ମାଲକାନଗିରି: ସୀମାନ୍ତ କୋଣ୍ଟା ଏରିଆ କମିଟି ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରାଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ ପୁଲିସ ଗାଁ ଗାଁରେ କ୍ୟାମ୍ପ କରି ରାସ୍ତା, ବ୍ରିଜ ନିର୍ମାଣ କରୁଛି। ଅନ୍ୟଦିଗରେ ଦୁର୍ଗମ ଅଂଚଳରେ ଫରେଷ୍ଟ ଗାର୍ଡ ଏବଂ ରାଜସ୍ବ ନିରୀକ୍ଷକମାନେ ଲୋକଙ୍କୁ ଲୁଟୁଛନ୍ତି। ରାଜସ୍ବ ନିରୀକ୍ଷକମାନେ ଲୋକଙ୍କୁ ଜମି ମାପିବା ନାମରେ ୧୦ ହଜାରରୁ ୫୦ ହଜାର ଟଂକା ପର୍ଯ୍ୟନ୍ତ ଲୁଟୁଛନ୍ତି।
ଫରେଷ୍ଟ ଗାର୍ଡମାନେ ଜଂଗଲରୁ ବାଉଁଶ କାଟି ବେଧଡକ ବିକ୍ରି କରି ଚାଲିଛନ୍ତି। ଏପରିକି ଲୋକଙ୍କୁ ଟଂକା ନଦେଲେ କୁକୁଡା, ଛେଳି, ଘୁଷୁରି ଇତ୍ୟାଦି ମାଗୁଛନ୍ତି। ଲୋକଙ୍କୁ ବିକାଶ ନାମରେ ଏଭଳି ଲୁଟୁଥିବା କୋଣ୍ଟା ଏରିଆ କମିଟିର ସଚିବ ଦୁଲ୍ଲା ଏହାକୁ ନିନ୍ଦା କରିଛି। ଜଳ, ଜଂଗଲ ଓ ଜମି ବଞ୍ଚାଇବା ପାଇଁ ଫରେଷ୍ଟ ଗାର୍ଡ ଏବଂ ରାଜସ୍ବ ନିରୀକ୍ଷକମାନଙ୍କୁ ଗାଁରୁ ତଡିବା ସହ ଆନ୍ଦୋଳନକୁ ତୀବ୍ରତର କରାଯାଉ।
୧୯୮୦ ମସିହାରେ ଯେତେବେଳେ ଛତିଶଗଡରେ ନକ୍ସଲ ପାଦ ଥାପିଥିଲେ। ସେତେବେଳେ ଫରେଷ୍ଟ ଗାର୍ଡ ଏବଂ ରାଜସ୍ବ ନିରୀକ୍ଷକମାନଙ୍କ ସହ ଲଢେଇ ଆରମ୍ଭ କରିଥିଲେ। ଏବେ ପୁଣି ସେହି ଦିନ ଫେରିଆସିଛି। ଫରେଷ୍ଟ ଗାର୍ଡ ଏବଂ ରାଜସ୍ବ ନିରୀକ୍ଷକମାନଙ୍କ ସହ ଲଢେଇ ଆରମ୍ଭହେବ। ଛତିଶଗଡର ବିଜେପିର ବିଷ୍ଣୁ ଦେବ ସାଏ ସରକାର ଏହାକୁ ସହଯୋଗ କରୁଥିବା ଅଭିଯୋଗ କରାଯାଇଛି।
Koraput | Indian Railways
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/06/22/1d0cde53-3415-4df5-a3d6-d09a8bac528b-2025-06-22-19-57-03.jpg)