ବାଙ୍ଗିରିପୋଷି (ପ୍ରଭାତ କୁମାର ହୋତା): ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଚାଉଳଘୋରି ଗାଁରେ ଘଟିଛି ଏକ ହତ୍ୟାକାଣ୍ଡ। ସ୍ବାମୀ ଓ ସ୍ତ୍ରୀଙ୍କ ଘରେଇ କଳିରେ ବଳି ପଡ଼ିଛି ସ୍ତ୍ରୀ। ଉତ୍ୟକ୍ତ ହୋଇ ପଥରରେ ଛେଚି ଦେଇ ହତ୍ୟା କରିଛି ସ୍ବାମୀ।

Advertisment

ଘଟଣାରୁ ଜଣାଯାଏ ଚାଉଳଘୋରି  ଗ୍ରାମର ବୀର ସିଂ (୪୦) ଓ ସ୍ତ୍ରୀ ମୀନା ସିଂ (୩୦) ମଧ୍ୟରେ କୌଣସି କଥାକୁ ନେଇ ମଙ୍ଗଳବାର ରାତିରେ କଳି ଲାଗିଥିଲେ‌। ଏଥିରେ ଉତକ୍ଷୀପ୍ତ ହୋଇ ବୀର ଏକ ପଥର ଓ ବାଡ଼ିରେ ଆକ୍ରମଣ କଲାରୁ ଘଟଣାସ୍ଥଳରେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ମୁଣ୍ଡ, ଗାଲ ଓ ଦେହରେ ଆଘାତ ଚିହ୍ନ ଦେଖିବାକୁ ମିଳିଛି।

ମୃତଦେହକୁ ଲୁଚାଇବାକୁ ବୀର ଚେଷ୍ଟା କରିଥିଲା ବୋଲି ପୁଲିସ କହିଛି। ଘଟଣାଟି ପ୍ରଘଟ ହେବାରୁ ପୁଲିସ ଖବର ପାଇ ସାର୍ଟିଫିକ ଦଳ ସହିତ ତଦନ୍ତ କରିଛି। ସ୍ବାମୀ ବୀର ସିଂ ସହିତ ବୀର ର ମା ଓ ଭଉଣୀଙ୍କୁ ଅଟକ ରଖି ୨୫୫ ନମ୍ବର କେଶ ଦେଇ ତଦନ୍ତ କରୁଛି। ବୁଧବାର ସଂଧ୍ୟାରେ ଶବ ବ୍ୟବଚ୍ଛେଦ ପାଇଁ ବାରିପଦା ପଠାଯାଇଛି। 

ପାଞ୍ଚ ବର୍ଷର ପୁଅ ଛାଡ଼ି ପ୍ରେମିକ ସହ ମା’ ଫେରାର  

ବାଙ୍ଗିରିପୋଷି ଥାନା ଅଞ୍ଚଳରେ ପ୍ରେମଜନିତ ଘଟଣା ବୃଦ୍ଧି ପାଉଥିବାରୁ ପୁଲିସର ଚିନ୍ତା ବଢ଼ିଛି। ଥାନାରେ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ଛାଡ଼ି ଝିଅ ଓ ପୁଅ ଖୋଜିବାରେ ପୁଲିସର ଦିନ ଯାଉଛି। ମଙ୍ଗଳବାର ପୁଲିସ ଦୁଇ ଜଣ ନାବାଳିକା ଛାତ୍ରୀଙ୍କୁ ଉଦ୍ଧାର କଲା ପରେ ପୁଣି ଜଣେ ମହିଳା ଫେରାର ଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ପାଞ୍ଚ ବର୍ଷର ପୁଅକୁ ଛାଡ଼ି ଜଣେ ଯୁବକ ସହିତ ମହିଳା ଫେରାର ହୋଇଥିବା ସ୍ବାମୀ ଥାନାରେ ଅଭିଯୋଗ କରିଛନ୍ତି। ମହିଳା ଜଣକ ପୂର୍ବରୁ ମଧ୍ୟ ଥରେ ପଳାଇ ଯାଇଥିଲେ। ଆପୋଷ ବୁଝାମଣା ପରେ ଆସିଥିଲେ ମଧ୍ୟ କିଛି ମାସ ପରେ ପୁଣି ପଳାଇଥିବା ସ୍ୱାମୀ ପୁଲିସକୁ କହିଛନ୍ତି।

Mayurbhanj | murder