ରାଇରଙ୍ଗପୁର/ତିରିଂ: ମୟୂରଭଂଜ ଜିଲ୍ଲା ବାମନଘାଟି ଉପଖଣ୍ଡ ତିରିଂ ବ୍ଲକ୍ ଅନ୍ତର୍ଗତ ସାନଡାଳିମା ଛକ ନିକଟରେ ଏକ ନାଳ ଭିତରେ ଥିବା ଘଞ୍ଚ ବୁଦାରୁ ଜଣେ ମାନସିକ ଅନଗ୍ରସର ବ୍ୟକ୍ତିଙ୍କୁ ସଂଜ୍ଞାହୀନ ଅବସ୍ଥାରେ ପଡ଼ିରହିଥିବା ଦେଖି ସ୍ଥାନୀୟ ବଡ଼ଡାଳିମା ପିଇଓ ହେମନ୍ତ ନାଥ, ବିଏସଏସଓ ଆକାଶ ସେଠି, ରେଙ୍ଗାଲବେଡା ସରପଞ୍ଚ ଦେବେଶ ମୁର୍ମୁ ପ୍ରମୁଖ ତାଙ୍କୁ ଉଦ୍ଧାର କରିଥିଲେ। ଏହାପରେ ଅଜଣା ବ୍ୟକ୍ତିଙ୍କ ଚେତା ଫେରିବାପରେ ତାଙ୍କ ଦେହ ସାରା ଲାଗିଥିବା କାଦୁଅକୁ ସଫାକରି ନୁଆ ଲୁଗା ପିନ୍ଧାଇ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ପଠାଇଥିଲେ। ପରେ ତିରିଁ ପୁଲିସ ଟିମ ମଧ୍ୟ ପହଞ୍ଚିଥିଲା।
ଅଜଣା ବ୍ୟକ୍ତି ଜଣକ ଦୁଇ ତିନି ଦିନ ଧରି ମୂର୍ମୂଷ ଅବସ୍ଥାରେ ପଡ଼ି ରହିଥିବା ସନ୍ଦେହ କରାଯାଉଛି। ବ୍ୟକ୍ତି ଜଣକ ନିଜ ପରିଚୟ ତଥା ତାଙ୍କ ନିଜ ଠିକଣା ମଧ୍ୟ କହି ପାରୁନଥିବା ଯୋଗୁଁ ତାଙ୍କ ପରିଚୟ ମିଳିପାରିନାହିଁ। ଯୁବକ ଜଣଙ୍କ ବୟସ ୩୦ରୁ ୩୫ ବର୍ଷ ହୋଇଥିବାର ଅନୁମାନ କରାଯାଉଛି। ତିନି ଜଣ ସହୃଦୟବ୍ୟକ୍ତିଙ୍କ ପାଇଁ ଯୁବକ ଜଣଙ୍କ ଜୀବନ ବଞ୍ଚି ଯାଇଥିବାରୁ ତାଙ୍କୁ ସମସ୍ତେ ପ୍ରଶଂସା କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/10/19/dH0y65bx6fDkUckVDRgV.jpg)