ହିଞ୍ଜିଳିକାଟୁ: କୁନିକୁନି ପାଦରେ ଘୁଙ୍ଗୁର ବାନ୍ଧି ଆଜି ଓଡ଼ିଶୀ ନୃତ୍ୟକୁ ଯେମିତି ସାଧନା ବୋଲି ଭାବି ନେଇଛନ୍ତି। ଗଂଜାମ ଜିଲ୍ଲା ହିଞ୍ଜିଳିକାଟୁ କୁନି ନୃତ୍ୟଶିଳ୍ପୀ ଶ୍ରେୟାନ ନାହାକ। ସୁନୀଲ ନାହାକ ଓ ସଂଗୀତା ରାଣୀ ନାହାକଙ୍କ ପୁଅ ଶ୍ରେୟାନ ଏତେ କମ୍ ବୟସର ନୃତ୍ୟ ପ୍ରତି ଆଗ୍ରହ ଦେଖି ଆଶ୍ଚର୍ଯ୍ୟ ଚକିତ କରିବାରେ ଲାଗିଛି। ଆଜିକାଲି ମୋବାଇଲ ଯୁଗରୁ ବାହାରି ପିଲାଙ୍କୁ କଳା ପ୍ରତି ମନୋଭାବ ନେବା ଏହା ଏକ ସମାଜ ପାଇଁ ଉଦାହରଣ ସୃଷ୍ଟି କରେ।

Advertisment

୫ ବର୍ଷ ବୟସ ହୋଇଥିଲେ ମଧ୍ୟ ଜାତୀୟ ମଞ୍ଚରେ ନୃତ୍ୟ କରି ବେଶ୍ ପ୍ରଶଂସା ସାଉଁଟି ପାରିଛନ୍ତି ଶ୍ରେୟାନ। ପାରାଦୀପର ଆଇଓସିଏଲ୍‌ ଟାଉନ୍‌ସିପ୍‌ ଠାରେ ନୃତ୍ୟ ପରିବେଷଣ କରି ଜିଲ୍ଳା ପାଇଁ ଗର୍ବ ଆଣିଛନ୍ତି। ଦଳୀୟ ନୃତ୍ୟ ବା ଏକକ ନୃତ୍ୟରେ ବେଶ୍ ଦକ୍ଷତା ପ୍ରତିପାଦନ କରିପାରିଛନ୍ତି।

ଭୁବେଶ୍ବରରେ ଗୁରୁଶ୍ରୀ ଶାଶ୍ଵତ ଯୋଶୀଙ୍କ ଲାସ୍ୟକଳା ଅନୁଷ୍ଠାନର ବାର୍ଷିକ ଉତ୍ସବରେ ମଧ୍ୟ ନୃତ୍ୟ ପରିବେଷଣ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ  କରାଇ ପାରିଛନ୍ତି ଏବଂ ନୃତ୍ୟ ପରିବେଷଣ କରି ନୃତ୍ୟମ୍ ଅନୁଷ୍ଠାନର ଗର୍ବ ଓ ଗୌରବ ବଢାଇଛନ୍ତି। ଏହି ପରିପ୍ରକାଶରେ ଗୁରୁ କ୍ରିଷ୍ଣା ଡିକେ କହିଛନ୍ତି ଯେ କୁନି ବୟସରେ କଳା ପ୍ରତି ପିଲାଙ୍କ ରୁଚି ରଖିଲେ ନିଜର ଜୀବନଟି ସୃଙ୍ଖଳିତ ଜୀବନ, ସମାଜର କଳା ସଂସ୍କୃତିକୁ ବଜାଇ ରଖିହେବ ଏବଂ ଏହି ମୋବାଇଲ ଯୁଗରେ ପଦରେ ଘୁଙ୍ଗୁର ଓ ହାତରେ ମୁଦ୍ରା ବେଶ୍ ଶୋଭନୀୟ। ଆଗାମୀ ଦିନରେ ଶ୍ରେୟନ୍ ନାହାକ ଏକ ଉଚ୍ଚ କୋଟୀର ନୃତ୍ୟଶିଳ୍ପୀ ହେବ ବୋଲି ସମସ୍ତେ ଆଶାବାଦୀ।

ganjam