ରାଉରକେଲା: ଦକ୍ଷିଣପୂର୍ବ ରେଳବାଇ ଚକ୍ରଧରପୁର ମଣ୍ଡଳ ଅଧୀନରେ ବିଭିନ୍ନ ଉନ୍ନୟନମୂଳକ କାମ ପାଇଁ ଆଜି (ରବିବାର)ଠୁ ଆଗାମୀ ୨୭ ତାରିଖ ପର୍ଯ୍ୟନ୍ତ ରାଉରକେଲା ଦେଇ ଯାଉଥିବା ବହୁ ଏକ୍ସପ୍ରେସ୍‌ ଓ ପାସେଞ୍ଜର ଟ୍ରେନ୍‌ ବାତିଲ ହୋଇଛି। କିଛି‌ ଟ୍ରେନ୍‌ର ଗନ୍ତବ୍ୟସ୍ଥଳକୁ ହ୍ରାସ କରାଯାଇଛି। ହଟିଆ-ରାଉରକେଲା ପାସେଞ୍ଜର ଆସନ୍ତାକାଲି ( ରବିବାର)ଠୁ ଆଗାମୀ ୨୬ ତାରିଖ ପର୍ଯ୍ୟନ୍ତ ବାତିଲ ହୋଇଛି। ରାଉରକେଲା -ହଟିଆ ଆଗାମୀ ୨୧ରୁ ୨୭ ତାରିଖ ପର୍ଯ୍ୟନ୍ତ ବାତିଲ ହୋଇଛି।  ରାଉରକେଲା-ଟାଟାନଗର ମେମୁ ଓ ଟାଟାନଗର-ରାଉରକେଲା ମେମୁ ଆସନ୍ତା ୨୧ରୁ ୨୫ ତାରିଖ ପର୍ଯ୍ୟନ୍ତ ବାତିଲ ହୋଇଛି। ପୁରୀ-ହଟିଆ ତପସ୍ବିନୀ ଏକ୍ସପ୍ରେସ୍‌ ଆସନ୍ତାକାଲି (ରବିବାର)ଠୁ ୨୨ ତାରିଖ, ୨୪ ଓ ୨୫ ତାରିଖ ବାତିଲ ହୋଇଛି। ହଟିଆ -ପୁରୀ ତପସ୍ବିନୀ ଏକ୍ସପ୍ରେସ୍‌  ଆସନ୍ତା ୨୧ରୁ ୨୩ ତାରିଖ, ୨୫ ଓ ୨୬ ତାରିଖ ବାତିଲ ହୋଇଛି। ବୀରମିତ୍ରପୁର -ବରସୁଆଁ ପାସେଞ୍ଜର ଆସନ୍ତା ୨୧ରୁ ୨୬ ତାରିଖ ପର୍ଯ୍ୟନ୍ତ ବାତିଲ ହୋଇଛି। ହଟିଆ-ଝାରସୁଗୁଡା -ହଟିଆ ଏକ୍ସପ୍ରେସ୍‌, ରାଉରକେଲା-ଝାରସୁଗୁଡା-ରାଉରକେଲା ମେୁ, ରାଉରକେଲା-ଚକ୍ରଧରପୁର-ରାଉରକେଲା ମେମୁ ଆସନ୍ତା ୨୧ରୁ ୨୬ ତାରିଖ ପର୍ଯ୍ୟନ୍ତ ବାତିଲ ହୋଇଛି।

Advertisment

ରାଉରକେଲା -ହଟିଆ ଆଗାମୀ ୨୧ରୁ ୨୭ ତାରିଖ ପର୍ଯ୍ୟନ୍ତ ବାତିଲ ହୋଇଛି।  ରାଉରକେଲା-ଟାଟାନଗର ମେମୁ ଓ ଟାଟାନଗର-ରାଉରକେଲା ମେମୁ ଆସନ୍ତା ୨୧ରୁ ୨୫ ତାରିଖ ପର୍ଯ୍ୟନ୍ତ ବାତିଲ ହୋଇଛି। ପୁରୀ-ହଟିଆ ତପସ୍ବିନୀ ଏକ୍ସପ୍ରେସ୍‌ ଆସନ୍ତାକାଲି (ରବିବାର)ଠୁ ୨୨ ତାରିଖ, ୨୪ ଓ ୨୫ ତାରିଖ ବାତିଲ ହୋଇଛି। ହଟିଆ -ପୁରୀ ତପସ୍ବିନୀ ଏକ୍ସପ୍ରେସ୍‌  ଆସନ୍ତା ୨୧ରୁ ୨୩ ତାରିଖ, ୨୫ ଓ ୨୬ ତାରିଖ ବାତିଲ ହୋଇଛି। ବୀରମିତ୍ରପୁର -ବରସୁଆଁ ପାସେଞ୍ଜର ଆସନ୍ତା ୨୧ରୁ ୨୬ ତାରିଖ ପର୍ଯ୍ୟନ୍ତ ବାତିଲ ହୋଇଛି। ହଟିଆ-ଝାରସୁଗୁଡା -ହଟିଆ ଏକ୍ସପ୍ରେସ୍‌, ରାଉରକେଲା-ଝାରସୁଗୁଡା-ରାଉରକେଲା ମେମୁ, ରାଉରକେଲା-ଚକ୍ରଧରପୁର-ରାଉରକେଲା ମେମୁ ଆସନ୍ତା ୨୧ରୁ ୨୬ ତାରିଖ ପର୍ଯ୍ୟନ୍ତ ବାତିଲ ହୋଇଛି।

ରାଉରକେଲା-ପୁରୀ ଏକ୍ସପ୍ରେସ୍‌ ଆସନ୍ତା ୨୪ ଓ ୨୫ ତାରିଖ, ପୁରୀ-ରାଉରକେଲା ଏକ୍ସପ୍ରେସ୍‌  ୨୫ ଓ ୨୬ ତାରିଖ ବାତିଲ ହୋଇଛି। ହଟିଆ -ଦୁର୍ଗ ସ୍ବତନ୍ତ୍ର ଆସନ୍ତା ୨୪, ଦୁର୍ଗ-ହଟିଆ ସ୍ବତନ୍ତ୍ର ଆସନ୍ତା ୨୫ ତାରିଖ ବାତିଲ ହୋଇଛି। ସେମିତି ଟାଟାନଗର-ବିଳାସପୁର ଏକ୍ସପ୍ରେସ୍‌  ଆସନ୍ତା ୨୪ରୁ ୨୬ ତାରିଖ ପର୍ଯ୍ୟନ୍ତ ଗଡିବ ନାହିଁ। ଭୁବନେଶ୍ବର-ଧାନବାଦ ସ୍ବତନ୍ତ୍ର ଆସନ୍ତା ୨୪ରୁ ୨୬ ତାରିଖ ପର୍ଯ୍ୟନ୍ତ ବାତିଲ ହୋଇଛି। ଧାନବାଦ-ଭୁବନେଶ୍ବର ସ୍ବତନ୍ତ୍ର ଆସନ୍ତା ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ବାତିଲ ହୋଇଛି। ଗୁଣପୁର-ରାଉରକେଲା ଏକ୍ସପ୍ରେସ୍‌  ଆସନ୍ତା ୨୪ରେ, ରାଉରକେଲା-ଗୁଣପୁର ଏକ୍ସପ୍ରେସ୍‌  ୨୫ରେ ବାତିଲ ହୋଇଛି। ଟାଟାନଗର-ଏନ୍‌ଏସ୍‌ସି ବୋଷ୍‌ ଇତୱାରୀ-ଟାଟାନଗର ଏକ୍ସପ୍ରେସ୍‌ ଆସନ୍ତା ୨୫ ଓ ୨୬ ଦୁଇ ଦିନ ବାତିଲ ହୋଇଛି। କଣ୍ଟାବାଞ୍ଜି/ଟିଟିଲାଗଡ଼-ହାୱଡା ଇସ୍ପାତ ଏକ୍ସପ୍ରେସ୍‌ ଆସନ୍ତା ୨୧ରୁ ୨୬ ତାରିଖ ପର୍ଯ୍ୟନ୍ତ ଝାରସୁଗୁଡା ଷ୍ଟେସନ ପର୍ଯ୍ୟନ୍ତ ଚଳାଚଳ କରିବ। ହାୱଡା-ରାଉରକେଲା-ହାୱଡା ବନ୍ଦେଭାରତ ଏକ୍ସପ୍ରେସ୍‌ ଆସନ୍ତା ୨୫ରେ ରାଉରକେଲା ପରିବର୍ତ୍ତେ ଚକ୍ରଧରପୁର ଷ୍ଟେସନ ପର୍ଯ୍ୟନ୍ତ ଚାଲିବ। ରାଉରକେଲା-ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ୍‌ ଆସନ୍ତା ୨୫ରେ ରାଉରକେଲା  ପରିବର୍ତ୍ତେ ଝାରସୁଗୁଡା ଷ୍ଟେସନ ପର୍ଯ୍ୟନ୍ତ ଚାଲିବ ବୋଲି ଦକ୍ଷିଣପୂର୍ବ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି।

indian railways