ମାଲକାନଗିରି: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ୱାଭିମାନ ଅଂଚଳରୁ ଘନବେଡା ଓ ଗୋରାସେତୁ ଠାରେ ଅବସ୍ଥାପିତ ୧୭୭ ବିଏସଏଫ କ୍ୟାମ୍ପ ତରଫରୁ ସର୍ଚ୍ଚ ଅପେରସନ ବେଳେ ମାଓ ଡ଼ମ୍ପ ଉଦ୍ଧାର କରାଯାଇଥିବା ବେଳେ ଲ୍ୟାଣ୍ଡମାଇନ ଓ ବିସ୍ଫରୋକ ଜବତ କରାଯାଇଛି। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ନକ୍ସଲ ଏକ ଗଛ ତଳେ ଏକ ବାଲଟିରେ ବିସ୍ଫରୋକ ସହ ଲ୍ୟାଣ୍ଡମାଇନକୁ ଖଞ୍ଜା ଯାଇଥିଲା।
/sambad/media/media_files/2024/10/23/img-20241023-wa0029.jpg)
ତେବେ ବିଏସଏଫ ଯବାନଙ୍କ ଉଚିତ ବୁଦ୍ଧି ଯୋଗୁଁ ଏକ ବଡ଼ଧରଣର ଅଘଟଣକୁ ଏଡାଇ ଦିଆଯାଇଛି। ଏହି ଅଂଚଳରେ ନକ୍ସଲ ଗତିବିଧି କମିଥିଲେ ମଧ୍ୟ କିଛି ସ୍ଥାନୀୟ ମିଲିସିଆ ଏବେ ବି ସକ୍ରିୟ ରହିଛନ୍ତି। ଯେଉଁମାନେ କି ଯବାନଙ୍କ ଗତିବିଧି ସମ୍ପର୍କରେ ନକ୍ସଲଙ୍କୁ ସୂଚନା ଦେଉଛନ୍ତି। ଏହି ଡ଼ମ୍ପରୁ ଯବାନ ୩ ଲିଟର ଟିଫିନ ବୋମା, ୧ ଲିଟର ଟିଫିନ ବୋମା, ପାଇପ ବୋମା, ଇଲେକ୍ଟ୍ରୋନିକ ଡିଟୋନେଟର, ବିଦ୍ୟୁତ ତାର, ବ୍ୟାଟେରି, ସୋଲାର ପ୍ଲେଟ, ପ୍ଲାଷ୍ଟିକ ଡ୍ରମ ଇତ୍ୟାଦି ଜବତ କରାଯାଇଛି। ବିମଗୁଡିକୁ ବୋମା ନିଷ୍କ୍ରିୟ ଦଳ ଘଟଣାସ୍ଥଳରେ ପହଞ୍ଚି ବୋମା ନିଷ୍କ୍ରିୟ କରିଥିଲେ।
ଯବାନଙ୍କ ଘନ ଘନ କୁମ୍ବିଂ ଫଳରେ ସ୍ୱାଭିମାନ ଅଂଚଳରେ ନକ୍ସଲ ଗତିବିଧି କମିଥିଲେ ମଧ୍ୟ ଜଂଗଲରୁ ଏବେ ବି ନକ୍ସଲଙ୍କ ଦ୍ବାରା ଖଞ୍ଜା ଯାଇଥିବା ବିସ୍ଫରୋକ, ବନ୍ଧୁକ ସହ ମାଓ ସାମଗ୍ରୀ ଜବତ କରାଯାଉଛି। ଏହି ଡ଼ମ୍ପ ଉଦ୍ଧାର ପରେ ନକ୍ସଲଙ୍କ ଯୋଜନା ପଣ୍ଡ ହେବା ସହ ସଂଗଠନ ବହୁ ସାମଗ୍ରୀ ହରାଇଛି। ପ୍ରକାଶ ଥାଉକି ସମ୍ପୁର୍ଣ୍ଣ ସ୍ୱାଭିମାନ ଅଞ୍ଚଳକୁ ବିଏସଏଫ ଯବାନ ଘେରି ରହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/10/23/img-20241023-wa0031.jpg)