କଟକ: ଆଜି ଶକ୍ତିପୀଠରେ ମହାନବମୀ, ହେଲେ ପୂଜାମଣ୍ଡପରେ ମହାଅଷ୍ଟମୀ। ଏଥିଲାଗି ଆଜି ସକାଳୁ ପୂଜାମଣ୍ଡପରେ ବ୍ରତଧାରୀଙ୍କ ଭିଡ଼ ପରିଲକ୍ଷିତ ହେଉଛି। ସେମାନେ ବ୍ରତ ପୂଜା କରିବା ସହ ମାଙ୍କୁ ଶାଢ଼ୀ ଅର୍ପଣ କରୁଛନ୍ତି।
କଟକ ଓ ରାଜଧାନୀ ସମେତ ବିଭିନ୍ନ ମଣ୍ଡପରେ ସକାଳୁ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼। ସୁନ୍ଦର ସାଜସଜ୍ଜା ଦେଖିବା ପାଇଁ ଲୋକଙ୍କ ପ୍ରବଳ ଭିଡ଼ ରହିଛି। ଏଣେ ଶକ୍ତିପୀଠରେ ମନ୍ତ୍ର ଓ ଧ୍ବନିରେ କମ୍ପୁଛି ପରିବେଶ। ସେଠାରେ ଚଣ୍ଡୀପାଠ କରାଯାଉଛି। ଅଧିକାଂଶ ଶକ୍ତିପୀଠରେ ବି  ଭକ୍ତଙ୍କ ସମାଗମ ହେଉଥିବା ଜଣାଯାଇଛି। କଟକର ଚଣ୍ଡୀ  ଓ ଗଡ଼ଚଣ୍ଡୀ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଛି।