ରାୟଗଡ଼ା: ରାୟଗଡ଼ା ସହର ନିକଟସ୍ଥ ମଝିଘରିଆଣି ମନ୍ଦିର ପାଖରେ ଟ୍ରାକ୍ ଉପରେ ପଥର ପଡ଼ିଥିବାରୁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହେବାସହ ଏକ  ବଡ଼ ଅଘଟଣରୁ ବର୍ତ୍ତିଯାଇଛି ଲିଙ୍କ କୋରବା ଏକ୍ସପ୍ରେସ ଟ୍ରେନ୍ I ରାୟଗଡ଼ା ସହର ମଝିଘରିଆଣୀ ମନ୍ଦିର ନିକଟ ଟ୍ରାକ୍ ରେ କୌଣସି କାରଣରୁ ବଡ଼ ପଥର ପଡ଼ିଯାଇଥିଲା I ଏହି ସମୟରେ ବିଶାଖାପାଟଣା ଠାରୁ କୋରବା ଯାଉଥିବା ଲିଙ୍କ ଏକ୍ସପ୍ରେସ ସେହି ଟ୍ରାକ ଦେଇ ଯାଉଥିଲା I ମଧ୍ୟ ରାତ୍ରୀରେ ଜୋରରେ  ଶବ୍ଦ ହେବାରୁ  ଟ୍ରେନ ଚାଳକ ବ୍ରେକ ଲଗାଇ ଟ୍ରେନକୁ ରୋକିଥିଲେ I ଫଳରେ ରାତି ୧ ୨ଟା ରୁ ସକାଳ ୫ଟା ଯାଏଁ ସେହି ଟ୍ରାକରେ ଗମନାଗମନ ବାଧାପ୍ରାପ୍ତ ହୋଇଥିଲାI

Advertisment

ମଝିଘରିଆଣି ମନ୍ଦିର ପାଖରେ ଟ୍ରାକ୍ ଉପରେ ପଥର ପଡ଼ିଥିବାରୁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହେବାସହ ଏକ  ବଡ଼ ଅଘଟଣରୁ ବର୍ତ୍ତିଯାଇଛି ଲିଙ୍କ କୋରବା ଏକ୍ସପ୍ରେସ ଟ୍ରେନ୍ I ରାୟଗଡ଼ା ସହର ମଝିଘରିଆଣୀ ମନ୍ଦିର ନିକଟ ଟ୍ରାକ୍ ରେ କୌଣସି କାରଣରୁ ବଡ଼ ପଥର ପଡ଼ିଯାଇଥିଲା I ଏହି ସମୟରେ ବିଶାଖାପାଟଣା ଠାରୁ କୋରବା ଯାଉଥିବା ଲିଙ୍କ ଏକ୍ସପ୍ରେସ ସେହି ଟ୍ରାକ ଦେଇ ଯାଉଥିଲାI ମଧ୍ୟ ରାତ୍ରୀରେ ଜୋରରେ  ଶବ୍ଦ ହେବାରୁ  ଟ୍ରେନ ଚାଳକ ବ୍ରେକ ଲଗାଇ ଟ୍ରେନକୁ ରୋକିଥିଲେ I ଫଳରେ ରାତି ୧ ୨ଟା ରୁ ସକାଳ ୫ଟା ଯାଏଁ ସେହି ଟ୍ରାକରେ ଗମନାଗମନ ବାଧାପ୍ରାପ୍ତ ହୋଇଥିଲାI ଖବର ପାଇଁ ରେସ୍କୁ ଟିମ ପଥରକୁ ହଟାଇବା ସହ ମରାମତି କାର୍ଯ୍ୟ କରିଥିଲା I ପ୍ରାୟ ୫ ଘଣ୍ଟା ଧରି ଟ୍ରାକ୍ ରେ ଅଟକ ରହିଥିଲା କୋରବା ଏକ୍ସପ୍ରେସ୍ I ଦୀର୍ଘ ୫ ଘଣ୍ଟା ପରେ ଟ୍ରେନ୍ ଚଳାଚଳ ସ୍ବାଭାବିକ ହୋଇଥିଲା I

ଖବର ପାଇଁ ରେସ୍କୁ ଟିମ ପଥରକୁ ହଟାଇବା ସହ ମରାମତି କାର୍ଯ୍ୟ କରିଥିଲା I ପ୍ରାୟ ୫ ଘଣ୍ଟା ଧରି ଟ୍ରାକ୍ ରେ ଅଟକ ରହିଥିଲା କୋରବା ଏକ୍ସପ୍ରେସ୍ I ଦୀର୍ଘ ୫ ଘଣ୍ଟା ପରେ ଟ୍ରେନ୍ ଚଳାଚଳ ସ୍ବାଭାବିକ ହୋଇଥିଲା I ବର୍ତ୍ତମାନ ଗୋଟିଏ ଲାଇନ୍ ରେ ଚଳାଚଳ କରୁଛି ଟ୍ରେନ।,ରେଳବାଇ ବିଭାଗର ଉଦ୍ଧାର କାର୍ଯ୍ଯ ଜାରି ରହିଛି । ଏହି ଘଟଣାକୁ ଆର ପି ଏଫ ତଦନ୍ତ କରୁଥିବା ବେଳେ ରେଳବାଇର ବରିଷ୍ଠ ଅଧିକାରୀ ଘଟଣା ସ୍ଥଳରେ ରହିଥିଲେ I