କୋରାପୁଟ: ସୁଭଦ୍ରା’ ଯୋଜନା ଯୋଜନା ଆବେଦନ ପାଇଁ ମହିଳାଙ୍କ ମଧ୍ୟରେ ଆରମ୍ଭ ହୋଇଛି ପ୍ରତିଯୋଗିତା। କୋରାପୁଟ ଜିଲ୍ଲାର ଏବେ ସହର ଠାରୁ ଆରମ୍ଭ କରି ଗାଁରେ ଥିବା ଜନସେବା କେନ୍ଦ୍ର, ବ୍ୟାଙ୍କ, ବ୍ୟାଙ୍କ କିଓସ୍କ , ଡାକଘର ଓ ଆଧାର ସଂଶୋଧନ କେନ୍ଦ୍ରରେ ଅସମ୍ଭାଳ ଭିଡ଼।  ତେବେ ଏପରି ଭୀଡ଼ ନ ଜମାଇବାକୁ ଜିଲ୍ଲାପାଳ  ଭୀ.କୀତ୍ତିଭାସନ୍ ଏକ ସାମ୍ବାଦିକ ସମ୍ମିଳନୀରେ ଅନୁରୋଧ କରିଛନ୍ତି।ଜିଲ୍ଲାପ୍ରଶାସନର ଏକ ସ୍ବତନ୍ତ୍ର କମିଟି ଏହାର ସଂପୁର୍ଣ୍ଣ ରୁପେ ତଦାରଖ କରୁଛି ଏବଂ ଆଗାମୀ ଦିନରେ ଜିଲ୍ଲାର ସବୁ ବଡ଼ ଗାଁ ଓ ରାଜସ୍ବ ଗାଁରେ ପ୍ରଶାସନ ପକ୍ଷରୁ ସୁଭୁଦ୍ରା ଆବେଦନ କରିବା ପାଇଁ ସ୍ବତନ୍ତ୍ର କ୍ୟାମ୍ପ ଆୟୋଜନ କରାଯିବ ବୋଲି ଜିଲ୍ଲାପାଳ ଅନୁରୋଧ କରିଛନ୍ତି। ନିଜର କାମଧନ୍ଦା ଛାଡ଼ି କୌଣସି ସ୍ଥାନରେ ଭୀଡ଼ ଜମାନ୍ତୁ ନାହିଁ। ଯେଉଁ ସ୍ଥାନରେ  ଇଣ୍ଟରନେଟ୍ ନେଟୱାର୍କ କାମ ନ କଲେ ଅଫଲାଇନରେ ବି ପ୍ରଶାସନ ପକ୍ଷରୁ ଆବେଦନ ସଂଗ୍ରହ କରି ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ। 

Advertisment

ସୂଚନାଯୋଗ୍ୟ, ସୁଭୁଦ୍ରା ଯୋଜନାର ଯୋଗ୍ୟହିତାଧିକାରୀ ମାନେ ଧୈର୍ଯ୍ୟ ରଖନ୍ତୁ।  ଏଥି ପାଇଁ ରାଜ୍ୟ ସରକାର କୌଣସି ଧାଯ୍ୟ ଶେଷ ତାରିଖ  ରଖି ନାହାନ୍ତି।  ଜିଲ୍ଲାପ୍ରଶାସନ ପକ୍ଷରୁ ଜିଲ୍ଲାର ୧୪ଟି ବ୍ଲକର ୨୪୦ଟି ପଂଚାୟତ, ୨ଟି ପୌରପାଳିକା, ୨ଟିଏନଏସିରେ ୫ଲକ୍ଷରୁ ଉର୍ଦ୍ଧ୍ବ ସୁଭୁଦ୍ରା ଯୋଜନା ଫର୍ମ ବିତରଣ କରାଯାଇଛି। ଜିଲ୍ଲାରେ ୫ଲକ୍ଷରୁ ଉର୍ଦ୍ଧ୍ବ ଯୋଗ୍ୟ ହିତାଧିକାରୀ ମହିଳା ଏହି ଯୋଜନାରେ ସାମିଲ ହେବା ଆଶା ରହିଥିବା ଜିଲ୍ଲାପାଳ କହିଛନ୍ତି। ସମସ୍ତ ବ୍ଲକରେ କିଭଳି ସବୁ ହିତାଧିକାରୀ ଏହି ଯୋଜନାରେ ସାମିଲ ହୋଇ ପାରିବେ ସେଥି ପାଇଁ ହେଲ୍ପଲାଇନ୍ ନମ୍ବର ଦିଆଯିବା ସହ କମିଟି ଗଠନ କରାଯାଇଛି। ସବୁ ବ୍ଲକରେ ସବୁ ରାଜସ୍ବ ଗାଁରେ କେଉଁ ଦିନ କେଉଁ ଗାଁରେ  ସ୍ବତନ୍ତ୍ର କ୍ୟାମ୍ପ କରାଯିବ ତାହାର ମାଇକ୍ରୋପ୍ଲାନ କରାଯାଇଛି। ଆଧାର କାର୍ଡ ଓ ବ୍ୟାଙ୍କ ଆକାଉଣ୍ଟ୍ରେ ମୋବାଇଲ ନମ୍ବର ସଂଯୋଗକୁ ନେଇ ମହିଳାମାନେ ଅଧିକ ସମସ୍ୟାର ସମ୍ମୁଖୀନ ସହ  ଆଧାରକାର୍ଡ ସଂଶୋଧନ ସମୟରେ ଏକାଧିକ ସମସ୍ୟାର ସାମ୍ନା କରୁଥିବା ଅଭିଯୋଗକୁ ନେଇ ଜିଲ୍ଲାପାଳ ମୋବାଇଲ ଫୋନ ନମ୍ବର ଜରୁରୀ ନାହିଁ ବୋଲି କହିଛନ୍ତି । ସେହିପରି ଆଧାରସଂଶୋଧନ ପାଇଁ ଭୟଭୀତ ନ ହେବାକୁ କହିବା ସହ ବାଇଓମେଟ୍ରୀକ ପୂର୍ବରୁ କରାଯାଇଥିବ। ହାତର ଟିପ୍ ଚିହ୍ନ କିମ୍ବା ଆଖିର ସ୍କାନ କରି ଆବେଦନପତ୍ରକୁ କାଏମ୍ କରାଯିବ। ସୁଭଦ୍ରା ଆବେଦନ ସଂପୁର୍ଣ୍ଣ ମାଗଣାରେ ହେବ। ଏଥିପାଇଁ କୈଣସି ବ୍ୟକ୍ତି କିଛି ଲାଂଚ ମାଗିଲେ ତୁରନ୍ତ ଜିଲ୍ଲାପ୍ରଶାସନକୁ ଅବଗତ କରିବାକୁ କହିଛନ୍ତି ଜିଲ୍ଲାପାଳ।

ସେହିପରି ଆଧାର ସଂଶୋଧନର ନିର୍ଦ୍ଧାରିତ ଫି ହିଁ ଅଧାର କେନ୍ଦ୍ର ପକ୍ଷରୁ ନେବେ, ଅଧିକା ଯଦି କେହି ମାଗିଲେ କିମ୍ବା ସୁଭୁଦ୍ରା ଯୋଜନା କରାଇବା ନାଁରେ ଲାଂଚ କିମ୍ବା ଟଙ୍କା ମାଗିଲେତୁରନ୍ତ ବ୍ଲକ କିମ୍ବା ଜିଲ୍ଲାପ୍ରଶାସନକୁ ଅବଗତ କରିବାକୁ କହିଛନ୍ତି ଜିଲ୍ଲାପାଳ। ସୁଭୁଦ୍ରାର ରାଜ୍ୟସ୍ତରୀୟ ହେଲ୍ପଲାଇନ୍ ନମ୍ବର ୧୪୬୭। ସେହିପରି  କୋରାପୁଟବ୍ଲକର  ହେଲ୍ପ ଡେସ୍କ ନମ୍ବର ୭୯୭୮୫୭୨୪୪୦,ଜୟପୁର ବ୍ଲକର ୮୨୪୯୧୭୯୭୫୭, ବନ୍ଧୁଗାଁ -୮୮୯୫୬୭୬୦୧୫, ବୈପାରୀଗୁଡା ୮୭୬୩୯୦୯୮୮୬, ବୋରିଗୁମ୍ମା ୭୯୭୮୪୬୩୮୯୮, ଦଶମନ୍ତପୁର ୯୬୬୮୩୦୩୭୨୪, କୋଟପାଡ଼ ୮୨୪୯୪୨୦୫୨୦, ୭୦୦୮୬୬୩୧୧୪, କୁନ୍ଦ୍ରା ୯୪୩୯୦୮୫୫୪୪, ୭୮୯୪୨୭୪୮୪୮, ଲମତାପୁଟ ୬୩୭୧୮୧୫୭୩୩,୭୦୦୮୫୭୩୫୯୦, ଲକ୍ଷ୍ମୀପୁର ୯୪୩୮୨୬୪୬୩୯,ନନ୍ଦପୁର ୭୯୭୮୧୪୮୨୩୭, ନାରାୟଣପାଟଣା ୮୮୯୫୬୮୫୯୨୧, ପଟାଙ୍ଗୀ ୭୭୫୦୯୩୭୯୫୮, ସେମିଳିଗୁଡା ୮୩୨୭୭୨୨୩୬୮, କୋରାପୁଟ ପୌରପାଳିକା ୯୪୩୮୪୭୭୭୧୨, କୋଟପାଡ ଏନଏସି ୮୨୪୯୪୨୦୫୨୦, ସୁନାବେଡା ଏନଏସି ୮୨୪୯୬୪୨୬୬୪, ଓ ଜୟପିୁର ପୌରପାଳିକା ୮୨୪୯୧୭୯୭୫୮।

ଏହି ହେଲ୍ପ ଡେସ୍କ ନମ୍ବରରେ ଯୋଗାଯୋଗ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି। ସୁଭୁଦ୍ରା ଯୋଜନା ଜିଲ୍ଲା କମିଟିରର ମୁଖ୍ୟ ଜିଲ୍ଲାପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଦେବାଶିଷ ପଟ୍ଟନାୟକ, ଜିଲ୍ଲା ଯୋଜନା ଓ କାର୍ଯ୍ୟାନ୍ବୟନ ବିଭାଗର ଉପନିର୍ଦ୍ଦେଶକ ସୂର୍ଯ୍ୟକାନ୍ତ ବେହେରା, ଜିଲ୍ଲାସମାଜ ମଙ୍ଗଳ ଅଧିକାରୀ ଗୀତାଂଜଳୀ ପଟ୍ଟନାୟକ ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହିଥିଲେ।