ଶୁକୃଳି: ପେଟ୍ରୋଲ ଢ଼ାଳି ଆତ୍ମହତ୍ୟା ଉଦ୍ୟମ କରି ଚାଲିଗଲା ମହିଳାଙ୍କ ଜୀବନ। ଜଣେ ପୁରୁଷ ବି ଗୁରୁତର ହୋଇଥିବା ଜଣାଯାଇଛି। ମୃତା ହେଲେ ମୟୂରଭଞ୍ଜଜିଲ୍ଲା ଶୁକୃଳି ବ୍ଲକ ଖିଚିଂ ପଞ୍ଚାୟତର ପତାସାହି ଗ୍ରାମର ବିବାହିତା ମହିଳା ଭାରତୀ ପାତ୍ର (୩୦)। ତାଙ୍କର ୭ ବର୍ଷର କନ୍ୟା ଥିବାବେଳେ ଗୁରୁତର ପୁରୁଷ ବନ୍ଧୁ ହରିହର ଆଚାର୍ଯ୍ୟ।

Advertisment

ରାଇରଙ୍ଗପୁର ଅଞ୍ଚଳର ଛାନପୁର ଗ୍ରାମର ହରିହର ଆଚାର୍ଯ୍ୟଙ୍କର ମୃତା ଭାରତୀ ପାତ୍ରଙ୍କ ସହିତ ଦୀର୍ଘ ଦିନ ହେବ ବନ୍ଧୁତ୍ୱ ସ୍ଥାପନ ହୋଇଥିଲା ।ହେଲେ ଆଜି ଭୋର୍ ସକାଳ ୭ ଘଟିକା ସମୟରେ ଦୁହିଁଙ୍କର ଭେଟଘାଟ ହୋଇ କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା। ଦୁହେଁ ପେଟ୍ରୋଲ ଢ଼ାଳି ଆତ୍ମହତ୍ୟା କରିବା ପାଇଁ ନିଷ୍ପତ୍ତି ନେଇଥିଲେ।  ଘର ପଛ ପଟେ ଦୁଇ ଜଣ ପେଟ୍ରୋଲ ଢ଼ାଳି ନିଜ ଦେହରେ ନିଆଁ ଲଗାଇ ଦେଇଥିବା ବେଳେ ହଠାତ୍ ଗ୍ରାମବାସୀ ଦୁଇ ଜଣଙ୍କୁ ଦେଖି ନିଆଁ ଲିଭାଇ ଥିଲେ। ସେମାନେ ଖିଚିଂ ଠାରୁ ୩ କିମି ଦୂରରେ ଥିବା ଶୁକୃଳି ସ୍ବାସ୍ଥ୍ୟ କେନ୍ଦ୍ରକୁ ପହଞ୍ଚାଇବା ପରେ ଭାରତୀ ପାତ୍ରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। 

ରାଇରଙ୍ଗପୁର ଅଞ୍ଚଳର ଛାନପୁର ଗ୍ରାମର ହରିହର ଆଚାର୍ଯ୍ୟଙ୍କର ମୃତା ଭାରତୀ ପାତ୍ରଙ୍କ ସହିତ ଦୀର୍ଘ ଦିନ ହେବ ବନ୍ଧୁତ୍ୱ ସ୍ଥାପନ ହୋଇଥିଲା ।ହେଲେ ଆଜି ଭୋର୍ ସକାଳ ୭ ଘଟିକା ସମୟରେ ଦୁହିଁଙ୍କର ଭେଟଘାଟ ହୋଇ କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା। ଦୁହେଁ ପେଟ୍ରୋଲ ଢ଼ାଳି ଆତ୍ମହତ୍ୟା କରିବା ପାଇଁ ନିଷ୍ପତ୍ତି ନେଇଥିଲେ।  ଘର ପଛ ପଟେ ଦୁଇ ଜଣ ପେଟ୍ରୋଲ ଢ଼ାଳି ନିଜ ଦେହରେ ନିଆଁ ଲଗାଇ ଦେଇଥିବା ବେଳେ ହଠାତ୍ ଗ୍ରାମବାସୀ ଦୁଇ ଜଣଙ୍କୁ ଦେଖି ନିଆଁ ଲିଭାଇ ଥିଲେ। ସେମାନେ ଖିଚିଂ ଠାରୁ ୩ କିମି ଦୂରରେ ଥିବା ଶୁକୃଳି ସ୍ବାସ୍ଥ୍ୟ କେନ୍ଦ୍ରକୁ ପହଞ୍ଚାଇବା ପରେ ଭାରତୀ ପାତ୍ରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ହେଲେ ଗୁରୁତର ଥିବା ହରିହର ଆଚାର୍ଯ୍ୟଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଥିଲା। ଏହି ଘଟଣାକୁ ନେଇ ଖିଚିଂ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ରରୁଆଁ ଭାରପ୍ରାପ୍ତ ଅଧିକାରୀ ଓ କରଞ୍ଜିଆ ଏସ୍ ଡି ପିଓ ନବକିଶୋର ନାଏକ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି ।