ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୁଣି ନକ୍ସଲ ହିଂସା ଦେଖିବାକୁ ମିଳିଛି। ଆଜି ସକାଳେ ଦୁଇ ଜଣ ଶିକ୍ଷାଦୂତଙ୍କୁ ନକ୍ସଲ ଅତି ନିର୍ମମ ଭାବେ ହତ୍ୟା କରି ଫିଙ୍ଗି ଥିବା ଜଣାପଡିଛି। ଏମାନଙ୍କ ମଧ୍ୟରୁ ଜଣେ ବିନୋଦ ମଡେ ବୋଲି ଜଣାପଡିଛି। ସେ ଶିକ୍ଷାଦୂତ ଭାବେ କାର୍ଯ୍ୟ କରୁଥିଲେ। ଅନ୍ୟ ଜଣେ ଶିକ୍ଷାଦୂତଙ୍କ ଚିହ୍ନଟ ହୋଇନାହିଁ।

Advertisment

ନକ୍ସଲ ଦୁଇ ଜଣଙ୍କୁ ଗତକାଲି ରାତିରେ ଅପହରଣ କରିନେଇ ଜଂଗଲରେ ପୁଲିସ ଇନଫର୍ମର କହି ନିର୍ଦ୍ଧୁମ ମାଡ଼ ମାରିଥିଲେ। ଏଥିସହ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରେ ଏକ ପୋଷ୍ଟର ଛାଡିକି ନକ୍ସଲ ଯାଇଥିଲେ। ସେହି ପୋଷ୍ଟରରେ ଏମାନେ ଦୁହେଁ ପୁଲିସ ସହ ମିଶି ନକ୍ସଲ ସଂଗଠନକୁ ଧ୍ବଂସ କରିବାକୁ ଚାହୁଁଥିଲେ। ତେଣୁ ଏମାନଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି।

ସୂଚନାଯୋଗ୍ୟ, ଗତ ୧୫ ଦିନ ମଧ୍ୟରେ ନକ୍ସଲ ୬ ଜଣ ଗ୍ରାମବାସୀଙ୍କୁ ହତ୍ୟା କରିଥିବା ବେଳେ ଏମାନଙ୍କ ମଧ୍ୟରୁ ୨ ଜଣ ଛାତ୍ର ଥିଲେ। ଗତ ୨୫ ବର୍ଷ ମଧ୍ୟରେ ନକ୍ସଲ ୧୮୨୧ ଜଣ ଗ୍ରାମବାସୀଙ୍କୁ ହତ୍ୟା କରିସାରିଲେଣି।

କେନ୍ଦ୍ର ଓ ରାଜ୍ୟ ସରକାର ବୃହତ୍‌ ଯୋଜନା ମାଧ୍ୟମରେ ମାଓବାଦୀଙ୍କ ମୂଳୋତ୍ପାନଟ ପାଇଁ ଯୋଜନା କରୁଛନ୍ତି। କିନ୍ତୁ ମାଓବାଦୀମାନେ ମଝିରେ ମଝିରେ ରକ୍ତପାତ କରୁଛନ୍ତି। ସୁଯୋଗ ପାଇଲେ ପ୍ରଜାକୋର୍ଟ କରି ନୀରିହ ଗ୍ରାମବାସୀଙ୍କୁ ହତ୍ୟା କରିବାକୁ ପଛାଉ ନାହାନ୍ତି।  


ସୂଚନାଯୋଗ୍ୟ, ମାଓବାଦୀମାନେ ପେରମପଲ୍ଲୀ ଗ୍ରାମର ଜଣେ ଗ୍ରାମବାସୀକୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ଗତ ୧ ତାରିଖ ରାତିରେ ସଶସ୍ତ୍ର ନକ୍ସଲ ପେରମପଲ୍ଲୀ ଗ୍ରାମରେ ପହଞ୍ଚିଥିଲେ। ଗ୍ରାମର କାବାସି ହୁଙ୍ଗା ନାମକ ବ୍ୟକ୍ତିକୁ ଖୋଜିଥିଲେ। ଘର ପାଇବା ପରେ ଘରୁ କାବାସି ହୁଙ୍ଗାକୁ ଟାଣିଟାଣି ଜଂଗଲ ଭିତରକୁ ନେଇ କିଛି ଘଣ୍ଟା ମଧ୍ୟରେ ତାଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିଲେ। ପରେ ଗ୍ରାମବାସୀ ଜଂଗଲରୁ କାବାସି ହୁଙ୍ଗାଙ୍କ ମୃତଦେହ ଉଦ୍ଧାର କରି ପୁଲିସକୁ ସୂଚନା ପ୍ରଦାନ କରିଥିଲେ। 

maoists | Malkangiri