ସୋର: ଜୁଏଲାରି ଦୋକାନ ମାଲିକଙ୍କ ଘରୁ କଳାକନା ବୁଲାଇଲେ ଦୁର୍ବୃତ୍ତ। ଗତକାଲି ବିଳମ୍ବିତ ରାତିରେ ୫ରୁ ଅଧିକ ଦୁର୍ବୃତ୍ତ ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ପ୍ରହରାଜପୁର ଗ୍ରାମର ଜୁଏଲାରି ମାଲିକ ସଞ୍ଜୟ ସାହୁଙ୍କ ଘରୁ ୫୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଅଳଙ୍କାର ସମେତ ଟଙ୍କା ଲୁଟିନେଇଥିବା ଅଭିଯୋଗ ହୋଇଛି।
ତୁଡ଼ିଗଡିଆ ବଜାରରେ ଶଙ୍କର ଜୁଏଲାରି ଦୋକାନ କରିଛନ୍ତି ସଞ୍ଜୟ ସାହୁl ଗତକାଲି ଦୋକାନ ବନ୍ଦ କରି ଘରେ ଖାଇ ଶୋଇବା ପରେ ରାତି ୨ ଟା ସମୟରେ ଘର କବାଟ ଓ ଗ୍ରିଲ ଭାଙ୍ଗି ଘରେ ପଶି ଘରେ ଥିବା ସଞ୍ଜୟ, ସଞ୍ଜୟଙ୍କ ମା, ସ୍ତ୍ରୀ ଓ ଛୋଟ ପିଲାଙ୍କୁ ପ୍ରଥମେ ବାନ୍ଧି ମୋବାଇଲ ଛଡ଼ାଇ ନେଇଥିଲେ। ପରେ ବନ୍ଧୁକ, ଭୁଜାଳି ଓ ବ୍ୟାଟରେ ଆକ୍ରମଣ କରି ୫୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଅଳଙ୍କାର ସମେତ ଟଙ୍କା ଲୁଟିନେଇଥିଲେ। ଦୁର୍ବୃତ୍ତଙ୍କ ଆକ୍ରମଣରେ ସଞ୍ଜୟଙ୍କ ମା ନୀଳିମା ସାହୁ ଗୁରୁତର ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଥିବା ବେଳେ ଔପଦା ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛନ୍ତି l
ସୂଚନା ଅନୁଯାୟୀ, ତୁଡ଼ିଗଡିଆ ବଜାରରେ ଶଙ୍କର ଜୁଏଲାରି ଦୋକାନ କରିଛନ୍ତି ସଞ୍ଜୟ ସାହୁl ଗତକାଲି ଦୋକାନ ବନ୍ଦ କରି ଘରେ ଖାଇ ଶୋଇବା ପରେ ରାତି ୨ ଟା ସମୟରେ ଘର କବାଟ ଓ ଗ୍ରିଲ ଭାଙ୍ଗି ଘରେ ପଶି ଘରେ ଥିବା ସଞ୍ଜୟ, ସଞ୍ଜୟଙ୍କ ମା, ସ୍ତ୍ରୀ ଓ ଛୋଟ ପିଲାଙ୍କୁ ପ୍ରଥମେ ବାନ୍ଧି ମୋବାଇଲ ଛଡ଼ାଇ ନେଇଥିଲେ। ପରେ ବନ୍ଧୁକ, ଭୁଜାଳି ଓ ବ୍ୟାଟରେ ଆକ୍ରମଣ କରି ୫୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଅଳଙ୍କାର ସମେତ ଟଙ୍କା ଲୁଟିନେଇଥିଲେ। ଦୁର୍ବୃତ୍ତଙ୍କ ଆକ୍ରମଣରେ ସଞ୍ଜୟଙ୍କ ମା ନୀଳିମା ସାହୁ ଗୁରୁତର ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଥିବା ବେଳେ ଔପଦା ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛନ୍ତି l ଲୁଟ ଘଟଣାଙ୍କୁ ନେଇ ଅଞ୍ଚଳରେ କୋକୁଆ ଭୟ ଦେଖିବାକୁ ମିଳିଛି l
crime
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/04/03/73pddjHcLy4xpWP9N50b.jpg)