ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଝାରବନ୍ଧ ଗାଁ ନିକଟ ନାରାୟଣ ଡୁଙ୍ଗୁରୀ ସଂରକ୍ଷିତ ଜଙ୍ଗଲରୁ ଏକ ମାଓ କ୍ୟାମ୍ପ ଠାବ ହୋଇଛି। ମାଓ କ୍ୟାମ୍ପରୁ ଗୋଟିଏ ଟିଫିନ ବୋମା, ୨୦ଟି ଜିଲୋଟିନ୍ ସମେତ ବିପୁଳ ମାଓ ସାମଗ୍ରୀ ଓ ବିସ୍ଫୋରକ ଜବତ ହୋଇଛି। ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପି ଜିଆର ରାଘବେନ୍ଦ୍ର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।
ଏସ୍ପି କହିଛନ୍ତି, ଗତ ୫ ତାରିଖରେ ସିନାପାଲି ଥାନା ଝାରବନ୍ଧ ଗାଁ ନିକଟ ନାରାୟଣ ଡୁଙ୍ଗୁରୀ ସଂରକ୍ଷିତ ଜଙ୍ଗଲରେ ମାଓବାଦୀଙ୍କ ଗତିବିଧି ରହିଥିବା ଜିଲ୍ଲା ପୁଲିସକୁ ସୂଚନା ମିଳିଥିଲା। ଏହି ଆଧାରରେ ଡ଼ିଭିଏଫ ଟିମ୍ ନାରାୟଣ ଡୁଙ୍ଗୁରୀ ସଂରକ୍ଷିତ ଜଙ୍ଗଲରେ କମ୍ବିଂ ଅପରେସନ ଆରମ୍ଭ କରିଥିଲା।
ଗତକାଲି ସକାଳେ ଡ଼ିଭିଏଫ ଟିମ୍ର ଯବାନମାନେ ଏକ ମାଓ କ୍ୟାମ୍ପ ଠାବ କରିଥିଲେ। ସେଥିରୁ ଏକ ଟିଫିନ ବୋମା, ୨୦ଟି ଜିଲୋଟିନ୍, ଗୋଟିଏ ଇଲେକ୍ଟ୍ରି ଡିଟୋନେଟର ଭଳି ବିପୁଳ ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ କରିଥିଲେ। ମାଓବାଦୀମାନେ ସୁରକ୍ଷା ବାହିନୀ ଓ ସାଧାରଣ ଲୋକଙ୍କ ଆକ୍ରମଣ କରି କୌଣସି ଏକ ବଡ଼ ଅଘଟଣ ଘଟାଇବାକୁ ଯୋଜନା କରୁଥିଲେ।
ତେବେ ସୁରକ୍ଷା ବାହିନୀ ସଠିକ ସମୟରେ ଅପରେସନ କରି ମାଓ କ୍ୟାମ୍ପକୁ ଠାବ କରି ମାଓବାଦୀଙ୍କ ଯୋଜନାକୁ ପଣ୍ଡ କରିଥିଲେ। ଏବେ ସ୍ଥାନୀୟ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟି ରେ ରଖି ସମ୍ପୃକ୍ତ ଜଙ୍ଗଲରେ ଯବାନଙ୍କ କମ୍ବିଂ ଅପରେସନ ଜାରି ରହିଥିବା ଏସପି ଶ୍ରୀ ରାଘବେନ୍ଦ୍ର ସୂଚନା ଦେଇଛନ୍ତି।
maoists | Nuapada
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/07/08/maoists-2025-07-08-16-07-16.jpg)