ବ୍ରହ୍ମପୁର: ଚଳିତ ବର୍ଷ ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ହେବାକୁ ଯାଉଥିବା ବେଳେ ଆଜି ଠାରୁ ଯାତ୍ରାକୁ ନେଇ ବିଗୁଲ ବାଜିଛି। ମା’ଙ୍କ ଯାତ୍ରା ନେଇ ବର୍ତ୍ତମାନ ସୁଦ୍ଧା ଦିନ ଧାର୍ଯ୍ୟ ହୋଇନଥିବା ବେଳେ ଯାତ୍ରାର ପୂର୍ବ ପ୍ରସ୍ତୁତି ନେଇ ଯାତ୍ରାପୁରୋଧା ଦୁର୍ଗା ପ୍ରସାଦ ଦେଶୀବେହେରା ଆଜି ପୂର୍ବାହ୍ଣରେ ବିଏମ୍ସି କାର୍ଯ୍ୟାଳୟରେ ମେୟର ସ˚ଘମିତ୍ରା ଦଳେଇ ଓ କମିସନର ଭବାନୀ ପ୍ରସାଦ ମିଶ୍ରଙ୍କୁ ଭେଟି ପତ୍ର ମାଧ୍ୟମରେ ଯାତ୍ରା ସଂପର୍କରେ ଅବଗତ କରାଇଛନ୍ତି।
ଯାତ୍ରାର ପୂର୍ବ ପ୍ରସ୍ତୁତ ନେଇ ବିଏମ୍ସିର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିବା ଯୋଗୁଁ ପୂର୍ବବର୍ଷ ମାନଙ୍କ ଭଳି ଚଳିତ ଯାତ୍ରା ପାଇଁ ବିଏମ୍ସିକୁ ସୂଚନା ଦିଆଯାଇଛି ବୋଲି କହିଛନ୍ତି ଯାତ୍ରାପୁରୋଧା। ଯାତ୍ରା ସଂପର୍କରେ ସ୍ଥାନୀୟ ବିଧାୟକ ଓ ସାଂସଦଙ୍କୁ ମଧ୍ୟ ପତ୍ର ଜରିଆରେ ଆଗୁଆ ସୂଚନା ପ୍ରଦାନ କରାଯାଇଛି।
ମହାଶିବରାତ୍ରୀର ୧୯ଦିନ ମଧୢରେ ମା’ଙ୍କ ଯାତ୍ରା ନେଇ ଦିନ ଧାର୍ଯ୍ୟ କରାଯିବାର ବିଧୀ ରହିଛି। ଚଳିତମାସ ୨୬ ତାରିଖରେ ମହାଶିବରାତ୍ରୀ ପଡୁଥିବା ବେଳେ ମାର୍ଚ୍ଚ ମାସର ଦ୍ବିତୀୟ ସପ୍ତାହ ସୁଦ୍ଧା ମା’ଙ୍କ ଯାତ୍ରାର ସ˚ପୂର୍ଣ୍ଣ ରୁପରେଖ ପ୍ରସ୍ତୁତ ହୋଇସାରିଥିବ ବୋଲି ଯାତ୍ରା ପୁରୋଧାଙ୍କ ଠାରୁ ଜଣାପଡିଛି।
ତେବେ ମା’ଙ୍କ ଯାତ୍ରା ନେଇ ଆଜି ଠାରୁ କାର୍ଯ୍ୟାରମ୍ଭ ହୋଇଥିବା ଖବର ପାଇ ସହରବାସୀ ଉତ୍ସାହିତ ହୋଇଛନ୍ତି। ବିଏମ୍ସିକୁ ପତ୍ର ପ୍ରଦାନ ବେଳେ ଯାତ୍ରା ପୁରୋଧା ଦୁର୍ଗା ପ୍ରସାଦ ଦେଶୀବେହେରା ଓ ତାଙ୍କ ସହଯୋଗୀ ବଦ୍ରୀନାରାୟଣ ନାୟକ ଉପସ୍ଥିତ ଥିଲେ।