କାଲିମେଳା: ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ତଥା ଗମ୍ପାକୋଣ୍ଡା ପଂଚାୟତର ଏମପିଭି-୨୦ ପାହାଡ଼ ନିକଟରୁ ଗତକାଲି ଅପରାହ୍ନରେ ପ୍ରେମୀଯୁଗଳଙ୍କ ଶବ ଉଦ୍ଧାର କରାଯାଇଥିବାର ଜଣାପଡ଼ିଛି। ଗତ ରବିବାର ଠାରୁ ନିଖୋଜ ଥିଲେ ଏହି ପ୍ରେମୀଯୁଗଳ। ଖବର ପାଇ କାଲିମେଳା ପୁଲିସ ଘଟଣା ସ୍ଥଳରେ ପହଁଚି ଶବଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି।
କାଲିମେଳା ଥାନା ଅନ୍ତର୍ଗତ ଗମ୍ପାକୋଣ୍ଡା ପଂଚାୟତ ଅନ୍ତର୍ଗତ ତୁମକିମାଡ଼କା ଗ୍ରାମର ଜଣେ ଯୁବକ ଓ ଜଣେ ଯୁବତୀ ରବିବାର ଠାରୁ ନିଖୋଜ ଥିଲେ। ତୁମକିମାଡ଼କା ଗ୍ରାମର ମାଲା ପଡ଼ିଆମୀଙ୍କ ପୁଅ ପଦ୍ମ ପଡ଼ିଆମୀ ଓ ସେହି ଗ୍ରାମର ପଦିଆ ମାଡ଼କାମୀଙ୍କ ଝିଅ ବିଥିକା ମାଡ଼କାମୀ ରବିବାର ଅପରାହ୍ନ ସମୟରୁ ନିଖୋଜ ଥିଲେ। ପରିବାର ଲୋକ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ଉଭୟ ପ୍ରେମୀଯୁଗଳଙ୍କ କୌଣସି ଖୋଜଖବର ପାଇନଥିଲେ। ଉଭୟ ପରସ୍ପରକୁ ଭଲ ପାଉଥିଲେ ମଧ୍ୟ ପରିବାର ଲୋକ ଏହାକୁ ଗ୍ରହଣ କରିବାକୁ ରାଜି ନଥିବାର ଜଣାପଡ଼ିଛି। ଫଳରେ ଉଭୟ ଏକାଠି ଆତ୍ମହତ୍ୟା ପରି ଚରମ ପଦକ୍ଷେପ ନେବାକୁ ନିସ୍ପତି ନେଇ ସେହି ଦିନ ଉଭୟ ଆତ୍ମହତ୍ୟା କରିଥିବାର ଅନୁମାନ କରାଯାଉଛି।
ମିଳିଥିବା ସୂଚନା ଅନୁସାରେ କାଲିମେଳା ଥାନା ଅନ୍ତର୍ଗତ ଗମ୍ପାକୋଣ୍ଡା ପଂଚାୟତ ଅନ୍ତର୍ଗତ ତୁମକିମାଡ଼କା ଗ୍ରାମର ଜଣେ ଯୁବକ ଓ ଜଣେ ଯୁବତୀ ରବିବାର ଠାରୁ ନିଖୋଜ ଥିଲେ। ତୁମକିମାଡ଼କା ଗ୍ରାମର ମାଲା ପଡ଼ିଆମୀଙ୍କ ପୁଅ ପଦ୍ମ ପଡ଼ିଆମୀ ଓ ସେହି ଗ୍ରାମର ପଦିଆ ମାଡ଼କାମୀଙ୍କ ଝିଅ ବିଥିକା ମାଡ଼କାମୀ ରବିବାର ଅପରାହ୍ନ ସମୟରୁ ନିଖୋଜ ଥିଲେ। ପରିବାର ଲୋକ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ଉଭୟ ପ୍ରେମୀଯୁଗଳଙ୍କ କୌଣସି ଖୋଜଖବର ପାଇନଥିଲେ। ଉଭୟ ପରସ୍ପରକୁ ଭଲ ପାଉଥିଲେ ମଧ୍ୟ ପରିବାର ଲୋକ ଏହାକୁ ଗ୍ରହଣ କରିବାକୁ ରାଜି ନଥିବାର ଜଣାପଡ଼ିଛି। ଫଳରେ ଉଭୟ ଏକାଠି ଆତ୍ମହତ୍ୟା ପରି ଚରମ ପଦକ୍ଷେପ ନେବାକୁ ନିସ୍ପତି ନେଇ ସେହି ଦିନ ଉଭୟ ଆତ୍ମହତ୍ୟା କରିଥିବାର ଅନୁମାନ କରାଯାଉଛି।
କିଛି ଲୋକ ଏମପିଭି-୨୦ ପାହାଡ଼ ନିକଟରେ ଥିବା ଜଂଗଲକୁ କୌଣସି କାମରେ ଯାଇଥିବାବେଳେ ସେଠାରେ ପ୍ରବଳ ଦୁର୍ଗନ୍ଧ ହୋଇଥିଲା । ଏହାପରେ ଏକ ଗଛରେ ଉଭୟ ଯୁବକ ଯୁବତୀ ଝୁଲୁଥିବାର ଦେଖିବାକୁ ମିଳିଥିଲା । ଉଭୟ ପରିବାର ଲୋକ ଖବର ପାଇ ଗତକାଲି ଅପରାହ୍ନରେ ଘଟଣା ସ୍ଥଳକୁ ଯାଇଥିବାବେଳେ ପୁଲିସ ଘଟଣା ତଦନ୍ତ କରୁଛି । ପୁଲିସ ଉଭୟ ପରିବାରକୁ ଡ଼ାକି ପଚରାଉଚରା କରୁଥିବାର ଜଣାପଡ଼ିଛି।