ବ୍ରହ୍ମଗିରି: ମଝି ଚିଲିକାରେ ଯାତ୍ରୀବାହୀ ଡଙ୍ଗା ପୁଣି ଫସିଛି। ଏହା ଦ୍ବାରା ୮ ଜଣ ମହିଳାଙ୍କ ସମେତ ୩୦ ଜଣ ଯାତ୍ରୀ ଭୟଭୀତ ଅବସ୍ଥାରେ ଅଛନ୍ତି। ପୁରୀଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅଧୀନ ମହିଷାତଳରେ ଆଜି ସନ୍ଧ୍ୟାରେ ଯାତ୍ରୀବାହୀ ଡଙ୍ଗା ବାଲିକୁଦରେ ଲାଗିବା ଫଳରେ ଆଗକୁ ବଢ଼ି ପାରି ନାହିଁ।
ରିପୋର୍ଟ ଅନୁସାରେ ସାତପଡ଼ାରୁ ଆଜି ଅପରାହ୍ଣ ୪ଟା ୪୫ରେ ଏକ ଘରୋଇ ଯାତ୍ରୀବାହୀ ଡଙ୍ଗା ଜହ୍ନିକୁଦା ଘାଟ ଅଭିମୁଖେ ବାହାରିଥିଲା। ଏହି ଡଙ୍ଗାରେ ୮ ଜଣ ମହିଳାଙ୍କ ସମେତ ୩୦ ଜଣ ଯାତ୍ରୀ ଥିଲେ। ଏଥି ସହିତ ଡଙ୍ଗାରେ ୧୫ଟି ବାଇକ୍ ରହିଥିଲା। ପ୍ରାୟ ୫ଟା ୨୦ମିନିଟରେ ଚିଲିକାର ମହିଷାତଳ ଠାରେ ପହଞ୍ଚିଥିବା ବେଳେ କୁଦରେ ଅଟକି ଯାଇଛି। ଡଙ୍ଗାରେ ଥିବା ମେସିନ ଭାଙ୍ଗିଯାଇଛି। ଏହି କାରଣରୁ ଡଙ୍ଗାଟି ଆଗକୁ ବଢ଼ିପାରି ନାହିଁ। ବର୍ତ୍ତମାନ ସୁଦ୍ଧା ଡଙ୍ଗାଟି ମଝି ଚିଲକାରେ ଫସି ରହିଛି। କୌଣସି ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିପାରି ନାହାନ୍ତି। ଅନ୍ୟ ମତ୍ସ୍ୟଜୀବୀଙ୍କ ଡଙ୍ଗା ଉଦ୍ଧାର ପାଇଁ ଉଦ୍ୟମ ଜାରି ରଖିଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି।
ଯାତ୍ରୀବାହୀ ଡଙ୍ଗା ଜହ୍ନିକୁଦା ଘାଟ ଅଭିମୁଖେ ବାହାରିଥିଲା। ଏହି ଡଙ୍ଗାରେ ୮ ଜଣ ମହିଳାଙ୍କ ସମେତ ୩୦ ଜଣ ଯାତ୍ରୀ ଥିଲେ। ଏଥି ସହିତ ଡଙ୍ଗାରେ ୧୫ଟି ବାଇକ୍ ରହିଥିଲା। ପ୍ରାୟ ୫ଟା ୨୦ମିନିଟରେ ଚିଲିକାର ମହିଷାତଳ ଠାରେ ପହଞ୍ଚିଥିବା ବେଳେ କୁଦରେ ଅଟକି ଯାଇଛି।
ବିଭିନ୍ନ କାରଣରୁ ଚିଲିକା ବିପର୍ଯ୍ୟୟର ଶିକାର ହେଉଛି। ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ଚିଲିକା ତାର ପୂର୍ବ ବୈଭବ ହରାଉଛି। ଜଳସ୍ତର ମଧ୍ୟ ହ୍ରାସ ପାଉଛି। ଗତ କିଛି ବର୍ଷ ହେଲା ମାର୍ଚ୍ଚ ପରଠାରୁ ଜୁନ ମାସ ଯାଏଁ ବୃହତ ଚିଲିକାରେ ବ୍ୟାପକ ଜଳସ୍ତର ହ୍ରାସ ପାଉଛି। ଏହି କାରଣରୁ ବାରମ୍ବାର ଯାତ୍ରୀବାହୀ ଡଙ୍ଗା ସମେତ ଭସା ପୋଲ ଅଘଟଣର ଶିକାର ହେଉଛି। ଚଳିତ ମାସ ଦ୍ବିତୀୟ ଥର ପାଇଁ ଚିଲିକା ଜଳରାଶିରେ ଡଙ୍ଗା ଅଟକିଛି। ବାରମ୍ବାର ଏଭଳି ଘଟଣା ଘଟୁଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଉ ନାହାନ୍ତି। ସବୁଠାରୁ କ୍ଷୋଭର ବିଷୟ ଯେ, ଡଙ୍ଗା ଓ ଭସାପୋଲର ମେସିନ ବାରମ୍ବାର ଖରାପ ହେଉଛି। ଏହାର ସଠିକ ଯାଞ୍ଚ ହେଉନାହିଁ। ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସୁବ୍ୟବସ୍ଥା କରାଯାଉ ନଥିବା ଅଭିଯୋଗ ହେଉଛି।
chilika | Brahmagiri | puri
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/06/13/7EAQxwn78RpckDDiUPcb.jpg)