ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଫୁପୁଗାଁ ପଞ୍ଚାୟତ ଅନ୍ତର୍ଗତ ବିରିଗୁଡ଼ା ଗ୍ରାମର ଗୋଟିଏ ପରିବାରର ତିନି ଝିଅ ଦୃଷ୍ଟିହୀନ ଥିବା ବେଳେ ସରକାରୀ ସହାୟତା ମିଳୁନଥିବା ଅଭିଯୋଗ ହୋଇ ଥିଲା। ଏନେଇ ଖବର ପ୍ରକାଶ ପାଇବା ପରେ ସ୍ୱାସ୍ଥ୍ୟ ବିଭାଗ ଓ ବ୍ଲକ ପ୍ରଶାସନ ଦୃଷ୍ଟିହୀନ ତିନି ଭଉଣୀଙ୍କ ଘରେ ପହଞ୍ଚିଛି।
ପ୍ରକାଶଯୋଗ୍ୟ ଯେ ଫୁପୁଗାଁ ଗ୍ରାମର ଅର୍ଜୁନ ସାନ୍ତାଙ୍କ ତିନି ଜଣ ଝିଅ ଦୃଷ୍ଟିହୀନ ଥିବା ଖବର ପ୍ରକାଶ ପାଇଥିଲା। ବଡ଼ ଝିଅ ଜେମା ସାନ୍ତା(୧୨) ଜନ୍ମରୁ ଦେଖି ପାରୁନଥିବା ବେଳେ ମଝିଆ ଝିଅ ତିଳତମା ସାନ୍ତା(୯) ଜନ୍ମରୁ ଆଖି ଦୁଇଟି ଠିକ ଥିଲା। ତେବେ ଗତ ତିନି ବର୍ଷ ତଳେ ହଠାତ ଦୁଇଟି ଆଖିରୁ ପାଣି ବାହାରିବା ସହ ଯନ୍ତ୍ରଣା ହୋଇଥିଲା। ପରିବାର ଲୋକ ତୁରନ୍ତ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆଣି ଚିକିତ୍ସା କରାଇଥିଲେ।କିନ୍ତୁ କୌଣସି ସୁଫଳ ମିଳିନଥିଲା।
ସଚେତନତା ଅଭାବ ସହ ଆର୍ଥିକ ସ୍ୱଚଳ ନଥିବା ଯୋଗୁଁ ଉନ୍ନତ ଚିକିତ୍ସା କରିପାରିନଥିଲେ। ଫଳରେ ତିଳତମାର ବାମ ଆଖି ସଂପୂର୍ଣ୍ଣ ନଷ୍ଟ ହୋଇ ଯାଇଥିବା ବେଳେ ଡାହାଣ ଆଖି ଅଳ୍ପ ଦେଖା ଯାଉଥିଲା। ତିଳତମା ଉମରକୋଟ ମୁକ ବଧିର ସ୍କୁଲରେ ରହୁଥିବା ପରିବାର ଲୋକ କହିଥିଲେ। ଯଦି ପ୍ରଶାସନ ପକ୍ଷରୁ ଉନ୍ନତ ଚିକିତ୍ସା କଲେ ଡାହାଣ ଆଖି ଠିକ ହୋଇଯିବ ବୋଲି ପରିବାର ଲୋକ କହିଥିଲେ। ସେହିପରି ସବା ସାନ ଝିଅ ମମତା ସାନ୍ତା(୩) ଜନ୍ମରୁ ଦେଖି ପାରୁନଥିବା ପରିବାର ଲୋକ କହିଥିଲେ।
ଏହି ଖବର ପ୍ରକାଶ ପାଇବା ପରେ ଆଜି ସକାଳୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଫାର୍ମାସିଷ୍ଟ ଗିରିସ ଚନ୍ଦ୍ର ଜାଲ ଦୃଷ୍ଟିହୀନ ତିନି ଭଉଣୀ ଘରେ ପହଞ୍ଚି ଦୃଷ୍ଟି ହୀନ ତିନି ଭଉଣୀଙ୍କ ଚକ୍ଷୁ ଚିକିତ୍ସା ପାଇଁ ପରିବାର ଲୋକଙ୍କ ସହ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟ ନେଇ ଯାଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଘରକୁ ଫେରି ଆସିଥିଲେ। ଆଉ କିଛି ଦିନ ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତିନି ଭଉଣୀଙ୍କ ଚକ୍ଷୁ ଚିକିତ୍ସା ପାଇଁ ଭୁବନେଶ୍ୱର ପଠାଯିବ ବୋଲି ଡାକ୍ତର ଜିତେନ୍ଦ୍ର ନାୟକ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2024/10/27/HOtFLAo1o1QfFKb2PVLb.jpeg)