ଭୁବନେଶ୍ୱର: ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଗତକାଲି ଜଳବିବାଦର ଆପୋସ ସମାଧାନ ସଂକ୍ରାନ୍ତରେ ଏକ ବୈଠକ ଏବଂ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଚିଠିକୁ ନେଇ ବିଜେଡି ଉପସଭାପତି ଦେବୀ ମିଶ୍ର ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି।
ବିଜେଡି ଉପସଭାପତି ଶ୍ରୀ ମିଶ୍ର କହିଛନ୍ତି, କେଉଁ ଆଧାରରେ ଆପୋସ ସମାଧାନ କଥା କହୁଛନ୍ତି? ଓଡ଼ିଶାର ସ୍ବାର୍ଥ ପରିପେଖିରେ ଆପୋସ ସମାଧାନ ପାଇଁ କଣ ଲେଖିଛନ୍ତି? କେଉଁ ବିନ୍ଦୁ ଉପରେ ଓଡ଼ିଶା ସରକାର ନିଜର ଆଭିମୁଖ୍ୟ ଜଣାଇଛନ୍ତି? ଏହା ଓଡ଼ିଶା ସ୍ବାର୍ଥ ପରିପନ୍ଥୀ ନୁହେଁ ତ? ଏ ସବୁ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିବା ଦରକାର। ମୁଖ୍ୟମନ୍ତ୍ରୀ ଚିଠି ଲେଖିବା ପରେ ଚତିଶଗଡ ମୁଖ୍ୟମନ୍ତ୍ରୀ ବିଚାର କରିବେ ବୋଲି କହିଛନ୍ତି, ଏପର୍ଯ୍ୟନ୍ତ ଆପୋଷ ସମାଧାନ କଥା ବି କେଉଁଠି କହିନାହାନ୍ତି। କିନ୍ତୁ ଏହା ପରେ ବି ଟ୍ରିବୁନାଲ ରେ କେସ ଚାଲିଥିବା ବେଳେ ଆପୋଷ ଆଲୋଚନା କେଉଁ ଆଧାରରେ ଚାହୁଁଛନ୍ତି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିବା ଆବଶ୍ୟକ।
ଛତିଶଗଡ଼ ସରକାର ଅବିଚାରିତ ଭାବେ ଉପର ମୁଣ୍ଡରେ ନିର୍ମାଣ କରୁଛି। ପାଣି ବଣ୍ଟନ ନିୟମ ରହିଥିଲେ ବି ଛତିଶଗଡ଼ ଅବିଚାରିତ ଭାବେ ନିର୍ମାଣ ଜାରି ରଖିଛି। ୨୦୧୬ ସେପ୍ଟେମ୍ବର ୯ ତାରିଖରେ ଉମା ଭାରତୀଙ୍କ ଉପସ୍ଥିତିରେ ତ୍ରିପାକ୍ଷିକ ଆଲୋଚନା ହୋଇଥିଲା। ଓଡ଼ିଶାର ଦାବିକୁ କେନ୍ଦ୍ର ସରକାର କି ଛତିଶଗଡ଼ ସରକାର ରାଜି ହେଲେନି। ଏହା ପରେ ସୁପ୍ରିମକୋର୍ଟ ପାଖରେ ଆବେଦନ ପରେ ଟ୍ରିବୁନାଲ ଗଠନ ହୋଇଛି। ଟ୍ରିବୁନାଲରେ କେସ ଚାଲିଥିବା ବେଳେ ସରକାର ଆପୋସ ଆଲୋଚନା କଥା କହିଛନ୍ତି। ଏହା କେଉଁ ଆଧାରରେ ହେଉଛି? କ’ଣ ଆପୋସ ଆଲୋଚନା ସ୍ପଷ୍ଟ ହେବା ଆବଶ୍ୟକ।
-ଦେବୀ ପ୍ରସାଦ ମିଶ୍ର, ଉପସଭାପତି, ବିଜେଡି
ଶ୍ରୀ ମିଶ୍ର କହିଛନ୍ତି, ଓଡ଼ିଶାର ସ୍ବାର୍ଥ ପରିପ୍ରେକ୍ଷୀରେ କେଉଁ ଆଧାରରେ ହୋଇଛି, ଓଡ଼ିଶା ସ୍ବାର୍ଥ ପରିପନ୍ଥୀ ନୁହେଁ ତ ବୋଲି ଜାଣିବାକୁ ଚାହିଁଛନ୍ତି ବିରୋଧୀଦଳ ନେତା ନବୀନ ପଟ୍ଟନାୟକ। ୨୪ ତାରିଖରେ ନବୀନ ପଟ୍ଟନାୟକ ଏକଥା କହିବା ପରେ ୨୫ ତାରିଖରେ ମୁଖ୍ୟମନ୍ତ୍ରୀ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ। କଣ’ କ’ଣ ପଦକ୍ଷେପ ନେଉଛନ୍ତି, କଣ ଆପୋସ ସମାଧାନ? କେଉଁ ବିନ୍ଦୁ ଉପରେ ସରକାର ନିଜର ଆଭିମୁଖ୍ୟ ଜଣାଇଛନ୍ତି ତାହା ସ୍ପଷ୍ଟ ହେବା ଆବଶ୍ୟକ?
ମହାନଦୀ ଜଳବିବାଦର ସମାଧାନର ବାଟ ଖୁବ ଶୀଘ୍ର ବାହାରିବ ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଗଣମାଧ୍ୟମକୁ କହିଛନ୍ତି। ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଲୋଚନା କରୁଛନ୍ତି। ଟ୍ରିବ୍ୟୁନାଲ ତାରିଖ ବନ୍ଦ ହେବ। ଆପୋସ ଆଲୋଚନାରେ ସମାଧାନ ହେବ। ଛତିଶଗଡ଼ର ଏହାକୁ ନେଇ ବିଶେଷ କିଛି ସମସ୍ୟା ଥିଲା ପରି ମନେ ହେଉନାହିଁ। ଛତିଶଗଡ଼ ଓ କେନ୍ଦ୍ର ସହ ଆପୋସ ସମାଧାନ ନେଇ ମୁଁ ଆଶାବାଦୀ। ବିଗତ ସରକାର ସେ ଦିଗରେ ଚିନ୍ତା କଲା ନାହିଁ। ତେଣୁ ଓଡ଼ିଶା ଆଜି ଏଭଳି ସ୍ଥିତିରେ ପହଞ୍ଚିଛି।
ସୂଚନାଯୋଗ୍ୟ, ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଗତକାଲି ଜଳବିବାଦର ଆପୋସ ସମାଧାନ ସଂକ୍ରାନ୍ତରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟର ସମସ୍ତ ରାଜନୈତିକ ଦଳ ତଥା ବିଭିନ୍ନ ସାମାଜିକ ସଂଗଠନ ଓ ବିଶେଷଜ୍ଞ ଯୋଗ ଦେଇଥିଲେ। ଛତିଶଗଡ଼ ସହିତ ମହାନଦୀ ଜଳବିବାଦର ଆପୋସ ସମାଧାନ ପ୍ରସ୍ତାବକୁ ସମସ୍ତେ ସ୍ବାଗତ କରିଥିଲେ। ଯଦି ସରକାର ସମାଧାନ ଚାହାନ୍ତି, ତେବେ ତୁରନ୍ତ ରାଜ୍ୟର ସମସ୍ତ ରାଜନୈତିକ ଦଳ, ନଦୀ ଆନ୍ଦୋଳନର କର୍ମକର୍ତ୍ତା, ନଦୀ ବିଶେଷଜ୍ଞ ଓ ବୁଦ୍ଧିଜୀବୀମାନଙ୍କୁ ନେଇ ଏକ ବୈଠକ ଡାକିବାକୁ ପ୍ରସ୍ତାବ ଦିଆଯାଇଛି। ବୈଠକର ସହମତି ଭିତ୍ତିରେ ଛତିଶଗଡ଼ ସହିତ ଆଲୋଚନା କରାଯିବା ଉଚିତ ହେବ ବୋଲି ମତପ୍ରକାଶ ପାଇଛି। ଅଗଷ୍ଟ ଶେଷ ସପ୍ତାହରେ ଛତିଶଗଡ଼ରେ ବୈଠକ ଆୟୋଜନ ପାଇଁ ନିଷ୍ପତ୍ତି ହୋଇଛି। ସେହିପରି ଆପୋସ ଆଲୋଚନା ପାଇଁ ଛତିଶଗଡ଼ ସରକାରଙ୍କ ପାଖରେ ଓଡ଼ିଶା ସରକାର ଏକ ସର୍ତ୍ତ ରଖିବା ନିହାତି ଦରକାର। ଅଣମୌସୁମୀ ସମୟରେ ମହାନଦୀରେ ୧.୭୪ ଏମ୍ଏଏଫ୍ ପାଣି ଓଡ଼ିଶାକୁ ଛାଡ଼ିବା ଆବଶ୍ୟକ। ମହାନଦୀ ଓ ଏହାର ଅବବାହିକାର ସୁରକ୍ଷା ପାଇଁ ସମ୍ବିଧାନର ଧାରା ୧୬୫ ଅନୁଯାୟୀ ମହାନଦୀ ରିଭର ବୋର୍ଡ ଗଠନ ପାଇଁ ମଧ୍ୟ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି।
Mahanadi