ଜଂକିଆ: ଖୋର୍ଦ୍ଧା ଜଙ୍କିଆ ଥାନା ଅନ୍ତର୍ଗତ ଛଣଗିରିସ୍ଥିତ ସାଇ ସୋନୁ ଅଳଙ୍କାର ଦୋକାନରୁ ଆଜି ମଧ୍ୟାହ୍ନରେ ଲୁଟେରାମାନେ ଆସି ଦୋକାନରୁ ସର୍ବସ୍ବ ଲୁଟି ଥିବା ଜଣାପଡ଼ିଛି। ୪ଟି ପଲସରରେ ୮ ଜଣ ଦୁର୍ବୃତ୍ତ ଗୁଳି ଓ ବୋମା ଫୁଟାଇ ଭୟଭୀତ ଦୋକାନରେ ଥିବା କର୍ମଚାରୀଙ୍କୁ ଭୟଭୀତ କରିଥିଲେ। ପରେ ଦୋକାନରେ ଥିବା ସମସ୍ତ ସୁନା ଅଳଙ୍କାର ଲୁଟ୍ ନେଇଥିବା ସୂଚନା ମିଳିଛି।
#ବନ୍ଧୁକ_ବୋମା_ଫୁଟାଇ_ସୁନା_ଦୋକାନରୁ_ଲୁଟ୍
— Sambad (ସମ୍ବାଦ) (@sambad_odisha) August 24, 2025
-ଖୋର୍ଦ୍ଧା ଜିଲ୍ଲା ଜଙ୍କିଆରେ ଦୁର୍ବୃତ୍ତଙ୍କ ଆତଙ୍କରାଜ
-୪ଟି ବାଇକ୍ରେ ପହଞ୍ଚି ଥିଲେ ୮ ଜଣ ଦୁର୍ବୃତ୍ତ
-ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟି ଫେରାର#Sambad#Crime#Jankia#Policepic.twitter.com/K5xgoPUywa
ଏହି ସମୟରେ ଦୋକାନରେ ନିକଟସ୍ଥ ସରପାରୀ ଗ୍ରାମର ରାଜା ପ୍ରଧାନ ନାମକ ଜଣେ ଯୁବକ ଦୋକାନରେ ଥିବାବେଳେ ଲୁଟେରାମାନେ ତାଙ୍କ ଦେହକୁ ଏକ ଗୁଳି ମାରିଥିବାରୁ ସେ ଗୁରୁତର ଆହତ ହୋଇ ପଡିଥିବାର ଜଣାପଡିଛି। ପରେ ଲୁଟେରାମାନେ ଦୋକାନ ବାହାରେ ଏକାଧିକ ବୋମା ଫୁଟାଇ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ନେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି। ସୂଚନା ପାଇ ଘଟଣାସ୍ଥଳରେ ଜଙ୍କିଆ ପୋଲିସ ଓ ସାଇଣ୍ଟିଫିକ ଟିମର ତଦନ୍ତ ଜାରି ରଖିଛନ୍ତି। ଡକାୟତମାନେ ସମ୍ପୂର୍ଣ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ଏହି ଡକାୟତି କରିଥିବା ଆଲୋଚନା ହେଉଛି।
Khordha
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/08/24/loot-2025-08-24-16-37-53.jpg)