ବାଙ୍ଗିରିପୋଷି: ବାଙ୍ଗିରିପୋଷି ବ୍ଲକ ନିଶ୍ଚିନ୍ତା ପଞ୍ଚାୟତର ଚୁଆ ପାଣି ଗ୍ରାମରୁ ବନ ବିଭାଗ ଉଦ୍ଧାର କରିଛି ବିରାଟକାୟ ଅହିରାଜ ସାପ। ଉକ୍ତ ପଞ୍ଚାୟତର ବିଭିନ୍ନ ସ୍ଥାନରୁ ଦୁଇ ବର୍ଷ ମଧ୍ୟରେ ୪ଟି ଅହିରାଜ ସାପକୁ ଉଦ୍ଧାର କରାଯାଇ ସାରିଲାଣି ବୋଲି ରେଞ୍ଜର ମହେଶ୍ୱର ସିଂ କହିଛନ୍ତି।
ସାପଟି ଲମ୍ବ ୧୧ ଫୁଟ ରହିଥିବା ବେଳେ ଓଜନ ପ୍ରାୟ ୧୦ କେଜି ରହିଛି ବୋଲି ଷ୍ଟାଫ କହିଛନ୍ତି। ସାପଟିକୁ ଧରିବା ସମୟରେ ଅଞ୍ଚଳଟି ଲୋକାରଣ୍ୟ ହୋଇ ଯାଇଥିଲା। ବାତ୍ୟା ଦାନା ପ୍ରଭାବରେ ଶିମିଳିପାଳ ଜଙ୍ଗଲରୁ ଏହି ଅହିରାଜଟି ଏ ଅଞ୍ଚଳକୁ ଭାସି ଆସିଥିବା କଥା ରେଞ୍ଜର ଶ୍ରୀ ସିଂ କହିଛନ୍ତି।
ସୋମବାର ଚୁଆ ପାଣି ଗ୍ରାମରେ ଥିବା ରତନ ସିଂ ଘର ଭିତରେ ଏକ ଅହିରାଜ ପଶିଯାଇଛି ବୋଲି ରେଞ୍ଜର ଶ୍ରୀ ସିଂଙ୍କୁ ଗ୍ରାମବାସୀ ଖବର ଦେଇଥିଲେ। ରେଞ୍ଜର ଶ୍ରୀ ସିଂଙ୍କ ନିର୍ଦେଶକ୍ରମେ ଷ୍ଟାଫ ତପନ ବେହେରା ଓ ତପନ ନାଏକ ପହଞ୍ଚି ଅଜଗରକୁ ଧରିବାକୁ ପ୍ରଥମେ ଚେଷ୍ଟା କରି ବିଫଳ ହୋଇଥିଲେ। ସାପଟି ରାସ୍ତା ପାର ହୋଇ ଦ୍ରୁତ ଗତିରେ ଘର ଭିତରେ ପଶିଲା ବେଳକୁ ସାପଧରା ଯନ୍ତ୍ର ସାହାଯ୍ୟରେ ଧରି ଅଖା ଭିତରେ ଭର୍ତ୍ତି କରି ଶିମିଳିପାଳ ପାଦଦେଶରେ ଥିବା ବିଦୁ ଭଣ୍ଡାର ଜଙ୍ଗଲରେ ଛାଡ଼ି ଦିଆ ଯାଉଛି ବୋଲି ରେଞ୍ଜର ଶ୍ରୀ ସିଂ କହିଛନ୍ତି।