୍ତି।
ଅପରପକ୍ଷରେ କୋଠକୁସାଙ୍ଗ ବେହେରାସାହିର ପଞ୍ଚେଇ ଦାଶ କରିଥିବା ଅଭିଯୋଗ ଅନୁଯାୟୀ ତାଙ୍କ ଘରେ ୬ଜଣ ଦୁବୃର୍ତ୍ତ ପଶି ତିନିଲକ୍ଷ ଟଙ୍କା ସହ ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରି ହୋଇଥିବା ନେଇ ଅଭିଯୋଗ କରିଥିବାବେଳେ ଗ୍ରାମର ଲୋକମାନେ ସେଥିମଧ୍ୟରୁ ଦୁଇ ଜଣ ନାବାଳକଙ୍କୁ ଅଟକ ରଖିଥିଲେ। ନାବାଳକ ଗ୍ରାମର ଜଣେ ବ୍ୟକ୍ତି ବୁଝାସୁଝା କରିବା କଥା କହି ସେଠାରୁ ନେଇ ପଳାଇଯାଇଥିଲେ। ଗ୍ରାମର ଜୈନିକା ବୃଦ୍ଧା ଥାନାରେ ଅଭିଯୋଗ କରିଛନ୍ତି।
puri
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2025/04/20/JKdO1ccrvBOJ3ygJOTep.jpg)