କୋରାପୁଟ: କୋରାପୁଟ ଜିଲ୍ଲାର ଦଶମନ୍ତପୁରରେ ନିଆରା ବାପା, ଝିଅ ଓ ନାତୁଣୀଙ୍କୁ ଦେଖିବାକୁ ମିଳିଛି। ଦୃଷ୍ଠିହୀନ ବାପାଙ୍କୁ ବାଟ କଡ଼ାଇ ନେଉଛନ୍ତି ଝିଅ। ୫କିଲୋ ଚାଉଳ ପାଇଁ ୫କିଲୋ ମିଟର ଏଭଳି ଚାଳିଚାଳି ଆସି ଚାଉଳ ନେଉଥିବା ଦେଖିବାକୁ ମିଳିଛି। ରାଜ୍ୟ ସରକାର ଅସହାୟମାନଙ୍କୁ ଘରକୁ ନେଇ ସାମାଜିକ ସୁରକ୍ଷା ଓ ସାଧାରଣବଣ୍ଟନ ବ୍ୟବସ୍ଥା  ସେବା ଉପଲବ୍ଦ କରାଯାଉଛି ବୋଲି କହୁଥିବା ବେଳେ ଏଠାରେ ଓଲଟା ଚିତ୍ର ଦେଖିବାକୁ ମିଳିଛି। କୋରାପୁଟ ଜିଲ୍ଲା ଦଶମନ୍ତପୁର ସଦର ବ୍ଲକ ତଥା ପଂଚାୟତର ପରଜାବାରିକଣ୍ଟା ଗାଁର ଦୃଷ୍ଟିହୀନ ଲବ ମୁଦୁଲିଙ୍କୁ ତାଙ୍କ ଝିଅ କାଳୀ ମୁଦୁଲି ବାଟ କଡ଼ାଇ ନେଉଛନ୍ତି। 

Advertisment

ଝିଅ ଓ ନାତିଙ୍କ ସାହାରାରେ ବାଡ଼ି ଧରି ବାଟ ଚାଲୁଛନ୍ତି ଲବl ନିଜ ଗାଁରେ ବିବାହିତ ହୋଇଥିବା ଝିଅ କାଳୀ ଦୃଷ୍ଟିଶକ୍ତିହୀନ ବାପାର ସେବା କରୁଛିl ହେଲେ ଆଜି ମାସିକ ଖାଉଟି ସାମଗ୍ରୀ ପାଇଁ ଗାଁ ଠାରୁ ପାଞ୍ଚ କିମି ଦୂରରେ ଅବସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ଥିବା ଦୃଶ୍ୟ ଦେଖିବାକୁ ମିଳିଥିଲାl ଦିନ ଥିଲା ଲବ ମୁଦୁଲି ସ୍ତ୍ରୀ ସୁକ ମୁଦୁଲି ଗୋଟିଏ ଝିଅ କାଳୀଙ୍କୁ ନେଇ ଅତି ଆନନ୍ଦରେ ପରିବାର ଚଳୁଥିଲେl ହେଲେ ଅଧା ବାଟରେ ହାତ ଛାଡ଼ି ଆରପରିକୁ ଚାଲିଗଲେ ସ୍ତ୍ରୀ ସୁକl ଝିଅର ବୋଝ ସାଙ୍ଗକୁ ସ୍ତ୍ରୀର ମୃତ୍ୟୁ ବେଦନାରେ ଭାଙ୍ଗି ପଡ଼ିଲେ ଲବ।

publive-image

ଅସୁସ୍ଥ ହୋଇ ଶେଷରେ ଦୃଷ୍ଟି ଶକ୍ତି ସମ୍ପୂର୍ଣ୍ଣ ଭାବେ ହରାଇ ବସିଲେl ଝିଅ କାଳୀ ଗାଁ ରେ ହିଁ ବିବାହ କରିଲା ଏବଂ ବାପାଙ୍କ ସେବା କରିବାରେ ବର୍ତ୍ତମାନ ମଧ୍ୟ କରିଚାଲିଛିl ଲବଙ୍କୁ ସରକାରୀ ସୁବିଧା କହିଲେ ପାଞ୍ଚ କିଲୋ ଚାଉଳ ଓ ମାସିକ ଭତ୍ତା ମିଳୁଛି। କିନ୍ତୁ ଲବ ଜଣେ ଦୃଷ୍ଟି ଶକ୍ତି ହରାଇ ଥିବା ବ୍ୟକ୍ତି ହୋଇଥିବାରୁ ମାସକୁ ମାସ ପଞ୍ଚାୟତ କାର୍ଯ୍ୟାଳୟ କିମ୍ବା ବ୍ୟାଙ୍କ୍‌କୁ ଯିବା ଆସିବା କରିବାପାଇଁ ଅନ୍ୟମାନଙ୍କ ସାହାରା ନେବା ସହ ଖର୍ଚ୍ଚାନ୍ତ ହେବାକୁ ପଡୁଛିl ତେଣୁ ସରକାର ଏଭଳି ବ୍ୟକ୍ତିମାନଙ୍କ ନିମନ୍ତେ କିଛି ବ୍ୟବସ୍ଥା କରିବାକୁ ସାଧାରଣ ଲୋକେ ଦାବି କରୁଛନ୍ତି।  

ମାସିକ ଚାଉଳ ପାଇଁ ପିଓଏସ୍ ଯନ୍ତ୍ରରେ ଆଙ୍ଗୁଠା ଛାପ ଦେବାକୁ ପଞ୍ଚାୟତ କାର୍ଯ୍ୟାଳୟକୁ ଆସିଥିବା ଲବ ମୁଦୁଲିଙ୍କ କଥା ନଜରକୁ ଆସିଥିଲାl ଏ ନେଇ ଆମେ ସ୍ଥାନୀୟ ଯୋଗାଣ ସହାୟକ ଆଶିଷ କୁମାର ଖୁରାଙ୍କୁ ପଚାରିବାରୁ ସରକାରୀ ନିୟମ ଅନୁସାରେ ଆଙ୍ଗୁଠା ଛାପ  ଦେବା ବାଧ୍ୟତା ମୂଳକ। ତେବେ ଓଡ଼ିଶାରେ ଥିବା ଏଭଳି ଅନେକ ଅସହାୟ ବ୍ୟକ୍ତିଙ୍କୁ ସରକାର କେବେ ସୁବିଧାରେ ଅତି ନିକଟରେ ସେବା ଯୋଗାଇଦେବେ ତାକୁ ହିଁ ଅପେକ୍ଷାl