କୋରାପୁଟ: ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ନାରାୟଣପାଟଣା ବ୍ଲକରେ ବଢ଼ିବାରେ ଲାଗିଛି। କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଜାମି ମାଣଇରାଜୁ ଗତ ୫ଦିନ ହେବ ମେଡିକାଲ କଲେଜର ଡେଙ୍ଗୁ ୱାର୍ଡରେ ଭର୍ତି ହୋଇ ଚିକିତ୍ସିତ ହେଉଛନ୍ତି। ଚିକିତ୍ସିତ ଅବସ୍ଥାରେ ରବିବାର ଓ ସୋମବାର ଦିନ ରକ୍ତ ଭଣ୍ଡାରରୁ ତିନି ୟୁନିଟ ଯୋଗାଡ଼  କରି ଓ ପଜିଟିଭ୍ ପ୍ଲାଜମା  ଦିଆଯାଇଥିଲା। ତା ପରେ ବି ଅବସ୍ଥା ସଂକଟାପନ୍ନ ହେବାରୁ ଚିକିତ୍ସା କରୁଥିବା ଡ଼ାକ୍ତର ପୁଣି ଚାରୋଟି ଓ ପଜିଟିଭ୍ ପ୍ଲାଜମା ଯୋଗାଡ଼ କରିବାକୁ କହିଥିଲେ।

Advertisment

ରକ୍ତଭଣ୍ଡାରରେ ପ୍ଲାଜମା ନଥିବାରୁ ମାଣିରାଜୁଙ୍କ ପରିବାର ନାରାୟଣପାଟଣା ବ୍ଲକ ସମ୍ବାଦ ପ୍ରତିନିଧି ଅନିଲ ସୁବୁଦ୍ଧିଙ୍କୁ ଯୋଗାଯୋଗ କରିଥିଲେ । ଅନିଲ ତୁରନ୍ତୁ ଫୋନ ଯୋଗେ ହରିଜନ ସାହିର ରଂଜିତ ବାଣୁଆ, ଋଷିକେଶ ବାଣୁଆ, ଶିକ୍ଷକ ଜାମି ଗୌରୀଙ୍କୁ ଅନୁରୋଧ କରିଥିଲେ। ଏମାନେ କୋରାପୁଟ ରକ୍ତଭଣ୍ଡାରକୁ ଆସି ରକ୍ତଦାନ କରିବାକୁ ରାଜି ହୋଇଥିଲେ। ସୋମବାର ଏହି ବ୍ଲକର ସହକାରୀ ଶିକ୍ଷୟତ୍ରୀ ଗେମ୍ବାଲୀ ନିରୋଶା ବି ଡେଙ୍ଗୁ ଆକ୍ରାନ୍ତ କରୁଣା ସାହୁଙ୍କ ପାଇଁ ରକ୍ତଦାନ କରିଥିଲେ।

ନିରୋଶାଙ୍କୁ ଅନିଲ ମଣିରାଜୁଙ୍କ ସଂପର୍କରେ ଜଣାଇଥିଲେ। ସେ ତାଙ୍କ ସ୍ବାମୀ  କୋରାପୁଟର ସିଏଚ୍.ସୁଧାଶୁଂ ସୁବୁଦ୍ଧିଙ୍କ ସହ ଅନିଲଙ୍କ ଯୋଗାଯୋଗ କରାଇଥିଲେ। ପରେ ସୁଧାଂଶୁ , ନାରାୟଣପାଟଣାରୁ ଆସିଥିବା ରଂଜିତ, ଋଷିକେଶ ଓ , ଗୌରୀଙ୍କୁ ନେଇ ଅନିଲ  କୋରାପୁଟ ରକ୍ତଭଣ୍ଡାରରେ ରକ୍ତଦାନ କରାଇଥିଲେ। ଏଥିରୁ ପ୍ଲାଜମା ବାହାର କରି  ମାଣିରାଜୁ ଙ୍କୁ ଚଢ଼ା ଯାଇଥିଲା। ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ସ୍ଥିର ଆସୁଥିବା ବେଳେ ପ୍ଲେଟଲେଟ ରେ ସାମାନ୍ୟ ଉନ୍ନତି ଆସିଥିବା କହିଛନ୍ତି ଡାକ୍ତର। ପୁଣି ଆଉ ତିନୋଟି ୟୁନିଟ ପ୍ଲାଜମା ଯୋଗାଡ଼ କରିବାକୁ କୁହାଯାଇଛି। ଅନିଲ ଓ ଅନ୍ୟ ରକ୍ତଦାତା ମାନଙ୍କୁ ମାଣିରାଜୁଙ୍କ ଭାଇ ଜାମି ସୁରିଆ, ମାଣିରାଜୁଙ୍କ ପତ୍ନୀ ଜାମି ରାଣୀ, ବନ୍ଧୁ ପାଲେପୁ ଟୁଲୁ କୃତଞତା ଜଣାଇଛନ୍ତି। ଡେଙ୍ଗୁ ଆକ୍ରାନ୍ତ ପାଇଁ ଅଧିକା ପ୍ଲାଜମାର ଆବଶ୍ୟକତା ଥିବାରୁ ଅଧିକାରୁ ଅଧିକା ଯୁବକ ଆସି ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରି ଜୀବନ ବଂଚାଇବାରେ ପ୍ରମୁଖ ଭୁମିକା ଗ୍ରହଣ କରିବାକୁ ଏହି ଚାରି ଜଣ ଅନୁରୋଧ କରିଛନ୍ତି।