ନୂଆପଡ଼ା: ଓଡ଼ିଶା - ଛତିଶଗଡ଼ ରାଜ୍ୟ ସୀମାନ୍ତ ଗରିଆବନ୍ଧ ଜିଲ୍ଲା ମେନପୁର ଥାନା କୁଲହାଡ଼ିଘାଟ ଜଙ୍ଗଲରେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛି ଛତିଶଗଡ଼ ସୁରକ୍ଷା ବାହିନୀ l ବିଶେଷ ସୂତ୍ରରୁ ସୂଚନା ପାଇ ଛତିଶଗଡ଼ ରାଜ୍ୟ ସିଆରପିଏଫ ୬୫ ବାଟାଲିୟନ ଏରିଆ ଡୋମିନେସନ ଅପରେସନ ବେଳେ ନୂଆପଡ଼ା ଜିଲ୍ଲା ସୀମାନ୍ତ କୁଲହାଡ଼ିଘାଟ ଓ ବିନ୍ଦ୍ରାନବାଗଡ ଅଞ୍ଚଳରେ ସର୍ଚିଙ୍ଗ ଅଭିଯାନ ଆରମ୍ଭ କରିଥିଲେl 

Advertisment

ଛତିଶଗଡ଼ ରାଜ୍ୟ ସିଆରପିଏଫ ୬୫ ବାଟାଲିୟନ ଏରିଆ ଡୋମିନେସନ ଅପରେସନ ବେଳେ ନୂଆପଡ଼ା ଜିଲ୍ଲା ସୀମାନ୍ତ କୁଲହାଡ଼ିଘାଟ ଓ ବିନ୍ଦ୍ରାନବାଗଡ ଅଞ୍ଚଳରେ ସର୍ଚିଙ୍ଗ ଅଭିଯାନ ଆରମ୍ଭ କରିଥିଲେl ସର୍ଚିଙ୍ଗ ଅଭିଯାନରେ ମାଟି ତଳେ ପୋତା ଯାଇଥିବା ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛି l ବିଶେଷ କରି ସିଲାଇ ମେସିନ, ପିଟୁ ବ୍ୟାଗ୍, ଜୋତା, ଦରି,ଔଷଧ, ତଥା ଖାଦ୍ୟ ସାମଗ୍ରୀ ଆଦି ଅତ୍ୟାବଶ୍ୟକ ସାମଗ୍ରୀ ଜବତ କରିଥିଲେ l ସିଆରପିଏଫ ଯବାନମାନେ ଘଟଣା ସ୍ଥଳରେ ଜବତ ମାଓ ସାମଗ୍ରୀକୁ ପୋଡ଼ି ନଷ୍ଟ କରିଥିଲେ l

ସର୍ଚିଙ୍ଗ ଅଭିଯାନରେ ମାଟି ତଳେ ପୋତା ଯାଇଥିବା ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛି l ବିଶେଷ କରି ସିଲାଇ ମେସିନ, ପିଟୁ ବ୍ୟାଗ୍, ଜୋତା, ଦରି,ଔଷଧ, ତଥା ଖାଦ୍ୟ ସାମଗ୍ରୀ ଆଦି ଅତ୍ୟାବଶ୍ୟକ ସାମଗ୍ରୀ ଜବତ କରିଥିଲେ l ସିଆରପିଏଫ ଯବାନମାନେ ଘଟଣା ସ୍ଥଳରେ ଜବତ ମାଓ ସାମଗ୍ରୀକୁ ପୋଡ଼ି ନଷ୍ଟ କରିଥିଲେ l ସିଆରପିଏଫ ୬୫ ବାଟାଲିୟନ ସୂଚନା ଦେଇଛନ୍ତି ଯେ, ସୀମାରେ ବିକାଶ ଓ ଶାନ୍ତି ପ୍ରତିଷ୍ଠା ପାଇଁ ଲଗାତାର ଅପରେସନ ଜାରି ରହିବ l