ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଶେଷଖାଲ ଥାନା ଅନ୍ତର୍ଗତ ଗେଣ୍ଡାୱଲସା ଗାଁରେ ଜଣେ ଲୋକ ନିଜ ସ୍ତ୍ରୀକୁ ଠେଙ୍ଗା ପିଟିପିଟି ହତ୍ୟା କରିଥିବା ଜଣାପଡ଼ିଛିI ମୃତ ମହିଳା ହେଲେ ସିନ୍ଧେ କଣ୍ଡାଗରୀ।
ସୂଚନା ଅନୁସାରେ ପାରିବାରିକ କଳହକୁ କେନ୍ଦ୍ର କରି ସିନ୍ଧେ କଣ୍ଡାଗରୀ ଓ ତାଙ୍କର ସ୍ବାମୀ ବାଲେଆଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ସମୟ କ୍ରମେ ଏହା ଭୟଙ୍କର ରୂପ ନେଇଥିଲା। ଏଥିରେ ଉତ୍ତେଜିତ ହୋଇ ସିନ୍ଧେଙ୍କୁ ବାଲଆ ନିସ୍ତୁକ ମାଡ଼ ମାରିଥିଲା। ଘଟଣାସ୍ଥଳରେ ମହିଳାଙ୍କର ମୃତ୍ୟୁ ଘଟିଥିଲା।
ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଇଛି। ଅଭିଯୁକ୍ତ ସ୍ବାମୀକୁ ଗିରଫ କରି ଘଟଣାର ଅଧିକ ତଦନ୍ତ କରୁଛି। ଏହି ଘଟଣା ନେଇ ଗେଣ୍ଡାୱଲସା ଗାଁରେ ଶୋକର ଛାୟା ଖେଳି ଯାଇଛି।
murder | Rayagada
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/07/05/dead-2025-07-05-21-11-45.jpg)