କଣ୍ଟାବାଞ୍ଜି: ପୁଣି ଜଣେ ଛାତ୍ର ଜୀବନ ହାରିଛନ୍ତି। ବଲାଙ୍ଗୀରଜିଲ୍ଲା କଣ୍ଟାବାଞ୍ଜି ଥାନା ହିଆଁଲସ୍ଥିତ ଅନ୍ବେଷା ହଷ୍ଟେଲର ଜଣେ ଛାତ୍ର ଆଜି ଛାତ୍ର ନିବାସରେ ଜୀବନ ହାରିଛନ୍ତି। ମୃତ ଛାତ୍ର ହେଲେ ଆଦର୍ଶ ସେଠ। ତେବେ ମୃତ୍ୟୁର କାରଣ ଜଣାପଡ଼ି ନାହିଁ।
ପୁଲିସ କହିଛି ଆଦର୍ଶ ସେଠ ନାମକ ଛାତ୍ର ଜଣକ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଳପଡ଼ା ଅଞ୍ଚଳର ହୋଇଥିବା ବେଳେ ଅନ୍ୱେଷା ହଷ୍ଟେଲରେ ରହି କଣ୍ଟାବାଞ୍ଜିସ୍ଥିତ ଲାୟନ୍ସ ପବ୍ଲିକ ସ୍କୁଲରେ ନବମ ଶ୍ରେଣୀରେ ପାଠ ପଢୁଥିଲେ।
ନୂଆଁଖାଇ ଛୁଟିରେ ଗାଁକୁ ଯାଇଥିବା ବେଳେ ଗତ ୩ ତାରିଖ ଦିନ ସେ ହଷ୍ଟେଲକୁ ଫେରିଥିଲେ। ଶନିବାର ଦିନ ଛାତ୍ର ଜଣକର ସନ୍ଦେହ ଜନକ ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି।
ହଷ୍ଟେଲ କର୍ତ୍ତୃପକ୍ଷ କଣ୍ଟାବାଞ୍ଜି ଥାନାରେ ସୂଚନା ଦେବା ପରେ ପୁଲିସ ପହଁଚି ତଦନ୍ତ ଆରମ୍ଭ କରିଛି। ପରିବାର ଲୋକଙ୍କୁ ଖବର ଦେବା ପରେ ମୃତ ଛାତ୍ରଙ୍କ ମାଆ ହଷ୍ଟେଲକୁ ପହଁଚିଛନ୍ତି। କେଉଁ କାରଣରୁ ଛାତ୍ର ଆତ୍ମହତ୍ୟା କରିଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।
Balangir
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/09/06/kantabanji-2025-09-06-15-52-37.jpg)