ମୈଦଲପୁର: ପୁଲିସକୁ ଦେଖିଲେ ଚୋର, ଡକାୟତ, ଠକ ଓ ଖରାପ କାମ କରିଥିବା ଲୋକ ଡରିଥାନ୍ତି। ଅନେକ ଲୋକ ପୁଲିସ ନାଁ ଶୁଣିଲେ ଚିନ୍ତା କରନ୍ତି। କିନ୍ତୁ ଏଠାରେ ପୁଲିସ ଦ୍ବାରା ଗିରଫ ହୋଇଥିବା ଯୁବକଙ୍କ ମନରେ ଆଦୌ ଚିନ୍ତା ନାହିଁ। ଦୁଇ ଜଣ ପୁଲିସ ଉଭୟ ବାମ ଓ ଡାହାଣ ପାର୍ଶ୍ବରେ ଥିଲେ ମଧ୍ୟ ଯୁବକ ଜଣକ ଅଚିନ୍ତାରେ ଛିଡ଼ା ହୋଇଛନ୍ତି।
ନବରଙ୍ଗପୁରଜିଲ୍ଲା ମୈଦଲପୁର ଥାନା ଅଞ୍ଚଳରେ ବିବାହର ପ୍ରଲୋଭନ ଦେଖାଇ ନାବାଳିକାକୁ ଶାରୀରିକ ଅଭିଯୋଗରେ ଜଣେ ଯୁବକକୁ ଶୁକ୍ରବାର ଦିନ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।
ସୂଚନା ପ୍ରକାରେ ମୈଦଲପୁର ଥାନା ଅଞ୍ଚଳର ଜଣେ ନାବାଳିକା ୨ ବର୍ଷ ତଳେ ତେନ୍ତୁଳିଖୁଣ୍ଟି ଥାନା ବନ୍ଧଗୁଡା ଗ୍ରାମର ୨୧ ବର୍ଷର ଯୁବକ ପମିର ଧୋବା ସହ ପ୍ରେମ ସମ୍ପର୍କ ଗଢିଉଠିଥିଲା। ପରେ ଯୁବକ ଓ ନାବାଳିକା ଉଭୟେ ପ୍ରେମ ବିବାହ କରିଥିଲେ। ଅଙ୍ଗନବାଡି ଆଶାକର୍ମୀଙ୍କ ହସ୍ତକ୍ଷେପ ପରେ ଉଭୟ ପରିବାର ସହମତେ ନାବାଳିକାଙ୍କୁ ବୟସ ହେଲେ ବିବାହ ହେବ ବୋଲି ନିଷ୍ପତ୍ତି ହୋଇଥିଲା। ନାବାଳିକାକୁ ଯେତେବେଳେ ବୟସ ହେଲା ସେତେବେଳେ ବିବାହ ହେବାକୁ କହିବାରୁ ଯୁବକ ଜଣକ ମନା କରିଦେଇଥିଲେ। ପରେ ଯୁବତୀ ଜଣକ ନ୍ୟାୟ ପାଇବା ପାଇଁ ମୈଦଲପୁର ଥାନାରେ ଅଭିଯୋଗ କରିଥିଲେ। ଉକ୍ତ ଏତଲାକୁ ଭିତ୍ତି କରି ଥାନା କେସ ନଂ ୭୭/୨୫ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ କରି ଯୁବକଙ୍କୁ ଶୁକ୍ରବାର ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ବିପିନ କୁମାର କୁଲଦୀପ କହିଛନ୍ତି।
Nabarangpur | Crime
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/08/22/rap-2025-08-22-22-53-16.jpg)