ଖଇରା: ଗତକାଲି ବିଳମ୍ବିତ ରାତିରେ ଖଇରା ଥାନା ଅଧୀନ ପ୍ରହରାଜପୁର ଗ୍ରାମର ସଞ୍ଜୟ କୁମାର ସାହୁଙ୍କ ଘରେ ୫ ଜଣ ଦୁର୍ବୁତ୍ତ ପଶି ଏକ କୋଟି ଟଙ୍କାର ସୁନା ଗହଣା ଲୁଟ କରିଛନ୍ତି। ଏନେଇ ଖଇରା ଥାନାରେ ଅଭିଯୋଗ ପରେ ଖଇରା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। 

Advertisment

ଗତକାଲି ରାତି ୨:୩୦ ମିନିଟ ସମୟରେ ଦୁର୍ବୁତ୍ତମାନେ ସଞ୍ଜୟ କୁମାର ସାହୁଙ୍କ ଘରର ଦୁଇଟି ଗ୍ରିଲ ଏବଂ ଏକ କବାଟ ଭାଙ୍ଗି ଘର ଭିତରକୁ ପଶିଥିଲେ। ମୁହଁରେ କପଡା ଘୋଡ଼ାଇ ସଞ୍ଜୟଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ନିସ୍ତୁକ ମାଡ଼ ମାରିଥିଲେ । ଏହି ସମୟରେ ତାଙ୍କ ମା, ସ୍ତ୍ରୀ ଓ ଝିଅ ପାଟି କରିବାରୁ ତାଙ୍କୁ ପିଟିବା ସହ ଗହଣା ଓ ଟଙ୍କା ନଦେଲେ ତାଙ୍କୁ ଜୀବନରୁ ମାରି ଦେବାକୁ ଧମକ ମଧ୍ୟ ଦେଇଥିଲେ। ପରେ ସମସ୍ତଙ୍କ ହାତ ଗୋଡ଼ ବାନ୍ଧି ଏକ ଘର ଭିତରେ ପୁରାଇ ବାହାରୁ ଦୁର୍ବୁତ୍ତମାନେ କବାଟ ଦେଇଦେଲେ। ଘରେ ଥିବା ଗୋଟେ ସୁନାହାର, ରାଣୀହାର, ଲକେଟ, କାନ ଚେନ, ୪ ହଳ ସୁନା କାନ ଫୁଲ, ୩ଟି ସୁନା ଚେନ, ୪ଟି ସୁନା ମୁଦି, ୪ ହଳ ସୁନା ପଲା ସହ ସଞ୍ଜୟଙ୍କ ଦୋକାନ ଜିନିଷ ୭ ସହ ରୁ ୮ ଶହ ଗ୍ରାମ ସୁନା, ଏକ କେଜି ରୁପା ଓ ନଗଦ ଏକ ଲକ୍ଷ ଟଙ୍କା ଦୁର୍ବୁତ୍ତମାନେ ଲୁଟ୍ କରିଥିଲେ। ତେବେ ଏନେଇ ଖଇରା ଥାନା ଦାୟିତ୍ୱରେ ଥିବା ଔପଦା ଥାନା ଅଧିକାରୀ ପ୍ରମୋଦ କୁମାର ଦାସ ପ୍ରକାଶ କରିଛନ୍ତି ଘଟଣା ସ୍ଥଳକୁ ନୀଳଗିରି ଏସଡିପିଓ, ସାଇଣ୍ଟିଫିକ ଟିମ ଓ ଡଗ ସ୍କ୍ବାଡ ତଦନ୍ତ ପାଇଁ ଆସୁଛନ୍ତି।


 

ସୂଚନା ମୁତାବକ, ସଞ୍ଜୟଙ୍କର ତୁଡିଗଡ଼ିଆ ବଜାରରେ ଏକ ଗହଣା ଦୋକାନ ଅଛି। ପ୍ରତିଦିନ ରାତିରେ ଦୋକାନ ବନ୍ଦ କରି ସମସ୍ତ ଗହଣା ଓ ଟଙ୍କାକୁ ନେଇ ସେ ଘରକୁ ଆସନ୍ତି । ତେବେ ଗତକାଲି ରାତି ୨:୩୦ ମିନିଟ ସମୟରେ ଦୁର୍ବୁତ୍ତମାନେ ତାଙ୍କ ଘରର ଦୁଇଟି ଗ୍ରିଲ ଏବଂ ଏକ କବାଟ ଭାଙ୍ଗି ଘର ଭିତରକୁ ପଶିଥିଲେ। ମୁହଁରେ କପଡା ଘୋଡ଼ାଇ ସଞ୍ଜୟଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ନିସ୍ତୁକ ମାଡ଼ ମାରିଥିଲେ । ଏହି ସମୟରେ ତାଙ୍କ ମା, ସ୍ତ୍ରୀ ଓ ଝିଅ ପାଟି କରିବାରୁ ତାଙ୍କୁ ପିଟିବା ସହ ଗହଣା ଓ ଟଙ୍କା ନଦେଲେ ତାଙ୍କୁ ଜୀବନରୁ ମାରି ଦେବାକୁ ଧମକ ମଧ୍ୟ ଦେଇଥିଲେ। ପରେ ସମସ୍ତଙ୍କ ହାତ ଗୋଡ଼ ବାନ୍ଧି ଏକ ଘର ଭିତରେ ପୁରାଇ ବାହାରୁ ଦୁର୍ବୁତ୍ତମାନେ କବାଟ ଦେଇଦେଲେ।

ଘରେ ଥିବା ଗୋଟେ ସୁନାହାର, ରାଣୀହାର, ଲକେଟ, କାନ ଚେନ, ୪ ହଳ ସୁନା କାନ ଫୁଲ, ୩ଟି ସୁନା ଚେନ, ୪ଟି ସୁନା ମୁଦି, ୪ ହଳ ସୁନା ପଲା ସହ ସଞ୍ଜୟଙ୍କ ଦୋକାନ ଜିନିଷ ୭ ସହ ରୁ ୮ ଶହ ଗ୍ରାମ ସୁନା, ଏକ କେଜି ରୁପା ଓ ନଗଦ ଏକ ଲକ୍ଷ ଟଙ୍କା ଦୁର୍ବୁତ୍ତମାନେ ଲୁଟ୍ କରିଥିଲେ। ତେବେ ଏନେଇ ଖଇରା ଥାନା ଦାୟିତ୍ୱରେ ଥିବା ଔପଦା ଥାନା ଅଧିକାରୀ ପ୍ରମୋଦ କୁମାର ଦାସ ପ୍ରକାଶ କରିଛନ୍ତି ଘଟଣା ସ୍ଥଳକୁ ନୀଳଗିରି ଏସଡିପିଓ, ସାଇଣ୍ଟିଫିକ ଟିମ ଓ ଡଗ ସ୍କ୍ବାଡ ତଦନ୍ତ ପାଇଁ ଆସୁଛନ୍ତି। ସ୍ଥାନୀୟ ଅଞ୍ଚଳରେ କେହି ଏଥିରେ ସାମିଲ ଥିବାର ପୁଲିସର ସନ୍ଦେହ ହୋଇ ଥିବାବେଳେ ଖୁବ ଶୀଘ୍ର ଅପରାଧୀଙ୍କୁ କାବୁ କରିବାରେ ପୋଲିସ ସକ୍ଷମ ହେବ।

crime