ବାରଙ୍ଗ: ରାଜଧାନୀ ଭୁବନେଶ୍ବର ଉପକଣ୍ଠରେ ପର୍ଯ୍ୟଟକମାନଙ୍କ ପାଇଁ ଅନ୍ୟତମ ଆକର୍ଷଣୀୟ ସ୍ଥାନ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ତିନି ନୂଆ ଅତିଥି ଆସିଛନ୍ତି। ଏହି ଅତିଥିମାନେ ଆଜି ପୂର୍ବାହ୍ଣ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ପର୍ଯ୍ୟାୟ କ୍ରମେ ଆସିବା ସହିତ ଏଠାରେ ସିଂହମାନଙ୍କର ସଂଖ୍ୟା ବଢ଼ାଇଛନ୍ତି। ଏମାନେ ଆଗାମୀ ଦିନରେ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବେ। ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପକ୍ଷରୁ କୁହାଯାଇଛି ଯେ, ଏଠାରେ ସିଂହି ‘ରେୱା’ ଆଜି ୩ଟି ଶାବକ ଜନ୍ମ ଦେଇଛି।
ଜନ୍ମିତ ଶାଵକ ମଧ୍ୟରୁ ଗୋଟିଏର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଟିର ଯତ୍ନ ମା ରେ୍ୱା ନେଇ ନଥିଲା। ସେଥିଲାଗି ମା' ଠାରୁ ଛୁଆ ଦୁଇଟିକୁ ଅଲଗା କରି ପ୍ରାଣୀ ଚିକିତ୍ସା କେନ୍ଦ୍ର ପରିସରର ହସ୍ତପାଳିତ କେନ୍ଦ୍ରକୁ ଅଣାଯାଇଛି। ଏମାନଙ୍କର ଗତିବିଧି ଉପରେ ନଜର ରଖାଯାଇଛି।
ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପକ୍ଷରୁ ଗଣମାଧ୍ୟମକୁ କୁହାଯାଇଛି ଯେ, ସିଂହ ‘ଜିତ ଓ ସିଂହି ‘ରେୱା’ଙ୍କ ମିଳନରୁ ଆଜି ୩ଟି ଶାବକ ଜନ୍ମ ନେଇଥିଲେ। ପ୍ରଥମ ଶାବକ ପୂର୍ବାହ୍ଣ ୯ଟାରେ ଜନ୍ମ ନେଇଥିଲା, ଯାହାର ମୃତ୍ୟୁ ହୋଇଥିଲା। ଅପରାହ୍ଣ ୩ଟା ୫୮ରେ ଦ୍ବିତୀୟ ଓ ସନ୍ଧ୍ୟା ୫ଟା ୫୬ମିନିଟରେ ତୃତୀୟ ଶାବକକୁ ଜନ୍ମ ଦେଇଥିଲା। ତିନି ଶାବକଙ୍କ ମଧ୍ୟରୁ ଗୋଟିଏ ଅଣ୍ଡିରା ହୋଇଥିବା ବେଳେ ଅନ୍ୟ ଦୁଇଟି ମାଈ ଅଟନ୍ତି। ଜନ୍ମିତ ଶାଵକ ମଧ୍ୟରୁ ଗୋଟିଏର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଟିର ଯତ୍ନ ମା ରେ୍ୱା ନେଇ ନଥିଲା। ସେଥିଲାଗି ମା' ଠାରୁ ଛୁଆ ଦୁଇଟିକୁ ଅଲଗା କରି ପ୍ରାଣୀ ଚିକିତ୍ସା କେନ୍ଦ୍ର ପରିସରର ହସ୍ତପାଳିତ କେନ୍ଦ୍ରକୁ ଅଣାଯାଇଛି। ଏମାନଙ୍କର ଗତିବିଧି ଉପରେ ନଜର ରଖାଯାଇଛି।
ସୂଚନାଯୋଗ୍ୟ ୨୦୨୦ ମସିହା ଡିସେମ୍ବର ୨୦ ତାରିଖ ଦିନ ‘ରେୱା’କୁ ମଧ୍ୟପ୍ରଦେଶର ଇନ୍ଦୋରସ୍ଥିତ କମଳା ନେହରୁ ପ୍ରାଣୀ ସଂଗ୍ରହାଳୟରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଅଣାଯାଇଥିଲା। ସେହି ସମୟରେ ରେୱାକୁ ୭ବର୍ଷ ବୟସ ହେଉଥିଲା। ରେୱା ପ୍ରଥମ ଥର ମା’ ହୋଇ ନାହିଁ। ମାତୃତ୍ବ ଲାଭ କରିବାର ପୂର୍ବରୁ ମଧ୍ୟ ଅଭିଜ୍ଞତା ରଖିଛି। ପୂର୍ବରୁ ମଧ୍ୟ ଏହି ସିଂହି ୫ଟି ସନ୍ତାନର ଜନନୀ ହୋଇସାରିଛି। ଏମାନଙ୍କ ମଧ୍ୟରୁ ସିମ୍ବା, କେଶରୀ, ଶିଭମ୍ ଓ ମାୟା ଜୀବୀତ ଅଛନ୍ତି। ନନ୍ଦନକାନନରେ ଏବେ ମୋଟ ସିଂହ ସଂଖ୍ୟା ୨୬କୁ ବୃଦ୍ଧି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/01/25/6dssItJxzcNIXwBv8Th1.jpg)