ରାୟଗଡ଼ା: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନିୟମଗିରି ପାହାଡ଼ ଅଞ୍ଚଳ, ମୁନିଗୁଡା ବ୍ଲକ ଓ ଚନ୍ଦ୍ରପୁର ବ୍ଲକର ବିଭିନ୍ନ ସ୍ଥାନରେ ମାଓବାଦୀ ଧରାନ୍ତୁ, ପୁରସ୍କାର ପାଆନ୍ତୁ ଉଲ୍ଲେଖ କରି ଆଜି ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି I କଲ୍ୟାସିଂହପୁର ବ୍ଲକର ପାର୍ଶIଲି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ, ସଦର ବ୍ଲକ ଓ ତହସିଲ କାର୍ଯ୍ୟାଳୟରେ ଏଭଳି ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି I 

Advertisment

ଆହୁରି ପଢ଼ନ୍ତୁ:୧୮ ହଜାର ଟଙ୍କା ବୃତ୍ତି ପାଉଥିଲେ ‘ସୁଭଦ୍ରା’ ପାଇଁ ଅଯୋଗ୍ୟ ହେବେ ଛାତ୍ରୀ

ଏହି ପୋଷ୍ଟରରେ କେନ୍ଦ୍ରୀୟ କମିଟି ସଦସ୍ୟ ଗଣେଶ ଉଇକେ, ସ୍ୱତନ୍ତ୍ର ଜୋନାଲ କମିଟି ସଦସ୍ୟ ନିଖିଲ ଓରଫ ଶିବାଜୀ, ସୁଦର୍ଶନ  ଓରଫ ବିକାଶ, ଅଙ୍କିତା ଓରଫ ଇନ୍ଦୁ, ଶୁକୃ ଓରଫ କ୍ରିଷ୍ଣା, ନିତୁ, ମିଲିଟାରୀ ପ୍ଲାଟୁନ କମIଣ୍ଡର ଶିଲା ଓରଫ ନାଗମଣୀ, ଅନ୍ବେଷ ଓରଫ ରେଣୁ, ଡିଭିଜନାଲ କମିଟି ସଦସ୍ୟ ମମତା ଓରଫ ସାଇତେ ଓ ନକୁଲ ଓରଫ ଚନ୍ଦ୍ରା ଙ୍କ ନାମ ଉଲ୍ଲେଖ କରି ପୁରସ୍କାର ରାଶି ଉଲ୍ଲେଖ ରହିଥିବା ଦେଖିବାକୁ ମିଳିଛି I ଅନ୍ୟ ସମସ୍ତ ମାଓବାଦୀମାନଙ୍କ ଉପରେ ମଧ୍ୟ ପୁରସ୍କାର ରାଶି ଉପଲବ୍ଧ ରହିଛି I ଯେଉଁ ବ୍ୟକ୍ତି ବିଶେଷ ମାଓବାଦୀଙ୍କ ସମ୍ପର୍କରେ ସୂଚନା ଦେବେ ସୂଚନାଦାତାଙ୍କ ପରିଚୟ ଗୋପନ ରଖି ପୁରସ୍କୃତ କରାଯିବ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି I ଏନେଇ  ମୋବାଇଲ ନମ୍ବର ୯୪୩୭୬୪୩୮୩୯  ଉଲ୍ଲେଖ ରହିଥିବା  ଜଣା ପଡିଛି I

ମାଓବାଦୀ ରାୟଗଡ଼ା ଓ ଏହାର ସୀମାବର୍ତ୍ତୀ ଜିଲ୍ଲାରେ ଆତ୍ମଗୋପନ କରିଥିବା ସନ୍ଦେହ

ଏଠାରେ ସୂଚନା ଯୋଗ୍ୟ ଯେ ପୂର୍ବରୁ ମୁନିଗୁଡା, ବିଷମକଟକ ଓ କଲ୍ୟାଣସିଂହପୁର ଅଂଚଳର ନିୟମଗିରି ପାହାଡ଼ରେ ଏକ ଦଶନ୍ଧିରୁ ଅଧିକ ସମୟ ଧରି ମାଓବାଦୀମାନେ ଆଡ୍ଡା ଜମାଇ ବହୁ ହିଂସାତ୍ମକ କାଣ୍ଡ ଘଟାଇଛନ୍ତି I ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ଓ ମୁନିଗୁଡା ବ୍ଲକ ପଡୋଶୀ ଫୁଲବାଣୀ ଓ କଳାହାଣ୍ଡି ଜିଲ୍ଲା ସୀମାବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ପୁଲିସ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ ସେହି ଅଞ୍ଚଳରେ ସି ଆର ପି ଏଫ ମୃତୟନ ହୋଇଛନ୍ତି I ଛତିଶଗଡ଼ ଓ ଆନ୍ଧ୍ର ପ୍ରଦେଶ ଅଞ୍ଚଳରେ ସୁରକ୍ଷକର୍ମୀଙ୍କ ଏନକାଉଣ୍ଟରରେ ବହୁ କ୍ୟାଡର ନକ୍ସଲ ମୃତ୍ୟୁବରଣ କରିଥିବା ବେଳେ  ବହୁ ନକ୍ସଲ ସୁରକ୍ଷା କର୍ମୀ ନିକଟରେ ଆତ୍ମସମର୍ପଣ କରୁଛନ୍ତି I ଏଭଳି ପରିସ୍ଥିତିରେ ରାୟଗଡ଼ା ଜିଲ୍ଲାରେ କାର୍ଯ୍ୟ କରୁଥିବା ବଂଶଧାରା ନାଗାବଳୀ ଘୁମୁସର (ବା ଘୁ ନା )ମାଓବାଦୀ ସଂଗଠନରେ ଏବେ ବି ବହୁ ସକ୍ରିୟ ମାଓବାଦୀ କାର୍ଯ୍ୟ କରୁଥିବାରୁ ଏହି ପୋଷ୍ଟର ଲାଗିଥିବା ଅନୁମାନ କରାଯାଇଛି I ପଡୋଶୀ ରାଜ୍ୟର ଦୃଢ଼ ନକ୍ସଲ ଦମନ କାର୍ଯ୍ୟାନୁଷ୍ଠାନକୁ ଦେଖି କିଛି ମାଓବାଦୀ ରାୟଗଡ଼ା ଓ ଏହାର ସୀମାବର୍ତ୍ତୀ ଜିଲ୍ଲାରେ ଆତ୍ମଗୋପନ କରିଥିବା ପୁଲିସ ସନ୍ଦେହ କରୁଛି  I

Maoists