ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ପୁଲିସକୁ ମାଡ଼ି ବସିଛି ପ୍ରେମ ରୋଗ। ଗୋଟିଏ ପରେ ଗୋଟିଏ ପ୍ରେମ କାହାଣୀକୁ ନେଇ ଚର୍ଚ୍ଚାରେ ଜଗତସିଂହପୁର ଜିଲ୍ଲା ପୁଲିସ। ପରକୀୟା ପ୍ରେମ ପାଇଁ ପୁଲିସକୁ ମଧ୍ୟ ସାଧାରଣରେ ବେଶ୍ ବଦନାମ ହେବାକୁ ପଡ଼ୁଛି। ଯାହାକୁ ନେଇ ପୁଲିସ ମଧ୍ୟ ଚିନ୍ତାରେ ରହିଛି। ମହିଳା ହୋମଗାର୍ଡଙ୍କୁ ଆଇଆଇସି ତପନ ନାହାକଙ୍କ ପ୍ରେମ, ଶାରୀରିକ ସମ୍ପର୍କ, ପ୍ରତାରଣା ଖୁବ୍ ଚର୍ଚ୍ଚାରେ ରହି ଆସିଛି। ସାରା ରାଜ୍ୟରେ ଏହି ଘଟଣା ଆଲୋଡ଼ନ ସୃଷ୍ଟି କରିଛି।

Advertisment

ଗତ ଡିସେମ୍ବରରେ ଏସପି ଅଫିସରେ ଏକ ପ୍ରେମ କାହାଣୀକୁ ନେଇ ରାଜରାସ୍ତାରେ ହଙ୍ଗାମା ଘଟଣା ଆଲୋଡ଼ନ ସୃଷ୍ଟି କରିଥିଲା। ଏହି ଘଟଣାରେ ସମ୍ପୃକ୍ତ କନଷ୍ଟେବଳଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିଲେ ଏସପି। ଅଭିଯୁକ୍ତ କନଷ୍ଟେବଳ ଏସପି ଅଫିସରେ କାର୍ଯ୍ୟରତ ଥିଲେ। ସେହି କାର୍ଯ୍ୟାଳୟର ଜଣେ ମହିଳା କର୍ମଚାରୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଯାହା ଚର୍ଚ୍ଚାର ବିଷୟ ମଧ୍ୟ ଥିଲା। ଅଭିଯୁକ୍ତ କନଷ୍ଟେବଳ ବିବାହିତ ଥିବା ବେଳେ ଯୁବତୀ ଥିଲେ ଅବିବାହିତା। ଅଭିଯୁକ୍ତ କନଷ୍ଟେବଳ କିଛିଦିନ ଧରି ଅନୁପସ୍ଥିତ ରହିବା ପରେ ତାଙ୍କ ଘରକୁ ଜଣେ ହୋମଗାର୍ଡଙ୍କୁ ଅନୁସନ୍ଧାନ ପାଇଁ ପଠା ଯାଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଅଭିଯୁକ୍ତ ପ୍ରେମିକ କନଷ୍ଟେବଳ ହୋମଗାର୍ଡଙ୍କ ଟେଲରିଂ ଦୋକାନରେ ପଶି ଭଙ୍ଗାରୁଜା କରିବା ସହ ଧମକଚମକ ଦେଇଥିଲେ। ଏହି ଘଟଣାରେ ଥାନାରେ ମାମଲା ରୁଜୁ ହେବା ପରେ ପୁଲିସ ଅଭିଯୁକ୍ତ କନଷ୍ଟେବଳ ଏସକେ. ନକିବ ଉଦ୍ଦିନଙ୍କୁ ଗିରଫ କରିଥିଲା। ଏହାପରେ ତାଙ୍କୁ ଚାକିରିରୁ ନିଲମ୍ବିତ କରା ଯାଇଥିଲା। ସେହିପରି ପ୍ରାୟ ଦୁଇବର୍ଷ ତଳେ ପୁଲିସ ବାରାକରେ ଜଣେ ମହିଳା କନଷ୍ଟେବଳଙ୍କ ସହ ପରକୀୟା ପ୍ରୀତି ଚାଲିଥିବା ବେଳେ ସମ୍ପୃକ୍ତ ମହିଳା କନଷ୍ଟେବଳଙ୍କ ସ୍ବାମୀ ଜାଣିପାରି ଅତର୍କିତ ଚଢ଼ଉ କରିଥିଲେ। ପରକୀୟା ପ୍ରେମରେ ମାତିଥିବା କନଷ୍ଟେବଳ ମହିଳା କନଷ୍ଟେବଳଙ୍କ କ୍ବାର୍ଟର୍ସରେ ଜୋତା ଛାଡ଼ି ଝରକା ଡେଇଁ ପଳାଇଥିଲେ। ଏହି ଘଟଣା ସେତେବେଳେ ପୁଲିସ ମହଲରେ ଆଲୋଚନାର ବିଷୟ ପାଲଟିଥିଲା। ପରକୀୟା ପ୍ରେମ ପାଇଁ ପୁଲିସ ବିଭାଗକୁ ବଦନାମ୍ ହେବାକୁ ପଡ଼ିଥିଲା। ସମ୍ପୃକ୍ତ ମହିଳା କନଷ୍ଟେବଳଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିଲା।


 ମିଳିଥିବା ସୂଚନା ଅନୁସାରେ, ଇନ୍ସପେକ୍ଟର ତପନ ନାହାକ ଜଗତସିଂହପୁର ଥାନାର ଅତିରିକ୍ତ ଆଇଆଇସି ଥିବା ସମୟରେ ପ୍ରାୟ ବର୍ଷକ ତଳେ ରାଇଟର ବିଭାଗରେ କାମ କରୁଥିବା ମହିଳା ହୋମଗାର୍ଡଙ୍କ ସହ ସମ୍ପର୍କରେ ଆସିଥିଲେ। ସେତେବେଳେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏପରିକି ଉଭୟ ଏକାଠି ପାରାଦୀପ, ପୁରୀ ବୁଲିବାକୁ ଯାଇଛନ୍ତି। ଗୋଟିଏ ଥର ଉଭୟ ଏକ ମାମଲାରେ ଚଢ଼ଉ ପାଇଁ ମଧ୍ୟ ଅନ୍ୟ ଏକ ଜିଲ୍ଲାକୁ ଯାଇଥିଲେ। ଏ ସବୁ ଅଭିଯୋଗ ପୁଲିସ ପାଖରେ ରହିଛି। ଖାଲି ସେତିକି ନୁହେଁ, ହୋମଗାର୍ଡଙ୍କ ସହ ଆଇଆଇସିଙ୍କ ପୁଳାପୁଳା ପ୍ରେମାଳାପ ଚାଟିଂ ମଧ୍ୟ ରହିଛି। ଅଭିଯୋଗକାରୀ ହୋମଗାର୍ଡ ଏ ସବୁ ଚାଟିଂକୁ ପୁଲିସ ନିକଟରେ ଦାଖଲ କରିଛନ୍ତି। ଯାହା ଏକ ବଡ଼ ପ୍ରମାଣ ବୋଲି କୁହାଯାଉଛି। ସେହିପରି ସେମାନେ ସାଙ୍ଗ ହୋଇ ଯାଇଥିବା ସ୍ଥାନକୁ ମଧ୍ୟ ତଦନ୍ତକାରୀ ଟିମ୍ ଯାଇ ତଦନ୍ତ କରିବ ବୋଲି ଜଣାପଡ଼ିଛି।

ତେବେ ଏହି ଘଟଣା ନୂଆ ନୁହେଁ, ଗତ ଡିସେମ୍ବରରେ ଏସପି ଅଫିସରେ ଏକ ପ୍ରେମ କାହାଣୀକୁ ନେଇ ରାଜରାସ୍ତାରେ ହଙ୍ଗାମା ଘଟଣା ଆଲୋଡ଼ନ ସୃଷ୍ଟି କରିଥିଲା। ଏହି ଘଟଣାରେ ସମ୍ପୃକ୍ତ କନଷ୍ଟେବଳଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିଲେ ଏସପି। ଅଭିଯୁକ୍ତ କନଷ୍ଟେବଳ ଏସପି ଅଫିସରେ କାର୍ଯ୍ୟରତ ଥିଲେ। ସେହି କାର୍ଯ୍ୟାଳୟର ଜଣେ ମହିଳା କର୍ମଚାରୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଯାହା ଚର୍ଚ୍ଚାର ବିଷୟ ମଧ୍ୟ ଥିଲା। ଅଭିଯୁକ୍ତ କନଷ୍ଟେବଳ ବିବାହିତ ଥିବା ବେଳେ ଯୁବତୀ ଥିଲେ ଅବିବାହିତା। ଅଭିଯୁକ୍ତ କନଷ୍ଟେବଳ କିଛିଦିନ ଧରି ଅନୁପସ୍ଥିତ ରହିବା ପରେ ତାଙ୍କ ଘରକୁ ଜଣେ ହୋମଗାର୍ଡଙ୍କୁ ଅନୁସନ୍ଧାନ ପାଇଁ ପଠା ଯାଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଅଭିଯୁକ୍ତ ପ୍ରେମିକ କନଷ୍ଟେବଳ ହୋମଗାର୍ଡଙ୍କ ଟେଲରିଂ ଦୋକାନରେ ପଶି ଭଙ୍ଗାରୁଜା କରିବା ସହ ଧମକଚମକ ଦେଇଥିଲେ। ଏହି ଘଟଣାରେ ଥାନାରେ ମାମଲା ରୁଜୁ ହେବା ପରେ ପୁଲିସ ଅଭିଯୁକ୍ତ କନଷ୍ଟେବଳ ଏସକେ. ନକିବ ଉଦ୍ଦିନଙ୍କୁ ଗିରଫ କରିଥିଲା। ଏହାପରେ ତାଙ୍କୁ ଚାକିରିରୁ ନିଲମ୍ବିତ କରା ଯାଇଥିଲା।

ସେହିପରି ପ୍ରାୟ ଦୁଇବର୍ଷ ତଳେ ପୁଲିସ ବାରାକରେ ଜଣେ ମହିଳା କନଷ୍ଟେବଳଙ୍କ ସହ ପରକୀୟା ପ୍ରୀତି ଚାଲିଥିବା ବେଳେ ସମ୍ପୃକ୍ତ ମହିଳା କନଷ୍ଟେବଳଙ୍କ ସ୍ବାମୀ ଜାଣିପାରି ଅତର୍କିତ ଚଢ଼ଉ କରିଥିଲେ। ପରକୀୟା ପ୍ରେମରେ ମାତିଥିବା କନଷ୍ଟେବଳ ମହିଳା କନଷ୍ଟେବଳଙ୍କ କ୍ବାର୍ଟର୍ସରେ ଜୋତା ଛାଡ଼ି ଝରକା ଡେଇଁ ପଳାଇଥିଲେ। ଏହି ଘଟଣା ସେତେବେଳେ ପୁଲିସ ମହଲରେ ଆଲୋଚନାର ବିଷୟ ପାଲଟିଥିଲା। ପରକୀୟା ପ୍ରେମ ପାଇଁ ପୁଲିସ ବିଭାଗକୁ ବଦନାମ୍ ହେବାକୁ ପଡ଼ିଥିଲା। ସମ୍ପୃକ୍ତ ମହିଳା କନଷ୍ଟେବଳଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିଲା।