ନବରଙ୍ଗପୁର/ଚନ୍ଦାହାଣ୍ଡି: ଗତ ୬ତାରିଖରୁ ନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡି ଠାରେ ସ୍ଥାୟୀ ବିଡିଓ ନିଯୁକ୍ତି ଦାବି କରି ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇ ବ୍ଲକ ସମ୍ମୁଖରେ ବ୍ଲକ ଅଧ୍ୟକ୍ଷା ସୁମିତ୍ରା ପୂଜାରୀଙ୍କ ନେତୃତ୍ୱରେ ଧାରଣାରେ ବସିଥିଲେ ସରପଂଚ ଓ ସମିତିସଭ୍ୟ।
ବ୍ଲକର ସବୁ ରକମର ସରକାରୀ କାର୍ଯ୍ୟକ୍ରମ ଓଉନ୍ନୟନମୂଳକ କାମ ଠପ୍ ହୋଇ ପଡିଥିଲା। ବିଭିନ୍ନ କାମରେ ବ୍ଲକକୁ ଆସୁଥିବା ହିତାଧିକାରୀ ତାଲା ପଡ଼ିଥିବା ଦେଖି ନିରାଶ ହୋଇ ଫେରୁଥିଲେ।
ଏହାର ପ୍ରଭାବରେ ବ୍ଲକର ସବୁ ରକମର ସରକାରୀ କାର୍ଯ୍ୟକ୍ରମ ଓଉନ୍ନୟନମୂଳକ କାମ ଠପ୍ ହୋଇ ପଡିଥିଲା। ବିଭିନ୍ନ କାମରେ ବ୍ଲକକୁ ଆସୁଥିବା ହିତାଧିକାରୀ ତାଲା ପଡ଼ିଥିବା ଦେଖି ନିରାଶ ହୋଇ ଫେରୁଥିଲେ। ଏ ନେଇ ସମ୍ବାଦରେ ଆଜି ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଆଜି ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ ଧାରଣାସ୍ଥଳକୁ ଯାଇ ଅଧ୍ୟକ୍ଷା ,ସରପଂଚ ଓ ସମିତିସଭ୍ୟଙ୍କୁ ବୁଝାସୁଝା କରିଥିଲେ।
ଆସନ୍ତା ୨୦ଦିନ ମଧ୍ୟରେ ସ୍ଥାୟୀ ବିଡିଓ ନିଯୁକ୍ତି ଦିଆଯିବ ବୋଲି ପ୍ରତିଶ୍ରୃତି ଦେଇଥିଲେ। ତା ପରେ କାର୍ଯ୍ୟାଳୟର ତାଲା ଖୋଲାଯାଇଥିଲା। ୨୦ଦିନ ମଧ୍ୟରେ ସ୍ଥାୟୀ ବିଡ଼ିଓ ନଦିଅନ୍ତି ତାହେଲେ ଆଗାମୀ ଦିନରେ ଏହି ଆନ୍ଦୋଳନ ତୀବ୍ର ହେବ ଏବଂ ପ୍ରଶାସନ କୁ ଠପ କରିଦିଆଯିବ ବୋଲି ସରପଞ୍ଚ ସମିତିସଭ୍ୟ ମାନେ କହିଛନ୍ତି।
Nabarangpur
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/05/13/oqlC3KpAyrMTpp0Z58AZ.jpg)