ତେନ୍ତୁଳିଖୁଣ୍ଟି: ମହିଳାଙ୍କ ବେକରୁ ସୁନାଚେନ୍ ଝାମ୍ପି ନେଇ ପୁଲିସ ହାତରେ ଧରାପଡ଼ିଛନ୍ତି ଯୁବକ। ଯୁବକ ଜଣଙ୍କ କୋରାପୁଟଜିଲ୍ଲା ସୁନାବେଡ଼ା ଥାନା ଅନ୍ତର୍ଗତ ଡୁମୁରିପୁଟ ଗ୍ରାମର ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି। ଡାକ୍ତରୀ ମାଇନା ପରେ ଅଭିଯୁକ୍ତ ଯୁବକକୁ ବିଚାର ବିଭାଗୀୟ ହାଜତକୁ ପଠେଇ ଦିଆଯାଇଥିବା ଏସଆଇ ମହେଶ୍ୱର କ୍ରିଷ୍ଣାନି ସୂଚନା ଦେଇଛନ୍ତି।
ପୁଲିସ କହିଛି ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଅଂଚଳ ଗୁମ୍ମା ଗ୍ରାମ ଲହରାସାହିର ଗେଲମଣି ବିଷୋୟୀ(୪୫) ଗତକାଲି ଅପରାହ୍ନ ସାଢ଼େ ୫ଟାରେ ଘର ନିକଟରେ ଥିବା ବୋରିଙ୍ଗକୁ ପାଣି ଆଣିବାକୁ ଯାଇଥିଲେ। ଏହି ସମୟରେ ଅଭିଯୁକ୍ତ ନିଖିଳ ଦଣ୍ଡସେନା(୨୧) ଗେଲମଣି ପିନ୍ଧିଥିବା ଅଡ଼େଇ ଭରି ଓଜନର ସୁନା ଚେନ୍କୁ ବେକରୁ ଝାମ୍ପିନେଇ ଦୌଡ଼ି ପଳେଇଥିଲା। ଗେଲମଣି ପାଟି କରିବା ପରେ ସାହି ଲୋକେ ରୁଣ୍ଡ ହେବା ବେଳକୁ ଅଭିଯୁକ୍ତ ଜଣଙ୍କ ଚମ୍ପଟ ମାରିଥିଲା। ଏହାପରେ ଲୁଟ୍ର ଶିକାର ହୋଇଥିବା ମହିଳା ଜଣଙ୍କ ତେନ୍ତୁଳିଖୁଣ୍ଟି ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା।
ଗେଲମଣି ବିଷୋୟୀ(୪୫) ଗତକାଲି ଅପରାହ୍ନ ସାଢ଼େ ୫ଟାରେ ଘର ନିକଟରେ ଥିବା ବୋରିଙ୍ଗକୁ ପାଣି ଆଣିବାକୁ ଯାଇଥିଲେ। ଏହି ସମୟରେ ଅଭିଯୁକ୍ତ ନିଖିଳ ଦଣ୍ଡସେନା(୨୧) ଗେଲମଣି ପିନ୍ଧିଥିବା ଅଡ଼େଇ ଭରି ଓଜନର ସୁନା ଚେନ୍କୁ ବେକରୁ ଝାମ୍ପିନେଇ ଦୌଡ଼ି ପଳେଇଥିଲା।
ଆଜି ମଧ୍ୟାହ୍ନରେ ଅଭିଯୁକ୍ତ ଡୁମୁରିପୁଟ ଅଭିମୁଖେ ଗସ୍ତ କରିବା ପାଇଁ ପୂଜାରୀଗୁଡ଼ା ଛକରେ ବସ୍କୁ ଅପେକ୍ଷା କରିଥିବା ନେଇ ପୁଲିସ ନିକଟରେ ଖବର ପହଂଚିଥିଲା। ସଂଗେ ସଂଗେ ଏସଆଇ ଶ୍ରୀ କ୍ରିଷ୍ଣାନି, ଏଏସଆଇ ଭରତ ମାଝି ଓ ପୁଲିସ ଟିମ୍ ପହଂଚି ଯୁବକଙ୍କୁ ଗିରଫ କରି ଥାନାକୁ ଆଣିଥିଲେ। ଯୁବକଙ୍କ ପକେଟରୁ ସୁନା ଚେନ୍ ପୁଲିସ ଜବତ କରିଥିବା ବେଳେ ଚେନ୍ ଲୁଟିନେବା ବିଷୟରେ ଯୁବକ ଜଣଙ୍କ ସ୍ୱୀକାର କଟିଛି। ଏନେଇ ତେନ୍ତୁଳିଖୁଣ୍ଟି ଥାନା କେଶ ନଂ ୧୮୯/୨୫ ଅନୁଯାୟୀ ଏକ ମାମଲା ରୁଜୁ ହୋଇଥିବା ବେଳେ ଏସଆଇ ଶ୍ରୀ କ୍ରିଷ୍ଣାନି କେଶର ତଦନ୍ତ କରୁଛନ୍ତି।
Nabarangpur
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/09/06/tentuli-2025-09-06-16-38-47.jpg)