ନୀଳଗିରି: ଶୌଚାଳୟକୁ ଯିବା ସମୟରେ କେବୁଲ ତାରରେ ଛନ୍ଦି ହୋଇ ମୁକୁଳା ଡ୍ରେନର ସ୍ଲାବରେ ପିଟି ହୋଇ ଚାଲିଯାଇଛି ରୋଗୀଙ୍କ ଜୀବନ। ସୂଚନା ମୁତାବକ ଅସୁସ୍ଥତା ପାଇଁ ପାଞ୍ଚ ଦିନ ପୂର୍ବରୁ ଆମ୍ବଝର ଗାଁର କରଣ ସିଂ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ। ଆଜି ଭୋର ସମୟରେ ମେଡ଼ିକାଲ ୱାର୍ଡରେ ଶୌଚାଳୟ ଅପରିଷ୍କାର ଥିବାରୁ ମେଡ଼ିକାଲର ପରିସରରେ ଥିବା ଅନ୍ୟ ଏକ ଶୌଚାଳୟକୁ ଯିବା ବେଳେ ଘଟିଥିଲା ଏଭଳି ଦୁର୍ଘଟଣା।
ମେଡିକାଲ କତ୍ତୃପକ୍ଷଙ୍କ ଅବହେଳା,ଅସାବଧାନତା ଓ ହେୟଜ୍ଞାନ ପାଇଁ କେବୁଲ ତାର ଗୁଡିକ ଉପରେ ଯିବା ପରିବର୍ତ୍ତେ ତଳେ ଏଣେ ତେଣେ ବିଛେଇ ହୋଇ ପଡିଥିଲା। ଯେଉଁଥିରେ କରଣ ଛନ୍ଦି ହୋଇ ପାର୍ଶ୍ବରେ ଥିବା ମୁକୁଳା ଡ୍ରେନରେ ପିଟି ହୋଇ ଚେତାଶୂନ୍ୟ ହୋଇଯାଇଥିଲେ।ଅଧଘଣ୍ଟା ସେହିଠାରେ ପଡ଼ିବା ପରେ ସ୍ଥାନୀୟ କିଛି ରୋଗୀ ସହାୟକ ତାଙ୍କୁ ଚିକିତ୍ସା ପାଇଁ ଉଠାଇ ନେଇଥିଲେ, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଉପଖଣ୍ଡ ଚିକିତ୍ସାଳୟର କର୍ତ୍ତୃପକ୍ଷଙ୍କ ଅସାବଧାନତାରୁ ରୋଗୀଙ୍କ ଜୀବନ ଚାଲିଯାଇଛି। ଏ ନେଇ ଏସଡିଏମଓ ସରୋଜିନୀ ପ୍ରଧାନଙ୍କୁ ପଚାରିବାରୁ ତଦନ୍ତ କରାଯିବ, ଭୁଲ ଥିଲେ ଦୃଢ କାର୍ଯ୍ୟାନୁ଼ଷ୍ଠାନ ନିଆଯିବ ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/eLdAXyfeICKzFW0PDYRI.jpeg)