ଖଇରା: ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଧୀନ ଡୁଙ୍ଗୁରା ବଜାର ମା ତାରିଣୀ ଜୁଏଲାରୀ ମାଲିକଙ୍କ ଠାରୁ ୨ ଜଣ ଦୁର୍ବୃତ୍ତ ଏକ ନମ୍ବର ବିହୀନ ଆପାଚି ଗାଡ଼ିରେ ଆସି ଲୁଟ୍ କରିଛନ୍ତି।
ଦୋକାନୀ ମାଲିକ ଯଇପୁର ଗ୍ରାମର ଗଣେଶ ସାହୁ ଆଜି ସକାଳ ୧୦ଟା ସମୟରେ ଦୋକାନକୁ ଆସିଥିଲେ। ସେ ନିଜର ବ୍ୟାଗକୁ ତଳେ ରଖି ଧୋକାନ ଖୋଲିବା ସମୟରେ ଦୁର୍ବୃତ୍ତମାନେ ତାଙ୍କୁ ଫଲୋ କରି ତାଙ୍କ ବ୍ୟାଗକୁ ନେଇ ଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଦୁର୍ବୃତ୍ତ ହେଲମେଟ ପିନ୍ଧି ଗାଡ଼ି ଷ୍ଟାର୍ଟରେ ରଖି ଥିବାବେଳେ ଅନ୍ୟଜଣେ ମୁହଁରେ କପଡା ଗୁଡ଼ାଇ ଲୁଟ କରି ଗାଡ଼ିରେ ବସିଥିଲା।
ସୂଚନା ମୁତାବକ, ଦୋକାନୀ ମାଲିକ ଯଇପୁର ଗ୍ରାମର ଗଣେଶ ସାହୁ ଆଜି ସକାଳ ୧୦ଟା ସମୟରେ ଦୋକାନକୁ ଆସିଥିଲେ। ସେ ନିଜର ବ୍ୟାଗକୁ ତଳେ ରଖି ଧୋକାନ ଖୋଲିବା ସମୟରେ ଦୁର୍ବୃତ୍ତମାନେ ତାଙ୍କୁ ଫଲୋ କରି ତାଙ୍କ ବ୍ୟାଗକୁ ନେଇ ଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଦୁର୍ବୃତ୍ତ ହେଲମେଟ ପିନ୍ଧି ଗାଡ଼ି ଷ୍ଟାର୍ଟରେ ରଖି ଥିବାବେଳେ ଅନ୍ୟଜଣେ ମୁହଁରେ କପଡା ଗୁଡ଼ାଇ ଲୁଟ କରି ଗାଡ଼ିରେ ବସିଥିଲା।
ଉଭୟ କୁପାରୀ ଅଭିମୁଖେ ଯାଉଥିବାର ଦେଖି ସ୍ଥାନୀୟ ଦୋକାନୀମାନେ ତୁରନ୍ତ ଉପରେ ସେହି ରାସ୍ତାର ମୁହଁଛୁଆଁ ଛକକୁ ଫୋନ କରିଥିଲେ। ମାତ୍ର ମୁହଁଛୁଆଁ ଛକରେ ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ଖସିଯିବାରେ ସଫଳ ହୋଇଛନ୍ତି। ତେବେ କୁପାରୀ ପଛକୁ ଆଉ କିଛି ଲୋକ ଲୁଟେରାଙ୍କୁ ଛକିଥିବାବେଳେ ସେମାନେ ଉକ୍ତ ରାସ୍ତା ଦେଇ ଆଉ ଯାଇନଥିଲେ।
ଘଟଣା ସଂପର୍କରେ ଖବର ପାଇ ଖଇରା ଥାନା ଅଧିକାରିଣୀ ମୌସୁମୀ ମହାନ୍ତି, ଏସଆଇ ଗୌରହରୀ ବୁଗୁଡ଼ାଇ ଓ ଅନନ୍ତ ମେହେର ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2024/12/02/Wceanu4z1G5rY5eNUMw1.jpg)