ଶେରଗଡ଼: ଜୀବନ ହାରିଲେ ବିବାହିତ ପ୍ରେମୀ ଯୁଗଳ। ଦୁହେଁ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି। ଗଞ୍ଜାମଜିଲ୍ଲା ଅଲାରିଗଡ଼ ଗ୍ରାମ ପାହାଡ଼ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା। ପ୍ରେମିକ ପାଟପୁର ଏବଂ ପ୍ରେମିକା ଜୁରା ସାନଖେମୁଣ୍ଡି ଅଞ୍ଚଳର ବୋଲି ସୂଚନା ରହିଛି।ଜୀବନ ହାରିଥିବା ପ୍ରେମୀ ଯୁଗଳ ବିବାହିତ ଓ ଉଭୟଙ୍କର ସନ୍ତାନ ଵି ଅଛନ୍ତି।

Advertisment

ଖବର ପାଇ  ପୁଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରେମୀ ଯୁଗଳଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇଛି। କାହିଁକି ଦୁହେଁଏଭଳି ନିଷ୍ପତ୍ତି ନେଲେ ସେନେଇଅଧିକ ତଦନ୍ତ କରୁଛି ପୁଲିସ।